ଭାରତ-ନ୍ୟୁଜିଲାଣ୍ଡ୍‌ ‘ଏ’ ଟେଷ୍ଟ୍‌ ଅମୀମାଂସିତ

Advertisment

ଗିଲ୍‌ଙ୍କ ଦ୍ୱିଶତକ

ଗିଲ୍‌ଙ୍କ ଦ୍ୱିଶତକ

ଭାରତ-ନ୍ୟୁଜିଲାଣ୍ଡ୍‌ ‘ଏ’ ଟେଷ୍ଟ୍‌ ଅମୀମାଂସିତ

Hindustan Times

ଖ୍ରୀଷ୍ଟ୍‌ଚର୍ଚ : ନ୍ୟୁଜିଲାଣ୍ଡ-ଏ ବିପକ୍ଷ ପ୍ରଥମ ଟେଷ୍ଟ୍‌ର ତୃତୀୟ ଦିବସ ଶେଷ ସୁଦ୍ଧା ଭାରତର ସ୍ଥିତି ସଂକଟଜନକ ଥିଲା। ହାତରେ ୮ ୱିକେଟ୍‌ ଥାଇ ଅତିଥି ଦଳ ପାଳି ପରାଜୟ ଏଡାଇବାକୁ ୨୧୯ ରନ୍‌ ଦରକାର କରୁଥିଲା। ପ୍ରଥମ ପାଳିରେ ମାତ୍ର ୨୧୬ ରନ୍‌ କରିଥିବାରୁ ଦ୍ବିତୀୟ ପାଳିରେ ନ୍ୟୁଜିଲାଣ୍ଡ୍‌ ବୋଲରମାନେ ଭାରତକୁ ନୟାନ୍ତ କରିବା ଲକ୍ଷ୍ୟରେ ଥିଲେ। ନ୍ୟୁଜିଲାଣ୍ଡ ପ୍ରଥମ ପାଳିରେ ୫୬୨/୭ (ଘୋଷିତ) କରିଥିବାରୁ ୩୪୬ ରନ୍‌ର ଅଗ୍ରଣୀ ପାଇଯାଇଥିଲା। ହେଲେ ଶୁବମନ୍ ଗିଲ୍‌ (୨୦୪*, ୨୭୯ ବଲ୍‌, ୨୨ ଚୌକା, ୪ ଛକା)ଙ୍କ ଅପରାଜିତ ଦ୍ବିଶତକ ସାଙ୍ଗକୁ ଅଧିନାୟକ ହନୁମା ବିହାରୀ (୧୦୦*, ୧୧୩ ବଲ୍‌, ୧୧ ଚୌକା‌, ୩ ଛକା) ଓ ପ୍ରିୟଙ୍କ ପାଞ୍ଚଲ (୧୧୫, ୧୬୪ ବଲ୍‌, ୭ ଚୌକା, ୬ ଛକା)ଙ୍କ ଶତକ ବଳରେ ଭାରତ ଦ୍ବିତୀୟ ପାଳିରେ ଜବରଦସ୍ତ ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ବୋଲରଙ୍କୁ ନିରାଶ କରିଦେଇଥିଲା। ତୃତୀୟ ଦିବସ ଅସମାପ୍ତ ସ୍କୋର୍‌ ୧୨୭/୨ରୁ ରବିବାର ଖେଳିଥିବା ଭାରତ କେବଳ ପାଞ୍ଚଲଙ୍କ ୱିକେଟ୍‌ ହରାଇ ୩୨୧ ରନ୍ ଯୋଡ଼ିବାରୁ ମ୍ୟାଚ୍‌ ଅମିମାଂସିତ ଭାବେ ଶେଷ ହୋଇଥିଲା। ପାଞ୍ଚଲ ଓ ଗିଲ୍‌ ତୃତୀୟ ୱିକେଟ୍‌ରେ ୧୬୭ ଏବଂ ଗିଲ୍‌ ଓ ବିହାରୀ ଅସମାପ୍ତ ଚତୁର୍ଥ ୱିକେଟ୍‌ରେ ୨୨୨ ରନ୍ ଯୋଡ଼ି ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲେ। ବିଦେଶ ଗସ୍ତରେ ଗିଲ୍‌ଙ୍କର ଏହା ଦ୍ବିତୀୟ ଦ୍ବିଶତକ। ଏହା ପୂର୍ବରୁ ଗତବର୍ଷ ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ସେ ପ୍ରଥମ ଦ୍ବିଶତକ ହାସଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe