ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦: ଧାଓ୍ଵନଙ୍କ ୩ୟ ଅର୍ଦ୍ଧଶତକ, ଭାରତ ୦/୯୬

Advertisment
ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦: ଧାଓ୍ଵନଙ୍କ ୩ୟ ଅର୍ଦ୍ଧଶତକ, ଭାରତ ୦/୯୬

ନୂଆଦିଲ୍ଲୀ: ଶିଖର ଧାଓ୍ଵନ ବୁଧବାର ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରର ୩ୟ ଅର୍ଦ୍ଧଶକତ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବୋଲରଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରି ସେ ୩୭ ଟି ବଲରୁ ଏହି ରନ୍‌ ହାସଲ କରିଛନ୍ତି। ଭାରତ ୧୧.୨ଓଭର ପରିସମାପ୍ତି ପରେ କୌଣସି ଓ୍ଵିକେଟ ନହରାଇ ୯୬ରନ୍‌ ସଂଗ୍ରହ କରିଛି। ରିପୋର୍ଟ ଲେଖାଯିବା ବେଳକୁ ରୋହିତ ଶର୍ମାଙ୍କ ସହିତ ଭାରତର ଇନିଂସ ଜାରି ରଖିଛନ୍ତି ଧାଓ୍ଵନ।

ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଆଉ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ ଜାରି ରଖିଛି। ଟସ୍‌ ଜିଣ ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନୂଆଦିଲ୍ଲୀସ୍ଥିତ ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ୩ଟି ମ୍ୟାଚ ବିଶିଷ୍ଟ ଚଳିତ ଶୃଙ୍ଖଳାର ବୁଧବାର ଭାରତ ପାଇଁ ପ୍ରଥମ ମ୍ୟାଚ ହେବାକୁ ଥିବା ବେଳେ ଆଶିଷ ନେହେରାଙ୍କ ପାଇଁ ହେବ ଶେଷ ଅନୁଭୂତି। କାରଣ ଏହି ମ୍ୟାଚ ପରେ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ନେହେରା ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବାକୁ ପୂର୍ବରୁ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe