ଭାରତ-ନ୍ୟୁଜିଲାଣ୍ଡ ନିର୍ଣ୍ଣାୟକ ଦିନିକିଆ: ରୋହିତଙ୍କ ୧୫ତମ ଶତକ, ଭାରତ ୧/୧୮୩

Advertisment
ଭାରତ-ନ୍ୟୁଜିଲାଣ୍ଡ ନିର୍ଣ୍ଣାୟକ ଦିନିକିଆ: ରୋହିତଙ୍କ ୧୫ତମ ଶତକ, ଭାରତ ୧/୧୮୩

କାନପୁର: ଓପନର ରୋହିତ ଶର୍ମା କ୍ୟାରିୟରର ୧୫ତମ ଶତକ ହାସଲ କରିବା ସହିତ ୨୦୧୭ରେ ୧୦୦୦ ରନ୍‌ ପୂରା କରିଛନ୍ତି। ରୋହିତ ୧୭୨ତମ ଦିନିକିଆରେ ୧୦୬ଟି ବଲ ଖେଳି ଏହି ଉପଲବ୍ଧି ହାସଲ କରିଛନ୍ତି। ଉତ୍ତରପ୍ରଦେଶର କାନପୁରସ୍ଥିତ ଗ୍ରୀନପାର୍କ ଷ୍ଟାଡିୟମରେ ରବିବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ୟ ତଥା ନିର୍ଣ୍ଣାୟକ ଦିନିକିଆ ଜାରି ରହିଛି। ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ନ୍ୟୁଜିଲାଣ୍ଡର ପ୍ରଥମ ଶିକାର ହୋଇଛିି ଭାରତ। ଭାରତର ଓପନର ଶିଖର ଧାଓ୍ଵନ (୧୪) ୨୦ ଟି ବଲ ଖେଳି ପାଭଲିୟନ ଫେରି ଯାଇଥିଲେ। ୬.୧ ଓଭରରେ ଟିମ୍‌ ସାଉଦୀଙ୍କ ବଲ ଖେଳିବାକୁ ଯାଇ ଅଧିନାୟକ କେନ ଓ୍ଵିଲିୟମସନ୍‌ଙ୍କୁ କ୍ୟାଚ ଦେଇଥିଲେ ଧାଓ୍ଵନ।

ରିପୋର୍ଟ ଲେଖାଯିବା ବେଳକୁ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ରୋହିତ ଶର୍ମା କ୍ରିଜରେ ଅଛନ୍ତି। ଭାରତ ୩୨.୩ଓଭର ପରିସମାପ୍ତି ପରେ ୧୮୩ରନ୍‌ ସଂଗ୍ରହ କରିଛି।

ସୂଚନାଯୋଗ୍ୟ ୩ଟି ଶୃଙ୍ଖଳା ବିଶିଷ୍ଟ ଦିନିକିଆ ମ୍ୟାଚରେ ଭାରତ ମୁମ୍ବାଇରେ ବିଜୟୀ ହୋଇଥିବା ବେଳେ ପନେରେ ନ୍ୟଜିଲାଣ୍ଡ ବିଜୟୀ ହୋଇଥିଲା। ସେଥିପାଇଁ କାନପୁର ଦିନିକିଆ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe