ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ : ପଏଣ୍ଟ ଟେବୁଲରେ ତଳକୁ ଖସିଲା ଭାରତ

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହେବା ପରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ଟେବୁଲରେ ଭାରତ କିଛି ପଏଣ୍ଟ ହରାଇବା ସହ ତଳକୁ ଖସିଆସିଛି । ଭାରତ ଉପରକୁ ଉଠିଛି ଅଷ୍ଟ୍ରେଲିଆ ।

th

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହେବା ପରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ଟେବୁଲରେ ଭାରତ କିଛି ପଏଣ୍ଟ ହରାଇବା ସହ ତଳକୁ ଖସିଆସିଛି । ଭାରତ ଉପରକୁ ଉଠିଛି ଅଷ୍ଟ୍ରେଲିଆ ।

ତିନିଟିକିଆ ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ ଟିମ୍ ଇଣ୍ଡିଆକୁ ୦-୩ରେ ପରାସ୍ତ କରିଛି। ଏହି ପରାଜୟ ଯୋଗୁଁ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ପଏଣ୍ଟ ଟେବୁଲରେ ଗୋଟିଏ ସ୍ଥାନ ତଳକୁ ଖସିଯାଇଛି ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆ ଏହି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଭାରତ ଏବେ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି। ଭାରତ ଏପର୍ଯ୍ୟନ୍ତ ୧୪ଟି ମ୍ୟାଚ୍ ଖେଳି ୮ଟିରେ ବିଜୟୀ ହୋଇଛି। ଏହା ସହ ସେ ୫ଟିରେ ମଧ୍ୟ ପରାଜୟର ସମ୍ମୁଖୀନ ହୋଇଛି। ଅଷ୍ଟ୍ରେଲିଆ ୧୨ଟି ମ୍ୟାଚ୍ ଖେଳି ୮ଟିରେ ବିଜୟୀ ହୋଇଛି। ସେ ୩ଟି ମ୍ୟାଚରେ ପରାଜୟ ବରଣ କରିଛି। ୩ୟ ସ୍ଥାନରେ ରହିଛି ଶ୍ରୀଲଙ୍କା ଓ ୪ର୍ଥରେ ରହିଛି ନ୍ୟୁଜିଲାଣ୍ଡ ।

ଭାରତ ଏପର୍ଯ୍ୟନ୍ତ ୧୪ଟି ମ୍ୟାଚ୍ ଖେଳି ୮ଟିରେ ବିଜୟୀ ହୋଇଛି। ଏହା ସହ ସେ ୫ଟିରେ ମଧ୍ୟ ପରାଜୟର ସମ୍ମୁଖୀନ ହୋଇଛି। ଅଷ୍ଟ୍ରେଲିଆ ୧୨ଟି ମ୍ୟାଚ୍ ଖେଳି ୮ଟିରେ ବିଜୟୀ ହୋଇଛି। ସେ ୩ଟି ମ୍ୟାଚରେ ପରାଜୟ ବରଣ କରିଛି। ୩ୟ ସ୍ଥାନରେ ରହିଛି ଶ୍ରୀଲଙ୍କା ଓ ୪ର୍ଥରେ ରହିଛି ନ୍ୟୁଜିଲାଣ୍ଡ ।

ଭାରତର ପଏଣ୍ଟ ସଂଖ୍ୟା ( ୯୮) ଅଷ୍ଟ୍ରେଲିଆ (୯୦)ଠାରୁ ଅଧିକ ହେଲେ ବି ପଏଣ୍ଟ ପ୍ରତିଶତ ହିସାବ ଅନୁସାରେ ଅଷ୍ଟ୍ରଲିଆ ଭାରତଠାରୁ ଆଗୁଆ ରହିଛି । ଅଷ୍ଟ୍ରେଲିଆର ପଏଣ୍ଟ ପ୍ରତଶତ ୬୨.୫୦ ଥିବାବେଳେ ଭାରତର ୫୮.୩୩ ରହିଛି ।

ସୂଚନାଯୋଗ୍ୟ ଯେ, ଭାରତ ବିପକ୍ଷ ପ୍ରଥମ ଟେଷ୍ଟମ୍ୟାଚରେ ନ୍ୟୁଜିଲାଣ୍ଡ ୮ ଓ୍ଵିକେଟରେ ବିଜୟୀ ହୋଇଥିଲା। ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ୧୧୩ ରନ୍ ରେ ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚରେ ବି ଭାରତକୁ ୨୫ ରନରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe