Image Courtesy of The Hindu
ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ପରିପ୍ରେକ୍ଷୀରେ ଏହି ଖେଳର ବିଶ୍ବ ସଂଘ ୟୁଡବଲ୍ୟୁଡବଲ୍ୟୁ (ୟୁନାଇଟେଡ୍ ୱାର୍ଲଡ ରେସଲିଂ) ଭାରତ ନିକଟରୁ ଏସୀୟ କୁସ୍ତି ପ୍ରତିଯୋଗିତା ଆୟୋଜନ ଅଧିକାର ପ୍ରତ୍ୟାହାର କରି ନେଇଛି। ଏ ସମ୍ପର୍କରେ ୟୁନାଇଟେଡ୍ ୱାର୍ଲଡ ରେସଲିଂ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ବାରା ନିଯୁକ୍ତ ଏମସି ମେରିକମ୍ ନେତୃତ୍ବାଧିନ ଓଭରସାଇଟ୍ କମିଟିକୁ ଜଣାଇ ଦେଇଛି। ଆନୁଷ୍ଠାନିକ ଭାବେ କିନ୍ତୁ ଓଭରସାଇଟ୍ କମିଟି କିମ୍ବା ବିଶ୍ବ ସଂଘ କୌଣସି ଘୋଷଣା କରିନାହିଁ। ବିଶ୍ବ ସଂଘ କିନ୍ତୁ ତୁରନ୍ତ ନୂଆ ଭେନ୍ୟୁ ଘୋଷଣା କରିବା ସହ ଭାରତୀୟ ଦଳକୁ ଅଂଶଗ୍ରହଣ ସୁଯୋଗ ମିଳିବ ବୋଲି ସୂଚନା ମିଳିଛି।
Follow Us