ପର୍ଥ: ଚଳିତ ଅଷ୍ଟ୍ରେଲୀୟ ହକି ଲିଗ (ଏଏଚ୍୍ଏଲ୍)ରେ ଭାରତୀୟ ପୁରୁଷ ଦଳର ପରାଜୟ ଧାରା ଲମ୍ବିବାରେ ଲାଗିଛି। ଶ୍ରେଷ୍ଠ ୪ ଦଳ ମଧ୍ୟରେ ରହିବା ଲାଗି ହୋଇଥିବା ଲିଗ୍ର ଦ୍ୱିତୀୟ ମୁକାବିଲାରେ କୁଇନ୍ସଲାଣ୍ଡ୍ ବ୍ଲେଡ୍ସଠୁ ୦-୪ ଗୋଲ୍ରେ ହାରି ଯାଇଥିବା ଭାରତ ପୁରୁଷ ଦଳ ରବିବାର ପୁଣି ଏକ ପରାଜୟର ସାମ୍ନା କରିଛି। ଭାରତୀୟ ଦଳ ରବିବାର କାଂସ୍ୟ ପଦକ ମୁକାବିଲାରେ ପ୍ରବଳ ଲଢ଼େଇ କରିବା ସତ୍ତ୍ୱେ ୨-୩ ଗୋଲ୍ରେ ନ୍ୟୁ ସାଉଥ୍ େଓ୍ଵଲ୍ସ ନିକଟରୁ ପରାସ୍ତ ହୋଇଛି। ଏହି ମ୍ୟାଚ୍ରେ ଦୁଇଟି ସଅଳ ଗୋଲ୍ ଦେଇ ଆଗୁଆ ରହିବା ସତ୍ତ୍ୱେ ମ୍ୟାଚ୍ ବିଜୟ ହାତଛଡ଼ା କରିଥିଲା ଭାରତ। ମ୍ୟାଚ୍ର ତୃତୀୟ ମିନିଟ୍ରେ ସିମ୍ରନ୍ଜିତ୍ ସିଂହ ଏବଂ ନବମ ମିନିଟ୍ରେ ଅଫାନ୍ ୟୁସୁଫ୍ ଗୋଟିଏ ଲେଖାଏଁ ଗୋଲ୍ କରି ଭାରତକୁ ୨-୦ର ଅଗ୍ରଣୀ ଦେଇଥିଲେ। ପ୍ରଥମ କ୍ୱାର୍ଟରରେ ପ୍ରତିପକ୍ଷ ଗୋଲ୍ ପୋଷ୍ଟ ଉପରେ ୬ ଥର ଆକ୍ରମଣ କରିଥିଲେ ମଧ୍ୟ ୨ ଥର ଗୋଲ୍ କରିବାରେ ସଫଳ ହୋଇଥିଲା। ଦ୍ୱିତୀୟ କ୍ୱାର୍ଟର ଗୋଲ୍ ଶୂନ୍ୟ ରହିବା ପରେ ତୃତୀୟ କ୍ୱାର୍ଟରରୁ ହିଁ ନ୍ୟୁ ସାଉଥ୍ େଓ୍ଵଲ୍ସ ଆଧିପତ୍ୟ ବିସ୍ତାର କରିଥିଲା। ଶେଷ ଦୁଇ କ୍ୱାର୍ଟରରେ ଘରୋଈ ଦଳ ଲାଗ ଲାଗ ତିନିଟି ଗୋଲ୍ ଲଦି ଦେଇଥିଲା। ୩୯ ମିନିଟ୍ରେ ଟମ୍ କ୍ରେଗ୍ ଏବଂ ୫୫ ମିନିଟ୍ରେ ସିମୋନ୍ ଓର୍ଚାଡ୍ଙ୍କ ଗୋଲ୍ ବଳରେ ସ୍ଥିତି ସମାନ ହୋଇଯିବା ପରେ ୫୬ ମିନିଟ୍ରେ ଲାଚ୍ଲାନ୍ ସାର୍ପଙ୍କ ଗୋଲ୍ କରି ଭାରତକୁ ପରାଜୟ ପାଇଁ ବାଧ୍ୟ କରିଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us