The News International
ନୂଆଦିଲ୍ଲୀ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) କ୍ରିକେଟ ବିଶ୍ୱକପ-୨୦୧୯ ଆରମ୍ଭ ହେବାର ୧୬ ଦିନ ବିତିଯାଇଛି। ବର୍ଷା ଯୋଗୁଁ ଏଯାଏଁ ୪ଟି ମ୍ୟାଚ୍ ବାତିଲ ହୋଇଛି। ଆଗକୁ ବଡ଼ ବଡ଼ ମୁକାବିଲା ହେବାର ଅଛି। ବିଶ୍ୱରେ ଅଧିକ ଦେଖାଯାଉଥିବା ବହୁ ପ୍ରତିକ୍ଷୀତ ମ୍ୟାଚ୍ ‘ଭାରତ-ପାକିସ୍ତାନ ମ୍ୟାଚ୍’ ଦୁଇ ଦିନ ପରେ ଅର୍ଥାତ ଜୁନ ୧୬ରେ ଖେଳାଯିବାର କ୍ରୀଡ଼ାସୂଚୀ ରହିଛି। ଅର୍ଥାତ ଆଉ କିଛି ଘଣ୍ଟା ପରେ ଉତ୍କଣ୍ଠା ଶେଷ ହୋଇଯିବ। ମାତ୍ର ଇଂଲଣ୍ଡରେ ଏବେ ବର୍ଷା ବଡ଼ ସମସ୍ୟା ଭାବରେ ଛିଡ଼ା ହେଉଛି। ବର୍ଷା କେତେବେଳେ ବି ଆସିପାରେ। ତେଣୁ ଭାରତ-ପାକିସ୍ତାନ ମ୍ୟାଚ ନେଇ ଅନେକ ଆଶଙ୍କା ଦେଖାଯାଇଛି।
ବହୁ ପ୍ରତିକ୍ଷୀତ ଭାରତ-ପାକିସ୍ତାନ ମ୍ୟାଚ୍ ମଂଚେଷ୍ଟରସ୍ଥିତ ଓଲଡ ଟ୍ରାଫର୍ଡ ଷ୍ଟାଡିୟମରେ ଖେଳାଯିବ। ମାତ୍ର ଚଳିତ ବିଶ୍ୱକପରେ ଯେଭଳି ଭାବରେ ବର୍ଷା ଦାଉ ସାଜୁଛି, ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଅନେକ ଅନିଶ୍ଚିତତା ଦେଖାଯାଉଛି। କାରଣ ଜୁନ ୧୩ରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ବର୍ଷା ଯୋଗୁଁ ବାତିଲ କରାଯାଇଛି।
ବିଶ୍ୱକପ-୨୦୧୯ରେ ବର୍ଷା ଯୋଗୁଁ ବାତିଲ ହୋଇଥିବା ମ୍ୟାଚ
-ଶ୍ରୀଲଙ୍କା-ପାକିସ୍ତାନ
-ଶ୍ରୀଲଙ୍କା-ବାଂଲାଦେଶ
-ଭାରତ-ନ୍ୟୁଜିଲାଣ୍ଡ
-ୱେଷ୍ଟଇଣ୍ଡିଜ-ଦକ୍ଷିଣ ଆଫ୍ରିକା
Follow Us