ଆଇସିସି‌ ଟି-୨୦ ବିଶ୍ବକପ୍‌: ପର୍ଥରେ ଟସ୍‌ ଜିଣି ଭାରତର ବ୍ୟାଟିଂ ନିଷ୍ପତ୍ତି

ଆଇସିସି‌ ଟି-୨୦ ବିଶ୍ବକପ୍‌: ପର୍ଥରେ ଟସ୍‌ ଜିଣି ଭାରତର ବ୍ୟାଟିଂ ନିଷ୍ପତ୍ତି

InsideSport.IN

ପର୍ଥ: ଚଳିତ ଆଇସିସି‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଆଜି (ରବିବାର) ଆଉ ଏକ ସୁପର୍‌ ସନ୍‌‌ଡେ ମ୍ୟାଚ ଖେଳା ଯାଉଛି। ଗତ ରବିବାର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ପରାସ୍ତ କରିଥିବା ଭାରତ ଆଜି ଦକ୍ଷିଣ ଆଫ୍ରିକାକୁ ଭେଟିଛି। ଭାରତ-ଦକ୍ଷିଣ ଆଫ୍ରିକା ହାଇ ଭୋଲ୍‌‌ଟେଜ୍ ମୁକାବିଲା ଅପରାହଣ ୪.୩୦ରେ  ହେବ। ତେଣୁ ଏହି ମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି। କାରଣ ଏହି ମ୍ୟାଚର ବିଜେତା ସେମିଫାଇନାଲ୍ ଦ୍ବାରରେ ପହଞ୍ଚିଯିବ। ପର୍ଥରେ ଖେଳାଯାଉଥିବା ମ୍ୟାଚ୍‌ ପାଇଁ ଟସ୍‌ ପଡ଼ିସାରିଛି। ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ରିପୋର୍ଟ ଲେଖାଯିବା ବେଳକୁ ୧୨ ଓଭର ଖେଳ ସମାପ୍ତି ପରେ ଭାରତ ୫ଟି ୱିକେଟ ହରାଇ ୭୩ ରନ୍‌ ସଂଗ୍ରହ କରିଛି।

ପରାଜୟ କୌଣସି ଦଳକୁ ବିଶେଷ ବିବ୍ରତ କରିବ ନାହିଁ। ଉଭୟ ୨ଟି ‌ଲେଖାଏଁ ମ୍ୟାଚ୍‌ ଖେଳିଥିଲେ ମଧ୍ୟ ଭାରତ ୪ ଓ ଦକ୍ଷିଣ ଆଫ୍ରିକା ୩ ପଏଣ୍ଟ ପାଇ ଟେବୁଲ୍‌ର ପ୍ରଥମ ୨ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକା-ଜିମ୍ବାୱେ ମ୍ୟାଚ୍‌ ବର୍ଷା ଧୋଇ ନେଇଥିବାରୁ ପଏଣ୍ଟ ବାଣ୍ଟିଥିଲେ। ପ୍ରତିଯୋଗିତାରେ ଭାରତ ଏକମାତ୍ର ‌ଦଳ ଭାବେ ପରାଜୟ ବରଣ କରିନାହିଁ କି ବର୍ଷାରେ ପ୍ରଭାବିତ ହୋଇନାହିଁ। ବିଶ୍ବକପ୍ ଆରମ୍ଭ ପୂର୍ବରୁ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳିମାନେ ପରସ୍ପର ସହ ସୀମିତ ଓଭର ଶୃଙ୍ଖଳାରେ ବ୍ୟସ୍ତ ଥିବାରୁ ଏହି ଲଢ଼େଇ ପୁଣି କିଛି ‌ରୋମାଞ୍ଚ ଭରିବ ବୋଲି ଆଶା କରାଯାଉଛି। ୨୫ ଦିନ ତଳେ ଭାରତରେ ଖେଳାଯାଇଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୨-୧ରେ ଜିତିଥିଲା। ଦୁଇ ଦେଶ ମଧ୍ୟରେ ୨୦୨୨ରେ ଦୁଇ ଥର ‌ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳାଯାଇଛି। ପ୍ରଥମ ଥର କିନ୍ତୁ ଚଳିତ ବର୍ଷ ଭାରତ ବାହାରେ ଖେଳିବେ। ଏହି ଦୁଇ ଦେଶ ବିଶ୍ବକପ୍‌ ପୂର୍ବରୁ ଦାବିଦାର ଭାବେ ଅଷ୍ଟ୍ରେଲିଆ ଆସିଥିବାରୁ ରବିବାରର ରାତି ମ୍ୟାଚ୍‌କୁ ସମସ୍ତଙ୍କ ଅପେକ୍ଷା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe