ଭାରତକୁ ପୂରା ପଏଣ୍ଟ୍‌ ଆବଶ୍ୟକ

Advertisment
ଭାରତକୁ ପୂରା ପଏଣ୍ଟ୍‌ ଆବଶ୍ୟକ

ଜାଫର ଇକ୍‌ବାଲ୍‌

ଚଳିତ ହକି ବିଶ୍ୱ ଲିଗ୍‌ ଫାଇନାଲ୍‌ରେ ଭାରତ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଆସିଛି। ଖେଳିଥିବା ଦୁଇଟି ମ୍ୟାଚ୍‌ରେ ଗୋଟିଏ ଅମୀମାଂସିତ ରଖିବାକୁ ଭାରତ ସମର୍ଥ ହୋଇଥିଲା ବେଳେ ଅନ୍ୟଟି ସଂଘର୍ଷ କରି ହାରିଥିଲା। ଏପରି ପ୍ରଦର୍ଶନ ପାଇଁ ଆମ ପିଲାଙ୍କୁ ପୂରା ପଏଣ୍ଟ୍‌ ମିଳିବା ଦରକାର। ଯାହାକି ସେମାନେ ମ୍ୟାାଚ୍‌କୁ ଫେରିବା ସହ ଜିତିବା ପାଇଁ ଆତ୍ମବିଶ୍ୱାସ ପାଇଯିବେ।

ଶୁକ୍ରବାର ଅଷ୍ଟ୍ରେଲିଆ ବିପକ୍ଷରେ ଆମେ ଭଲ ଖେଳି ୧-୧ରେ ଅମୀମାଂସିତ ରଖିବା ସହ ସୁନ୍ଦର ଆରମ୍ଭ କରିଥିଲୁ। ଆମର ନୂଆ ଖେଳାଳି ଦୀପ୍‌ସାନ୍‌ ତିର୍କି, ଅମିତ ରୋହିଦାସ ଏବଂ ବରୁଣ କୁମାରଙ୍କ ଖେଳ ଉଚ୍ଚକୋଟୀର ଥିଲା। ଅଷ୍ଟ୍ରେଲିଆ ଦଳରେ ନୂଆ ଚେହେରା ରହିଛନ୍ତି। କିନ୍ତୁ ଆମ ପିଲା ଲିଗ୍‌ରେ ସେମାନଙ୍କ ବିପକ୍ଷରେ ବହୁବାର ଖେଳିବା ସହ ଭଲ ଭାବରେ ତାଙ୍କୁ ଚିହ୍ନିଛନ୍ତି। ଅମ ଆକ୍ରମଣ ଠିକ୍‌ ଥିଲା ଏବଂ ଚତୁର୍ଥ କ୍ୱାର୍ଟର୍‌ରେ ବି। କିନ୍ତୁ କିଛି ସୁଯୋଗ ହାତ ଛଡ଼ା କରିଥିଲୁ। ଆମେ ମଧ୍ୟ ଅଷ୍ଟ୍ରେଲିଆକୁ ‘ଡି’ ଏରିଆକୁ ପଶିବାକୁ ଦେଇନଥିଲୁ। ଏଥିରୁ ଆମର ରକ୍ଷଣଭାଗର ଦୃଢ଼ତା ଜଣାପଡ଼ୁଛି। ଉଭୟ ମ୍ୟାଚ୍‌ରେ ଆମର ରକ୍ଷଣଭାଗ ଭଲ ଥିଲା।

ଇଂଲଣ୍ଡ ବିପକ୍ଷ ଶନିବାର ମ୍ୟାଚ୍‌ରେ ଆମେ ଆକ୍ରମଣତ୍ମକ ଭାବେ ଖେଳିବା କଥା, କିନ୍ତୁ ଆମେ ଅଧିକ ରକ୍ଷାତ୍ମକ ଖେଳିଲୁ। ଇଂଲଣ୍ଡ ସର୍ବଦା ବଲ୍‌କୁ ନିଜ ନିୟନ୍ତ୍ରଣରେ ରଖିଲା। ଫଳରେ ଆମ ଅଗ୍ରଭାଗ ଆଗକୁ ବଢ଼ିପାରିଲା ନାହିଁ ଏବଂ ରକ୍ଷଣଭାଗ ଉପରେ ବେଶି ଚାପ ପଡ଼ିବାରୁ ସେମାନେ ସ୍ଥାଣୁ ହୋଇଗଲେ। ମୁଁ ଭାବୁଛି ଏହା ଠିକ୍‌ ଥିଲା। ୨ ଗୋଲ୍‌ ପଛରେ ଥିଲେ ମଧ୍ୟ ଆମ ପିଲାଙ୍କର ଆତ୍ମବିଶ୍ୱାସ ଥିଲା। ଏମାନେ ଏହି ଗୋଲ୍‌କୁ ଶୁଝି ଦେଇଥିଲେ। ଯାହାବି ହେଉ ଶେଷ ସମୟରେ ଆମେ ନିୟନ୍ତ୍ରଣ ହରାଇଥିଲୁ ଏବଂ ଇଂଲଣ୍ଡକୁ ବିଜୟର ସୁଯୋଗ ଦେଲୁ।

ଦେଖିବାକୁ ଗଲେ ଆମର ପ୍ରଦର୍ଶନ ଠିକ୍‌ଠାକ୍‌ ରହିଛି। ମୋର ବିଶ୍ୱାସ ଅଛି ଆମେ ସୋମବାର ଜର୍ମାନି ବିପକ୍ଷରେ ଏଭଳି ଜାରି ରଖିବୁ। ଜର୍ମାନିର ରକ୍ଷଣଭାଗ ବହୁତ ଦୃଢ଼ ଏବଂ ସେମାନେ ଅଧିକ ପ୍ରତ୍ୟାଶିତ ଓ ସୁସଂଗଠିତ। କହିବାକୁ ଗଲେ ସେମାନେ କରିଥିବା ରଣନୀତିରୁ ପଛକୁ ଫେରନ୍ତିନି। ଯଦି ସେମାନେ ଗୋଲ୍‌ ଦିଅନ୍ତି ଏହାକୁ ଶୁଝିବା ଲାଗି ପ୍ରତିଦ୍ୱନ୍ଦ୍ୱୀ ପାଇଁ ମୋଟେ ସୁଯୋଗ ଛାଡ଼ନ୍ତିନି। ଇଂଲଣ୍ଡ ବିପକ୍ଷରେ ଆମେ ଠିକ୍‌ ରଣନୀତି ଅନୁସାରେ ଖେଳିନଥିଲୁ। ଏସ୍‌କେ ଉଥପ୍ପା କିଛିଟା ଚମକ ଦେଖାଇଥିଲେ ମଧ୍ୟ ଅଧିନାୟକ ମନପ୍ରୀତ ସିଂହ ଉଭୟ ମ୍ୟାଚ୍‌ରେ ମାନ୍ଦା ହୋଇଥିଲେ। କିନ୍ତୁ ଅନ୍ୟମାନେ ଚମତ୍କାର ଖେଳିଥିଲେ ଏବଂ ମୁଁ ନିଶ୍ଚିତ ଆମେ ଜର୍ମାନି ବିପକ୍ଷରେ ଭଲ କରିପାରିବୁ।

ଏହି ପ୍ରତିଯୋଗିତାର ବ୍ୟବସ୍ଥା ଯାହା ଆମେ ଜର୍ମାନି ବିପକ୍ଷରେ ହାରୁ କି ଜିତୁ ଏହାର ପ୍ରଭାବ ଆଗକୁ କିଛି ପଡ଼ିବାର ନାହିଁ। କାହିଁକି ନା ଆମ ପାଖରେ ଆଉ ଏକ ସୁଯୋଗ କ୍ୱାର୍ଟର୍‌ ଫାଇନାଲ୍‌ରେ ରହିଛି। ପୁଲ୍‌ରେ ନିଜର ସ୍ଥିତି ଅନୁସାରେ କେଉଁ ଦଳ ସହ ନକ୍‌ଆଉଟ୍‌ରେ ଭେଟିବ ତାହା ନିର୍ଣ୍ଣୟ ହେବ। ଯାହାବି ହେଉ ବିଜୟ କିମ୍ବା ଅମୀମାଂସିତ ରଖିଲେ ଭାରତର ସ୍ଥିତି ଟିକେ ଭଲ ରହିବ। (ଗେମ୍‌ପ୍ଲାନ୍‌)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe