ପ୍ରଥମ ଅଭ୍ୟାସରେ ୱେଷ୍ଟର୍ଣ୍ଣ ‌ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ପ୍ରଥମ ଅଭ୍ୟାସରେ ୱେଷ୍ଟର୍ଣ୍ଣ ‌ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ପର୍ଥ : ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବରୁ ଭାରତ ଖେଳିଥିବା ତାହାର ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆକୁ ୧୩ ରନ୍‌ରେ ପରାସ୍ତ କରିଛି। ମ୍ୟାଚ୍‌ରେ ରୋହିତ ଶର୍ମା ଟସ୍‌ ଜିତି ବ୍ୟାଟିଂ କରିଥିଲା ବେଳେ ପାଳିର ଆରମ୍ଭ ନୈରାଶ୍ୟଜନକ ରହିଥିଲା। କେଏଲ୍ ରାହୁଲଙ୍କ ବଦଳରେ ଋଷଭ ପନ୍ତ୍‌ (୯)ଙ୍କୁ ଯୋଡ଼ି କରି ବ୍ୟାଟିଂ ଆରମ୍ଭ କରିଥିବା ରୋହିତ (୩) ଖରାପ ଖେଳିଥିଲେ ବି ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ ଭାରତର ସମ୍ମାନ ରଖିଥିଲେ। ସେ ୩୫ ବଲ୍‌ରୁ ୩ ଛକା ଓ ୩ ଚୌକା ସହାୟତାରେ ୫୨ ରନ୍‌ର ଅର୍ଧଶତକୀୟ ପାଳି ଖେଳିଥିଲେ। ତାଙ୍କ ବ୍ୟତୀତ ଦୀପକ ହୁଡ଼ା ୨୨, ହାର୍ଦ୍ଦିକ ପାଣ୍ଡ୍ୟା ୨୭, ଦୀନେଶ କାର୍ତ୍ତିକ ୧୯ ଓ ଅକ୍ଷର ପଟେଲ ୧୦ ରନ୍‌ର ଯୋଗଦାନ କରିଥିଲେ।

ଦଳ ୬ ୱିକେଟ୍‌ ବିନିମୟରେ ୧୫୮ ରନ୍‌ ସଂଗ୍ରହ କରିବା ପରେ ଭୁବନେଶ୍ବର କୁମାର ଓ ଅର୍ଶଦୀପ ସିଂହ ଭାରତକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ମଧ୍ୟକ୍ରମରେ ସାମ୍‌ ଫାନିଂ (୫୯) କିଛି ସମୟ ପାଇଁ ଭାରତୀୟ ବୋଲରଙ୍କୁ ଅସୁବିଧାରେ ପକାଇଥିଲେ ବି ଅର୍ଶଦୀପ ତାଙ୍କୁ ଆଉଟ କରି ଭାରତର ବିଜୟ ସୁନିଶ୍ଚିତ କରାଇଥିଲେ। ଅର୍ଶଦୀପ ୬ ରନ୍‌ ବିନିମୟରେ ୩ ୱିକେଟ୍‌ ନେଇ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲା ବେଳେ ଭୁବନେଶ୍ବର (୨/୨୬), ୟୁଝବେନ୍ଦ୍ର ଚହଲ (୨/୧୫) ଓ ହର୍ଷଲ ପଟେଲ (୧/୪୯)ଙ୍କ ଶାଣିତ ବୋଲିଂ ଯୋଗୁଁ ଭାରତ ମ୍ୟାଚ୍‌କୁ ଜିତିବାରେ ସଫଳ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe