ଆୟର୍ଲାଣ୍ଡ୍‌ରେ ଟେ୍ଵଣ୍ଟି-୨୦ ଖେଳିବ ଭାରତ

ଆୟର୍ଲାଣ୍ଡ୍‌ରେ ଟେ୍ଵଣ୍ଟି-୨୦ ଖେଳିବ ଭାରତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳ ଚଳିତ ବର୍ଷ ଆୟର୍ଲାଣ୍ଡ୍‌ ଗସ୍ତ କରିବ। ସେଠାରେ ଆୟର୍ଲାଣ୍ଡ୍‌ ସହ ଦୁଇଟି ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବ। ଜୁଲାଇରେ ପ୍ରାୟ ୨ ମାସ ବ୍ୟାପୀ ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡ୍‌ ସହ ଭାରତ ଏହି ଦୁଇଟି ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳିବ। ମ୍ୟାଚ୍‌ ଦୁଇଟି ଯଥାକ୍ରମେ ଜୁନ୍‌ ୨୭ ଓ ୨୯ ତାରିଖରେ ଡବ୍‌ଲିନ୍‌ରେ ଖେଳାଯିବ ବୋଲି ଭାରତୀୟ କ୍ରିକେଟ୍‌ ବୋର୍ଡ ବିଜ୍ଞପ୍ତି ପ୍ରକାଶ କରିଛି। ଭାରତୀୟ ଦଳ ଶେଷ ଥର ପାଇଁ ୨୦୦୭ରେ ଆୟର୍ଲାଣ୍ଡ୍‌ ଗସ୍ତ କରିଥିଲା। ସେହି ଗସ୍ତରେ ଉଭୟ ଦଳ ଗୋଟିଏ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲେ। ଆଉ ସେହି ମ୍ୟାଚ୍‌କୁ ଭାରତ ୯ ଓ୍ଵିକେଟ୍‌ (ବର୍ଷା ନିୟମ)ରେ ଜିତି ନେଇଥିଲା। ତେବେ ଉଭୟ ଭାରତ ଓ ଆୟର୍ଲାଣ୍ଡ୍‌ ଥରେ ମାତ୍ର ଟେ୍ଵଣ୍ଟି-୨୦ ମ୍ୟାଚ୍‌ରେ ଭେଟାଭେଟି ହୋଇଛନ୍ତି। ୨୦୦୯ ଆଇସିସି ଟେ୍ଵଣ୍ଟି-୨୦ ବିଶ୍ୱକପ୍‌ରେ ନଟିଂହାମ୍‌ରେ ଏହି ମ୍ୟାଚ୍‌ ଖେଳିଥିଲେ। ସେଥିରେ ଭାରତ ୮ ଓ୍ଵିକେଟ୍‌ରେ ବିଜୟୀ ହୋଇଥିଲା। ଆୟର୍ଲାଣ୍ଡ୍‌ ସହ ଟେ୍ଵଣ୍ଟି-୨୦ ଶୃଙ୍ଖଳା ଖେଳିସାରି ଭାରତୀୟ ଦଳ ସେଠାରୁ ସିଧାସଳଖ ଇଂଲଣ୍ଡ ଗସ୍ତ କରିବ। ଜୁଲାଇରୁ ଇଂଲଣ୍ଡ ସହ ଭାରତ ୩ ଟେ୍ଵଣ୍ଟି-୨୦, ୩ ଦିନିକିଆ ଓ ୫ ଟେଷ୍ଟ ମ୍ୟାଚ୍‌ ଖେଳିବାର ସୂଚୀ ରହିଛି।

ଭାରତ ସହ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳିବା ପୂର୍ବରୁ ଆୟର୍ଲାଣ୍ଡ୍‌ ମଧ୍ୟ ଟେଷ୍ଟ କ୍ରିକେଟ୍‌ ପଦାର୍ପଣ କରିବ। ଆୟର୍ଲାଣ୍ଡ୍‌ ତା’ର ପ୍ରଥମ ଟେଷ୍ଟ ମ୍ୟାଚ୍‌ ପାକିସ୍ତାନ ସହ ଖେଳିବ। ଏହି ଟେଷ୍ଟ ଚଳିତ ବର୍ଷ ମେ ମାସ ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ୨୦୦୬ରୁ ଆଇସିସି ନିକଟରୁ ଦିନିକିଆ ଆନ୍ତର୍ଜାତିକ ମାନ୍ୟତା ହାସଲ କରିଥିବା ଆୟର୍ଲାଣ୍ଡ୍‌ ଗତବର୍ଷ (୨୦୧୭) ଟେଷ୍ଟ ମାନ୍ୟତା ଲାଭ କରିଛି। ଆଉ ପାକିସ୍ତାନ ସହ ଖେଳି ଟେଷ୍ଟ ପଦାର୍ପଣକୁ ଅପେକ୍ଷା କରିଛି। ଦିନିକିଆ ଆନ୍ତର୍ଜାତିକରେ ଏକାଧିକ ବିଶ୍ୱକପ୍‌ ଖେଳିପାରିଥିବା ଆୟର୍ଲାଣ୍ଡ୍‌ ବିଶେଷକରି ପାକିସ୍ତାନ, େଓ୍ଵଷ୍ଟଇଣ୍ଡିଜ୍‌ ଓ ଇଂଲଣ୍ଡକୁ ପରାସ୍ତ କରି ନିଜର ପାରଦର୍ଶିତା ପ୍ରମାଣିତ କରିସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe