ଭାରତ-ନ୍ୟୁଜିଲାଣ୍ଡ ଲଢ଼େଇ ଆଜି

Advertisment
ଭାରତ-ନ୍ୟୁଜିଲାଣ୍ଡ ଲଢ଼େଇ ଆଜି

ଦୁବାଇ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଆ‌ଉ ଏକ ପ୍ରତୀକ୍ଷିତ ମୁକାବିଲାରେ ରବିବାର ଭରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ। ସେମିଫାଇନାଲ୍ ପ୍ରବେଶ ଦୃଷ୍ଟିରୁ ଭାରତ ପାଇଁ ଏହି ମ୍ୟାଚ୍‌ର ଢେର ମହତ୍ତ୍ବ ରହିବ। ନ୍ୟୁଜିଲାଣ୍ଡ ମ୍ୟାଚ୍ ଟିମ୍ ଇଣ୍ଡିଆ ପାଇଁ କର ବା ମର ସଦୃଶ ହେବ। ହାରିଲେ ସେମିଫାଇନାଲ୍ ଖେଳିବା ଭାରତ ପାଇଁ ଅତ୍ୟନ୍ତ କଷ୍ଟକର ହୋଇଯିବ। ଜିତିଲେ କିନ୍ତୁ ସେମିଫାଇନାଲ୍ ପ୍ରବେଶ ସମ୍ଭାବନା ଯଥେଷ୍ଟ ବଢ଼ିବ। ଏପର୍ଯ୍ୟନ୍ତ ଖାତା ଖୋଲି ନଥିବା ଭାରତ ଏହାକୁ ଜିତି ଦେଶବାସୀଙ୍କୁ ଦୀପାବଳି ଭେଟି ଦେବ ‌ବୋଲି ପ୍ରଶଂସକ ଆଶା ରଖିଛନ୍ତି। ପ୍ରତିପକ୍ଷ ନ୍ୟୁଜିଲାଣ୍ଡ ବି ପ୍ରଥମ ବିଜୟ ପାଇବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ।

ଅନ୍ୟତମ ଦାବିଦାର ତଥା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରଥମ ବିଜେତା ଭାରତ ତାର ପ୍ରଥମ ମ୍ୟାଚ୍‌ରେ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନଠାରୁ ଶୋଚନୀୟ ଭାବେ ୧୦ ୱିକେଟ୍‌ରେ ପରାସ୍ତ ହୋଇଥିଲା। ସେଥିପାଇଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକପ୍ରକାର କଠିନ ପରୀକ୍ଷାର ସମ୍ମୁଖୀନ ହେବ କୋହଲି ବାହିନୀ। କାରଣ ଆଇସିସି ପ୍ରତିଯୋଗିତାରେ ନ୍ୟୁଜିଲାଣ୍ଡ ସବୁବେଳେ ଭାରତକୁ ଅଡ଼ୁଆରେ ପକାଇ ଆସିଛି। ୨୦୦୩ ଏକଦିବସୀୟ ବିଶ୍ବକପ୍ ପରଠାରୁ ଭାରତ କୌଣସି ଆଇସିସି ପ୍ରତିଯୋଗିତାରେ ଆଜି ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡକୁ ହରାଇ ପାରିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe