Image Courtesy of India Today
ନୂଆଦିଲ୍ଲୀ: ଅହମଦାବାଦରେ ଅଷ୍ଟ୍ରେଲିଆ ସଙ୍ଗେ ଖେଳୁଥିବା ‘ବର୍ଡର୍-ଗାଭାସ୍କର୍ ଟ୍ରଫି’ର ଫାଇନାଲ୍ ଟେଷ୍ଟ୍ ଶେଷ ନ ହେଉଣୁ ଆଜି ଭାରତ କ୍ରମାଗତ ଦ୍ବିତୀୟ ଥର ପାଇଁ ‘ୱାର୍ଲଡ୍ ଟେଷ୍ଟ୍ ଚାମ୍ପିଅନ୍’ରେ (ଡବ୍ଲୁଟିସି) ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି।
‘ଡବ୍ଲୁଟିସି’କୁ ଯିବା ପାଇଁ ଚୂଡ଼ାନ୍ତ ମ୍ୟାଚ୍ରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଶ୍ରୀଲଙ୍କା ଆଜି ନିଉଜିଲାଣ୍ଡ୍ରେ ‘୨-ସିରିଜ୍’ବିଶିଷ୍ଟ ଟେଷ୍ଟ୍ ମ୍ୟାଚ୍ର ପ୍ରଥମ ଟେଷ୍ଟ୍ରେ ପରାସ୍ତ ହେବା ପରେ ଭାରତକୁ ଉପରୋକ୍ତ ସୁଯୋଗ ମିଳିପାରିଛି। କ୍ରିଷ୍ଟ୍ଚର୍ଚରେ ଅନୁଷ୍ଠିତ ଆଜିର ମ୍ୟାଚ୍ରେ ନିଉଜିଲାଣ୍ଡ୍ ଶ୍ରୀଲଙ୍କାକୁ ଶେଷ ମୁହୂର୍ତ୍ତରେ ଅତି ରୋମାଞ୍ଚକର ଭାବେ ୨ ୱିକେଟ୍ରେ ପରାସ୍ତ କରିଛି।
Image Courtesy of The Indian Express‘ଡବ୍ଲୁଟିସି’କୁ ଯିବା ପାଇଁ ଚୂଡ଼ାନ୍ତ ମ୍ୟାଚ୍ରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଶ୍ରୀଲଙ୍କା ଆଜି ନିଉଜିଲାଣ୍ଡ୍ରେ ‘୨-ସିରିଜ୍’ବିଶିଷ୍ଟ ଟେଷ୍ଟ୍ ମ୍ୟାଚ୍ର ପ୍ରଥମ ଟେଷ୍ଟ୍ରେ ପରାସ୍ତ ହେବା ପରେ ଭାରତକୁ ଉପରୋକ୍ତ ସୁଯୋଗ ମିଳିପାରିଛି। କ୍ରିଷ୍ଟ୍ଚର୍ଚ ମ୍ୟାଚ୍ରେ ନିଉଜିଲାଣ୍ଡ୍ ଶ୍ରୀଲଙ୍କାକୁ ୨ ୱିକେଟ୍ରେ ଶେଷ ମୁହୂର୍ତ୍ତରେ ଅତି ରୋମାଞ୍ଚକର ଭାବେ ପରାସ୍ତ କରିଛି। କାରଣ ୬୮.୫୨ ‘ପର୍ସେଣ୍ଟେଜ୍ ପଏଣ୍ଟ୍’ (ପିସିଟି) ହାସଲ୍ କରି ଅଷ୍ଟ୍ରେଲିଆ ‘ଡବ୍ଲୁଟିସି’ ତାଲିକାରେ ସର୍ବାଗ୍ରେ ରହିଛି।
ସୂଚନାଯୋଗ୍ୟ, ବିରାଟ କୋହଲିଙ୍କ ଅଧିନାୟକତ୍ବରେ ୨୦୨୧ରେ ଭାରତ ‘ଡବ୍ଲୁଟିସି’କୁ ଯିବାକୁ ଯୋଗ୍ୟ ବିବେଚିତ ହୋଇଥିଲା, କିନ୍ତୁ ଚୂଡ଼ାନ୍ତ ମ୍ୟାଚ୍ରେ ନିଉଜିଲାଣ୍ଡ୍ଠାରୁ ପରାସ୍ତ ହୋଇଥିଲା।
Follow Us