ଭାରତ-ନ୍ୟୁଜିଲାଣ୍ଡ ୨ୟ ଟି-୨୦: ନ୍ୟୁଜିଲାଣ୍ଡ ୧/୧୦୭

ଭାରତ-ନ୍ୟୁଜିଲାଣ୍ଡ ୨ୟ ଟି-୨୦: ନ୍ୟୁଜିଲାଣ୍ଡ ୧/୧୦୭

ରାଜକୋଟ: ନ୍ୟୁଜିଲାଣ୍ଡ ପ୍ରଥମ ଓ୍ଵିକେଟରେ ମାର୍ଟିନ ଗୁପଟିଲ(୪୦)ଙ୍କୁ ହରାଇଛି। ଗୁପଟିଲ୍‌ ଯୁଜବେନ୍ଦ୍ର ଚହଲଙ୍କ ବଲ ହାର୍ଦିକ ପାଣ୍ଡ୍ୟାଙ୍କୁ କ୍ୟାଚ ଦେଇଥିଲେ। ପ୍ରଥମ ଓ୍ଵିକେଟ ୧୧.୩ ଓଭରରେ ନ୍ୟୁଜିଲାଣ୍ଡ ୧୦୫ ରନ୍‌ ସଂଗ୍ରହ କରିଛି। ଗୁଜରାଟର ରାଜକୋଟସ୍ଥିତ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ ଷ୍ଟାଡିୟମରେ ୨ୟ ଟି-୨୦ ମ୍ୟାଚ ଜାରି ରହିଛି। ଟସ୍‌ ଜିଣି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଗତ ନଭେମ୍ବର ୧ରେ ନୂଆଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ଖେଳାଯାଇଥିବା ୩ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚକୁ ଭାରତ ୫୩ ରନ୍‌ରେ ବିଜୟୀ ହୋଇଥିଲା। ଏଥିପାଇଁ ଭାରତର ଦୃଢ଼ ମନୋବଳ ବଢ଼ି ଯାଇଛି। ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ପ୍ରଥମ ଥର ପରାସ୍ତ କରିଥିବାରୁ ବିରାଟ କୋହଲିଙ୍କ ଟିମ୍‌ ଦୃଢ଼ ଆଶା କରୁଛି ଯେ, ଶନିବାର ମ୍ୟାଚରେ ବିଜୟ ଧାରା ଜାରି ରଖିବ। ଅପରପକ୍ଷେ କେନ୍‌ ଓ୍ଵିଲିୟମସନ୍‌ଙ୍କ ନ୍ୟୁଜିଲାଣ୍ଡ ଟିମ୍‌ ଶନିବାର ମ୍ୟାଚ ଜିଣି ଶୃଙ୍ଖଳାକୁ ସମାନସ୍ତର ଆଣିବାକୁ ଉଦ୍ୟମ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe