୨୦୧୨ ପରେ ପ୍ରଥମ ଥର ପାଇଁ ବିନା ସ୍ପିନରରେ ପଡ଼ିଆକୁ ଓହ୍ଲାଇଛି ଭାରତ

୨୦୧୨ ପରେ ପ୍ରଥମ ଥର ପାଇଁ ବିନା ସ୍ପିନରରେ ପଡ଼ିଆକୁ ଓହ୍ଲାଇଛି ଭାରତ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଠାରୁ ପ୍ରଥମ ଓ ୨ୟ ଟେଷ୍ଟରେ ପରାଜୟ ହୋଇଥିବା ଭାରତ ୩ୟ ଟେଷ୍ଟରେ କୌଣସି ସ୍ପିନରଙ୍କୁ ମ୍ୟାଚ୍‌ ଖେଳିବା ପାଇଁ ସୁଯୋଗ ଦେଇ ନାହିଁ। ଟିମ୍‌ ଇଣ୍ଡିଆ ୨୦୧୨ ପରେ ପ୍ରଥମ ଥର ପାଇଁ ଏଭଳି କରିଛି। ବିନା ସ୍ପିନରଙ୍କୁ ନେଇ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜୋହାନେସବର୍ଗ ଟେଷ୍ଟକୁ ଓହ୍ଲାଇଛି।

ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ନିଷ୍ପତ୍ତି ଅନୁସାରେ ରୋହିତ ଶର୍ମାଙ୍କ ସ୍ଥାନରେ ଆଜିଙ୍କ୍ୟ ରାହାଣେ ଓ ଏକମାତ୍ର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ସ୍ଥାନରେ ଭୁବନେଶ୍ୱର କୁମାରଙ୍କୁ ସାମିଲ କରଯାଇଛି। ୬ ବର୍ଷ ପରେ ଭାରତ ବିନା କୌଣସି ସ୍ପିନରରେ ପଡ଼ିଆକୁ ଅବତୀର୍ଣ୍ଣ ହୋଇଛି। ପୂର୍ବରୁ ମଧ୍ୟ ଭାରତର ବିନା ସ୍ପିନରରେ ମ୍ୟାଚ୍‌ ଖେଳିବାର ଅନୁଭୂତି ରହିଛି।

publive-image publive-image

ପୂର୍ବରୁ ଭାରତ ୨୦୧୧-୧୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ପର୍ଥରେ ବିନା ସ୍ପିନରରେ ମ୍ୟାଚ ଖେଳିଥିଲା। ସେହି ସମୟରେ ଖେଳାଯାଇଥିବା ଭାରତୀୟ ଟିମ୍‌ରେ ୪ଜଣ ଦ୍ରୁତ ବୋଲର ବୋଲିଂ କରିଥିଲେ। ସେହି ମ୍ୟାଚ୍‌ରେ ଜାହିର ଖାନ୍‌, ଈଶାନ୍ତ ଶର୍ମା, ଉମେଶ ଯାଦବ ଓ ବିନୟ କୁମାରଙ୍କୁ ସୁଯୋଗ ମିଳିଥିଲା। ଜାନୁଆରୀ ୨୪ରୁ ଆରମ୍ଭ ହୋଇଥିବା ଚଳିତ ଶୃଙ୍ଖଳାର ୩ୟ ମ୍ୟାଚରେ ଭାରତ ୪ଜଣ ଦ୍ରୁତ ବୋଲର ଓ ଜଣେ ଅଲ୍‌ରାଉଣ୍ଡରଙ୍କୁ ସାମିଲ କରିଛି। ଆଫ୍ରିକା ତରଫରୁ ମ୍ୟାଚ୍‌ରେ ସ୍ପିନର କେଶବ ମହାରାଜଙ୍କ ସ୍ଥାନରେ ଏଣ୍ଡିଲେ ଫେହଲିକବା ଟିମ୍‌ରେ ସାମିଲ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe