ରାୱଲପିଣ୍ଡି: ବାଂଲାଦେଶକୁ ହରାଇ ସେମିଫାଇନାଲରେ ପହଞ୍ଚିଲା ନ୍ୟୁଜିଲାଣ୍ଡ। ଚାମ୍ପିୟନ୍ସ ଟ୍ରଫିରୁ ବିଧିବଦ୍ଧ ଭାବେ ବିଦା ହେଲା ଆୟୋଜକ ପାକିସ୍ତାନ। ଗ୍ରୁପ୍ ଏର ପ୍ରସଙ୍ଗ ସମ୍ପୂର୍ଣ୍ଣ ଜଣାପଡ଼ିଯାଇଛି। କିନ୍ତୁ ଗ୍ରୁପ୍ ବିର ସେମିଫାଇନାଲର ସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଆଉ ପାଞ୍ଚଟି ଗ୍ରୁପ୍ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ଦୁଇଟି ଦଳ ସେମିରେ ପହଞ୍ଚିଛନ୍ତି ଏବଂ ଦୁଇଟି ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି।

Advertisment

ଚାମ୍ପିଅନ୍ସ ଟ୍ରଫିରେ ଦୁଇଟି ଗ୍ରୁପ୍ ଅଛି। ଯଦି ଗ୍ରୁପ୍ ଏ' ବିଷୟରେ କହିବା ତେବେ ଏଥିରେ ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶ ସାମିଲ ଅଛନ୍ତି। ପାକିସ୍ତାନକୁ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଏହାପରେ ଭାରତ ଦ୍ୱିତୀୟ ମ୍ୟାଚରେ ମଧ୍ୟ ପାକିସ୍ତାନକୁ ପରାସ୍ତ କରିଥିଲା। ଦୁଇଟି ମ୍ୟାଚ୍ ହାରିବା ପରେ ମଧ୍ୟ ପାକିସ୍ତାନ ଦଳର ଆଶା ବାଂଲାଦେଶ ଉପରେ ଥିଲା, କିନ୍ତୁ ବାଂଲାଦେଶ ଦଳ ନ୍ୟୁଜିଲ୍ୟାଣ୍ଡ ଠାରୁ ପରାସ୍ତ ହେବାରୁ ପାକିସ୍ତାନ ଏବଂ ବାଂଲାଦେଶ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଛନ୍ତି। ଏଥିସହ ଭାରତ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲ ଟିକେଟ ହାତେଇଛନ୍ତି। 

 

ଚାମ୍ପିଅନ୍ସ ଟ୍ରଫିରେ ଦୁଇଟି ଗ୍ରୁପ ଅଛି। ଯଦି ଗ୍ରୁପ୍ ଏ ବିଷୟରେ କହିବା ତେବେ ଏଥିରେ ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶ ସାମିଲ ଅଛନ୍ତି। ପାକିସ୍ତାନକୁ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଏହାପରେ ଭାରତ ଦ୍ୱିତୀୟ ମ୍ୟାଚରେ ମଧ୍ୟ ପାକିସ୍ତାନକୁ ପରାସ୍ତ କରିଥିଲା। ଦୁଇଟି ମ୍ୟାଚ୍ ହାରିବା ପରେ ମଧ୍ୟ ପାକିସ୍ତାନ ଦଳର ଆଶା ବାଂଲାଦେଶ ଉପରେ ଥିଲା, କିନ୍ତୁ ବାଂଲାଦେଶ ଦଳ ନ୍ୟୁଜିଲ୍ୟାଣ୍ଡ ଠାରୁ ପରାସ୍ତ ହେବାରୁ ପାକିସ୍ତାନ ଏବଂ ବାଂଲାଦେଶ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଛନ୍ତି। ଭାରତ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲ ଟିକେଟ ହାତେଇଛନ୍ତି।

ଅଧିକ ପଢ଼ନ୍ତୁ: ନିଜ ଦମ୍‌ରେ ହୋଇଛନ୍ତି, ବାବରଙ୍କ ପରି ପିଆର କରି କିଙ୍ଗ ହୋଇନାହାନ୍ତି ବିରାଟ: ପୂର୍ବତନ ପାକ୍ କ୍ରିକେଟର

ଗ୍ରୁପ୍ ବି'ରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ଆଫଗାନିସ୍ତାନ ଅଛନ୍ତି। ମଙ୍ଗଳବାର ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଖେଳାଯିବାର ଥିଲା। କିନ୍ତୁ ବର୍ଷା ଯୋଗୁଁ ଏହି ମ୍ୟାଚ୍ ବାତିଲ ହୋଇଗଲା। ଏହି କାରଣରୁ, ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ପାଇଲେ। ଦକ୍ଷିଣ ଆଫ୍ରିକା ପଏଣ୍ଟ ଟେବୁଲର ଶୀର୍ଷରେ ଅଛି। ଯେତେବେଳେ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ଅଛି। ଉଭୟ ଦଳ ଦୁଇଟି ମ୍ୟାଚ୍ ଖେଳିଛନ୍ତି ଏବଂ ଗୋଟିଏ ଲେଖାଏଁ ଜିତିଛନ୍ତି।

ଇଂଲଣ୍ଡ ଏବଂ ଆଫଗାନିସ୍ତାନ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳି ପରାଜୟର ସମ୍ମୁଖୀନ ହୋଇଛନ୍ତି। ତେଣୁ, ଗ୍ରୁପ୍ ବି'ର ସେମିଫାଇନାଲର ସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। 

ଅଧିକ ପଢ଼ନ୍ତୁ: ବିରାଟଙ୍କ ବିରାଟ ହୃଦୟ: ପଡ଼ିଆରେ ଦେଖାଇଲେ ବଡ଼ପଣ...