ପ୍ରଥମ ଦିନିକିଆରେ ଦୀପ୍ତିଙ୍କ ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ: ଶ୍ରୀଲଙ୍କାକୁ ୪ ୱିକେଟ୍‌ରେ ହରାଇଲା ଭାରତ

Advertisment
ଆଇସିସିର ବଡ଼ ଘୋଷଣା : ଏବେ ମହିଳା ଟିମ୍ ବିଶ୍ୱକପ୍ ଜିତିଲେ ପୁରୁଷଙ୍କ ଭଳି ପୁରସ୍କାର ରାଶି ପାଇବ

ପାଲିକଲ : ତିନି ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୨-୧ରେ ଜିତିନେବା ପରେ ଭ୍ରମଣକାରୀ ଭାରତୀୟ ମହିଳା କ୍ରିକେଟ୍‌ ଦଳ ଦିନିକିଆ ଶୃଙ୍ଖଳାକୁ ମଧ୍ୟ ବିଜୟରୁ ଆରମ୍ଭ କରିଛି। ବିଶେଷକରି ଦୀପ୍ତି ଶର୍ମାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ଭାରତ ପ୍ରଥମ ଦିନିକିଆକୁ ୪ ୱିକେଟ୍‌ରେ ଜିତିଛି। ପ୍ରଥମେ ୮.୨-୧-୨୫-୩ର ବୋଲିଂ ଚିତ୍ର ପାଇବା ପରେ ବ୍ୟାଟିଂରେ ଅପରାଜିତ ୨୨ ରନ୍‌ କରିଥିବା ଦୀପ୍ତି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଭାରତ ମଧ୍ୟ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୧-୦ର ଅଗ୍ରଣୀ ପାଇଯାଇଛି। ପୂର୍ଣ୍ଣକାଳୀନ ଦିନିକିଆ ଅଧିନାୟିକା ଭାବେ ହର୍ମନ୍‌ପ୍ରୀତ୍‌ଙ୍କର ଏହା ପ୍ରଥମ ମ୍ୟାଚ୍‌ ଥିଲା। ଆଉ ବିଜୟରୁ ହିଁ ସେ ଏହି ଦାୟିତ୍ବ ଆରମ୍ଭ କରିଛନ୍ତି।

ଶୁକ୍ରବାର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଶ୍ରୀଲଙ୍କା ଦଳ ୪୮.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୭୧ ରନ୍‌ କରିପାରିଥିଲା। ନିଲାକ୍ଷୀ ଡି ସିଲ୍‌ଭା (୪୩), ହାସିନି ପେରେରା (୩୭), ମାଧବୀ (୨୮), ଅନୁଷ୍କା ସଞ୍ଜୀବନୀ (୧୮) ଓ ରଣବୀରା (୧୨) ଦୁଇ ଅଙ୍କ ଛୁଇଁଥିଲେ। ହେଲେ ଦୀପ୍ତିଙ୍କ ୩ ସାଙ୍ଗକୁ ରେଣୁକା ସିଂହ (୬-୦-୨୯-୩), ପୂଜା ଭସ୍ତ୍ରକାର (୫-୦-୨୬-୨), ଅଧିନାୟିକା ହର୍ମନପ୍ରୀତ୍‌ କୌର (୭-୧-୧୩-୧) ଏବଂ ରାଜେଶ୍ବରୀ ଗାଏକ୍ବାଡ (୯-୦-୩୩-୧)ଙ୍କ ମିଳିତ ଆକ୍ରମଣ ଆଗରେ ପୂରା ଓଭର ତିଷ୍ଠି ପାରିନଥିଲା ସିଂହଳୀ ଦଳ। ଜବାବରେ ସ୍ମୃତି ମନ୍ଧାନା (୪) ଓ ୟାସ୍ତିକା ଭାଟିଆ (୧) ନିରାଶ କରିଥିଲେ ମଧ୍ୟ ଶେଫାଳୀ ବର୍ମା (୩୫), ଅଧିନାୟିକା ହର୍ମନପ୍ରୀତ୍‌ (୪୪), ହର୍ଲିନ୍‌ ଦେଓଲ (୩୪) ପାଳି ଗଢ଼ିଥିଲେ। କିନ୍ତୁ ୧୩୮ ରନ୍‌ରେ ୬ ୱିକେଟ୍‌ ହରାଇ ଦଳ ସଂଘର୍ଷ କରିଥିଲା ବେଳେ ଦୀପ୍ତି (୨୨*) ଓ ପୂଜା ଭସ୍ତ୍ରକାର (୨୧*) ଅତୁଟ ସପ୍ତମ ୱିକେଟ୍‌ରେ ୮ ଓଭରରୁ ୩୮ ରନ୍ ଯୋଡ଼ି ଭାରତକୁ ସହଜ ବିଜୟ ଭେଟି ଦେଇଥିଲେ। ଶ୍ରୀଲଙ୍କା ପକ୍ଷରୁ ଈନୋକା ରଣବୀରା (୪) ଓ ଓସାଦି ରଣସିଂଘେ (୨) ଚାପ ପ୍ରୟୋଗ କରିଥିଲେ ମଧ୍ୟ ଭାରତ ୩୮ ଓଭରରେ ୬/୧୭୬ ରନ୍‌ କରିନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe