ଭାରତ-ଶ୍ରୀଲଙ୍କା କୋଲକାତା ଟେଷ୍ଟ: ଟସ୍‌ ଜିଣି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି, ପ୍ରଥମ ବଲରେ ଭାରତକୁ ଝଟକା

Advertisment
ବାରମ୍ବାର ବିଫଳତା ପରେ ବି କିପରି ଟିମରେ ସ୍ଥାନ ପାଉଛନ୍ତି କେ.ଏଲ୍. ରାହୁଲ ?

photo credit-CricketCountry

କୋଲକାତା : କୋଲକାତାର ଇଡେନ୍‌ ଗାର୍ଡେନ ମଇଦାନରୁ ପାଲ(ତମ୍ବୁ) ଉଠିଯାଇଛି। ସକାଳୁ ଲାଗି ରହିଥିବା ଝିପି ଝିପି ବର୍ଷା
ଛାଡ଼ି ଯାଇଛି। ଦିନ ୧ଟା ବେଳେ ଭାରତ ଶ୍ରୀଲଙ୍କା ୩ ଟିକିଆ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ପାଇଁ ଟସ୍‌ ପଡ଼ିଥିଲା। ଟସ୍‌ ଜିଣି ଶ୍ରୀଲଙ୍କା ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ଭାରତକୁ ବ୍ୟାଟିଂ କରିବାକୁ ଆହ୍ଵାନ ଦେଇଛି। ପ୍ରଥମ ବଲରେ ଭାରତକୁ ଝଟକା ଲାଗିଛି। ଶିଖର ଧାଓ୍ଵନଙ୍କ ସହିତ ଓପନିଂ କରିଥିବା କେ ଏଲ୍ ରାହୁଲ ପ୍ରଥମ ବଲରେ ଆଉଟ୍‌ ହୋଇ ପାଭିଲିୟନ ଫେରି ଯାଇଛନ୍ତି। ସୁରଙ୍ଗ ଲାକ୍‌ମଲଙ୍କ ବଲରେ ଉଇକେଟ୍‌ କିପରଙ୍କୁ କ୍ୟାଚ୍‌ ଦେଇ ରାହୁଲ ଭାରତର ସ୍କୋର ଶୂନ୍ୟ ହୋଇଥିବା ବେଳେ ପାଭିଲିୟନ ଫେରିଛନ୍ତି। ଧାଓ୍ଵନଙ୍କ ସହିତ ବର୍ତ୍ତମାନ ଚେତେଶ୍ୱର ପୂଜାର ବ୍ୟାଟିଂ ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଜୁଲାଇ-ଅଗଷ୍ଟରେ ଶ୍ରୀଲଙ୍କାକୁ ଭାରତ ତା’ରି ମାଟିରେ ଧୂଳି ଚଟାଇଥିଲା। ତିନି ଟିକିଆ ଶୃଙ୍ଖଳାକୁ ୩-୦ରେ ପୋଛି ନେଇଥିଲା ଭାରତ। ତେବେ ଅଢ଼େଇ ମାସ ପରେ ପୁଣି ଭାରତ-ଶ୍ରୀଲଙ୍କା ମଧ୍ୟରେ ୩ ଟେଷ୍ଟ ବିଶିଷ୍ଟ ଶୃଙ୍ଖଳା ଖେଳିବାକୁ ଯାଉଛି। ଆଜିଠାରୁ ଐତିହାସିକ ଇଡେନ୍‌ ଗାର୍ଡେନ୍‌ ପଡ଼ିଆରେ ଏହି ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ ଖେଳାଯିବାକୁ ଥିବା ବେଳେ ପ୍ରଥମ ଦିନରୁ ହିଁ ବର୍ଷା ବାଧକ ସାଜିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପାଇଁ ବେଙ୍ଗଲ-ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଛି। ବୁଧବାର ଦିନ ତମାମ ଝିପି ଝିପି ବର୍ଷା ଲାଗି ରହିବାରୁ ଇଡେନ୍‌ ପିଚ୍‌କୁ ସାରା ଦିନ ତମ୍ବୁ ତଳେ ରଖା ଯାଇଥିଲା। ଏପରିକି ବର୍ଷା ପାଇଁ ଉଭୟ ଦଳ ଗତକାଲି ଆଦୌ ଅଭ୍ୟାସ କରି ପାରି ନଥିଲେ। ସେଥିପାଇଁ ଗୁରୁବାର ଖେଳ ନିର୍ଧାରିତ ସମୟରେ ଆରମ୍ଭ ହେବା ନେଇ ମଧ୍ୟ ସନ୍ଦେହ ଦେଖାଦେଇଥିଲା ।

ଆଜି ଫିଲ୍ଡ ନିରୀକ୍ଷଣ କରାଯିବା ପରେ ଦିନ ସାଢ଼େ ୧ଟା ବେଳେ ଖେଳ ଆରମ୍ଭ ହୋଇଛି। ମାତ୍ର ଉଭୟ ଦଳଙ୍କ ଜାତୀୟ ସଙ୍ଗୀତ ଗାନ ପରେ ପରେ ପୁଣି ଝିପି ଝିପି ବର୍ଷା ଆରମ୍ଭ ହୋଇଥିଲା। ତେବେ ଏହା ସଙ୍ଗେ ସଙ୍ଗେ ଛାଡ଼ି ଯିବାରୁ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା।
ଭାରତୀୟ ଦଳ: ଶିଖର ଧାଓ୍ଵନ, ଲୋକେଶ ରାହୁଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି( ଅଧିନାୟକ) ଅଜିଙ୍କ୍ୟ ରାହୋଣେ, ରବିଚନ୍ଦ୍ରନ ଅଶ୍ୱିନ, ଋଦ୍ଧିିମାନ ସାହା, ରବୀନ୍ଦ୍ର ଜାଦେଜା, ଭୁବନେଶ୍ୱର କୁମାର, ଉମେଶ ଯାଦବ, ଓ ମହମ୍ମଦ ସାମି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe