ଟି-୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ-ପାକିସ୍ତାନ ଓ ନ୍ୟୁଜିଲାଣ୍ଡ-ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ୍‌

ଟି-୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ-ପାକିସ୍ତାନ ଓ ନ୍ୟୁଜିଲାଣ୍ଡ-ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ୍‌

ଦୁବାଇ: ଭାରତୀୟ କ୍ରିକେଟ୍‌ ଟିମ୍‌ର ଟି-୨୦ ବିଶ୍ୱକପ୍‌-୨୦୨୧ର ସେମିଫାଇନାଲ୍‌ ମ୍ୟାଚ ଖେଳିବା ସ୍ୱପ୍ନ ଶେଷ ହୋଇଛି। ରବିବାର ଖେଳାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଆଫଗାନିସ୍ତାନକୁ ନ୍ୟୁଜିଲାଣ୍ଡ ୮ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଏଥି ସହିତ ନ୍ୟୁଜିଲାଣ୍ଡ ୪ର୍ଥ ଟିମ୍‌ ଭାବରେ ସେମିଫାଇନାଲରେ ପ୍ରବେଶ କରିଛି। ଯଦି ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ବିଜୟୀ ହୋଇଥାନ୍ତା, ତା’ହେଲେ ଟିମ୍‌ ଇଣ୍ଡିଆ ଲାଗି କିଛି ସୁଯୋଗ ଥିଲା।

ଭାରତର ବିଶ୍ୱକପ୍‌ ଯାତ୍ରା ଶେଷ ହୋଇଛି କହିଲେ ଭୁଲ ହେବ ନାହିଁ। ଭାରତ ସୋମବାର ନାମିବ୍ୟା ସହିତ ଔପଚାରିକ ଭାବେ ଶେଷ ମ୍ୟାଚ୍‌ ଖେଳିବ। ଟି-୨୦ ବିଶ୍ୱକପ୍‌ରେ ଏବେ ଅଷ୍ଟ୍ରେଲିଆ-ପାକିସ୍ତାନ ଓ ନ୍ୟୁଜିଲାଣ୍ଡ-ଇଂଲଣ୍ଡ ସେମିଫାଇନାଲ ମ୍ୟାଚ୍‌ ଖେଳିବେ।

ସୂଚନାଯୋଗ୍ୟ, ଆଇପିଏଲ୍‌ ଆରମ୍ଭରୁ ଟିମ୍‌ ଇଣ୍ଡିଆକୁ ଟି-୨୦ ବିଶ୍ୱକପର ଅନ୍ୟତମ ଦାବିଦାର ମନେ କରାଯାଉଥିଲା। କାରଣ ହେଲା ଯେ, ଭାରତୀୟ ଖେଳାଳି ମାନେ ଦୀର୍ଘ ଦିନ ଧରି ୟୁଏଇରେ ଖେଳୁଥିଲେ। ଏହା ବ୍ୟତୀତ ଭାରତ ୨ଟି ଯାକ ଅଭ୍ୟାସ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲା। କିନ୍ତୁ ଯେତେବେଳେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଲା, ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଲା। ପ୍ରଥମ ମୁକାବିଲାରେ ପାକିସ୍ତାନ ଠାରୁ ୧୦ ଓ୍ଵିକେଟ୍‌ରେ ପରାସ୍ତ ହେବା ପରେ ୨ୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଠାରୁ ୮ଓ୍ଵିକେଟରେ ହାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe