ଆୟର୍ଲାଣ୍ଡ ବିପକ୍ଷରେ ଟସ୍‌ ଜିଣି ଭାରତର ବୋଲିଂ ନିଷ୍ପତ୍ତି, ପଦାର୍ପଣ କଲେ ଉମ୍ରାନ୍‌ ମଲ୍ଲିକ୍‌

Advertisment
ଆୟର୍ଲାଣ୍ଡ ବିପକ୍ଷରେ ଟସ୍‌ ଜିଣି ଭାରତର ବୋଲିଂ ନିଷ୍ପତ୍ତି, ପଦାର୍ପଣ କଲେ ଉମ୍ରାନ୍‌ ମଲ୍ଲିକ୍‌

ଡବଲିନ୍: ଆଜି ଠାରୁ ଭାରତ-ଆୟର୍ଲାଣ୍ଡ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭ ହେଉଛି। ଡବଲିନ୍‌ର ଦ ଭିଲେଜ ଷ୍ଟାଡିୟମରେ ରବିବାର ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଘରୋଇ ଦଳ ବ୍ୟାଟିଂ କରୁଛି। ଏହି ମ୍ୟାଚରେ ଯୁୁବ କ୍ରିକେଟର ଉମ୍ରାନ ମଲ୍ଲିକ ପଦାର୍ପଣ କରୁଛନ୍ତି। ବର୍ଷା ଯୋଗୁଁ ଟସ୍‌ ପଡ଼ିବାରେ ବିଳମ୍ବ ହୋଇଥିଲା। ଦୁଇ ଟିକିଆ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ମଙ୍ଗଳବାର ଖେଳାଯିବାର ଅଛି। ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ୍ ଜୁଲାଇ ପହିଲାରୁ ଆରମ୍ଭ ହେବାକୁ ଦେଖି ଭାରତ ଏଠାକୁ ଦ୍ବିତୀୟସ୍ତରୀୟ ଦଳ ପଠାଇଛି। ଟିମ୍ ଇଣ୍ଡିଆ ଏହି ଶୃଙ୍ଖଳାରେ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଖେଳୁଛି।

ଋତୁରାଜ ଗାଏକ୍ବାଡ୍, ଈଶାନ କିଶନ, ଆୱେଶ ଖାନ୍, ରାହୁଲ ତ୍ରିପାଠୀଙ୍କ ଭଳି ଯୁବ ଖେଳାଳିଙ୍କ ପାଇଁ ନିଜ ପ୍ରତିଭାର ପରିପ୍ରକାଶ ଲାଗି ଏହି ଶୃଙ୍ଖଳା ବଳିଷ୍ଠ ମଞ୍ଚ ହେବ। ସେହିଭଳି ଦଳକୁ ଫେରିଥିବା ୱିକେଟ୍ ରକ୍ଷକ ବ୍ୟାଟର୍ ସଞ୍ଜୁ ସାମସନ ଓ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ମଧ୍ୟ ଏହି ଶୃଙ୍ଖଳା ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ବକପ୍ ଲାଗି ନିଜ ଦାବିଦାରି ଉପସ୍ଥାପନ କରିବାର ସୁଯୋଗ ଆଣିବ।

ଭାରତ: ଈଶାନ କିଶନ, ଋତୁରାଜ ଗାଏକ୍ବାଡ୍, ସୂର୍ଯ୍ୟକୁମାର ଯାଦବ,  ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ, ଦୀପକ ହୁଦା, ଭୁବନେଶ୍ବର କୁମାର, ଆୱେଶ ଖାନ୍, ଉମ୍ରାନ ମଲ୍ଲିକ, ୟୁଝବେନ୍ଦ୍ର ଚହଲ।

ଆୟର୍ଲ‌ାଣ୍ଡ: ପଲ୍ ଷ୍ଟ୍ରିଙ୍ଗ୍, ଆଣ୍ଡ୍ରିୟୁ ବଲବରିନ୍ (ଅଧିନାୟକ), ଗ୍ୟା‌ରେଥ ଡେନ୍‌ଲି, ହାରି ଟେକ୍ଟର, ଲୋର୍କାନ୍ ଟକର, କର୍ଟିସ୍ କ୍ୟାମ୍ଫର, ଆଣ୍ଡି ମ୍ୟାକବ୍ରିନ୍, ଜର୍ଜ ଡକରେଲ୍, ମାର୍କ ଏଦେର, ବାରି ମ୍ୟାକ୍‌କାର୍ଥି, ଜୋସୁଆ ଲିଟଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe