କଲମ୍ବୋ: ବାଦ, ବିବାଦ, ବର୍ଜନ ଧମକ ତଥା ବର୍ଷା ବିଭ୍ରାଟ ଆଶଙ୍କା ଭିତରେ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସବୁଠାରୁ ଚର୍ଚ୍ଚିତ ତଥା ପ୍ରତୀକ୍ଷିତ ମୁକାବିଲା ରବିବାର ଖେଳାଯିବ। ଦୁଇ ଚିର ଶତ୍ରୁ ତଥା ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ ପୁଣି ଥରେ କ୍ରିକେଟ୍‌ ପଡ଼ିଆରେ ମୁହାଁମୁହିଁ ହେବେ। ସେଥିପାଇଁ ସାରା ବିଶ୍ବର ନଜର ଏବେ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ଉପରେ କେନ୍ଦ୍ରୀଭୂତ ହୋଇଛି। ଉଭୟ ଦଳ ଏହି କ୍ରିକେଟ୍‌ ମହାଯୁଦ୍ଧ ଲାଗି ଜୋର୍‌ଦାର ପ୍ରସ୍ତୁତି କରିଛନ୍ତି। ପିସିବି ଓ ବିସିସିଆଇର ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ଦେଶର କ୍ରିକେଟ୍‌ ବୋର୍ଡ ମୁଖ୍ୟ ଏହି ମହାଟକ୍କର ଲାଗି ଏବେ କଲମ୍ବୋରେ ଡେରା ପକାଇଛନ୍ତି। ସଲମାନ ଆଗାଙ୍କ ଦଳକୁ ସୂର୍ଯ୍ୟକୁମାର ଯାଦବଙ୍କ ସେନା ଏସିଆ କପ୍‌ ଭଳି ବିଶ୍ବକପ୍‌ରେ ମଧ୍ୟ ମାତ୍ ଦେବ ବୋଲି ଭାରତୀୟ କ୍ରିକେଟ୍‌ପ୍ରେମୀ ଦମ୍ଭ ଭରିଛନ୍ତି। ତେବେ ବିସ୍ମୟ ସ୍ପିନର୍‌ ଉସମାନ ତାରିକଙ୍କ ଅଜବ ତଥା ଅତି ବିବାଦୀୟ ବୋଲିଂ ଶୈଳୀକୁ ପାଥେୟ କରି ପାକିସ୍ତାନ ଦୀର୍ଘ ବ୍ୟବଧାନ ପରେ ଭାରତକୁ ହରାଇବାର ସ୍ବପ୍ନ ଦେଖିଛି। 

Advertisment

Yogi Adityanath: ଉତ୍ତର ପ୍ରଦେଶରେ ବିକାଶ ହେଉଛି, ଶ୍ବାସରୁଦ୍ଧ ନୁହେଁ: ଯୋଗୀ

ବିଶ୍ବକପ୍‌ ସହ ପ୍ରେମଦାସା ଷ୍ଟାଡିୟମ୍‌ରେ ଭାରତର ରେକର୍ଡ ଯଥେଷ୍ଟ ଭଲ ଥିବାରୁ ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ପଲା ଭାରି ରହିବ ବୋଲି ଆଶା କରାଯାଉଛି। ଖେଳାଳି, ପ୍ରଶଂସକ, ଅଧିକାରୀ ଓ ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି ପ୍ରସାରଣକାରୀ ସଂସ୍ଥା ପର୍ଯ୍ୟନ୍ତ ସମସ୍ତେ ଏହି ମହାସମରକୁ ନେଇ ଉତ୍ସାହିତ ଅଛନ୍ତି। ତେବେ କଲମ୍ବୋ ଆକାଶରେ ଏବେ କଳା ବାଦଲ ଘୋଟି ରହିଥିଲା ବେଳେ ରବିବାର ସନ୍ଧ୍ୟାରେ ଘଡ଼ଘଡ଼ି ସହ ଅସରାଏ ଦି ଅସରା ବର୍ଷା ହେବାର ପୂର୍ବାନୁମାନ ଏହି ଅପୂର୍ବ ଉତ୍ସାହ ତଥା ଉନ୍ମାଦକୁ ପାଣିଚିଆ କରିଦେବାର ଆଶଙ୍କାକୁ ବଢ଼ାଇଛି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଗତ ୫ଟି ମୁକାବିଲାରେ ଭାରତ ଲଗାତାର ବିଜୟୀ ହୋଇଥିବାରୁ ରବିବାର ମଧ୍ୟ ଏହି ଧାରା ବଜାୟ ରଖିବ ବୋଲି ଆଶା କରାଯାଉଛି।

PMGSY: ଅବଧି ସରିଲା, ଅଧାରେ ଅଟକିଲା ପିଚୁ ରାସ୍ତା କାମ

ପଡ଼ିଆ ବାହାର ନାଟକ ଓ ରାଜନୈତିକ ଭିଡ଼ାଭିଡ଼ି ଏଥରର ଭାରତ-ପାକିସ୍ତାନ ମ୍ୟାଚ୍‌କୁ ଆହୁରି ରୋଚକ କରିଛି। ଆମେରିକା ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଭାରତୀୟ ବ୍ୟାଟିଂ ନିରାଶ କରିଥିଲା। ନାମିବ୍ୟା ବିପକ୍ଷରେ କିନ୍ତୁ ତୁଳନାତ୍ମକ ଭାବେ ଭଲ ବ୍ୟାଟିଂ କରିଥିଲା। ଏଣୁ ରବିବାର ମୁକାବିଲା ମୁଖ୍ୟତଃ ଭାରତୀୟ ବ୍ୟାଟିଂ ଓ ପାକିସ୍ତାନୀ ସ୍ପିନ୍‌ ବାହିନୀ ମଧ୍ୟରେ ହେବ ବୋଲି ଚର୍ଚ୍ଚା ହେଉଛି। ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ଭାରତ ୬ଟି ମ୍ୟାଚ୍‌ ଜିତିଥିଲା ବେଳେ ମାତ୍ର ଗୋଟିଏରେ ପରାଜିତ ହୋଇଛି। ଏଥର ୭-୧ କରିବାକୁ ଲକ୍ଷ୍ୟ ରଖିଛି। ପୁଣି ନିରପେକ୍ଷ ସ୍ଥାନରେ ଖେଳାଯାଉଥିବା ଏହି ମ୍ୟାଚ୍‌ ଚଳିତବର୍ଷ ଭାରତର ପ୍ରଥମ ବିଦେଶୀ ଟ୍ବେଣ୍ଟି-୨୦ ମ୍ୟାଚ୍‌ ହେବାକୁ ଯାଉଛି। ରବିବାର ଶିବରାତ୍ରି ଥିବାରୁ ଅନେକ ଶିବଭକ୍ତ ଭାରତୀୟ ଦଳର ବିଜୟ କାମନା କରି ଜାଗର ଜାଳିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।