ମେଲ୍‌ବର୍ନ ବିଜୟ ସତ୍ତ୍ବେ ଭାରତ ଅପରିବର୍ତିତ

Advertisment

ନ୍ୟୁଜିଲାଣ୍ଡ-ପାକିସ୍ତାନ ଶୃଙ୍ଖଳା ଫଳାଫଳ ଉପରେ ଭାରତର ନଜର

ନ୍ୟୁଜିଲାଣ୍ଡ-ପାକିସ୍ତାନ ଶୃଙ୍ଖଳା ଫଳାଫଳ ଉପରେ ଭାରତର ନଜର

ମେଲ୍‌ବର୍ନ ବିଜୟ ସତ୍ତ୍ବେ ଭାରତ ଅପରିବର୍ତିତ

News Leak Centre

ଦୁବାଇ : ମେଲ୍‌ବର୍ନ ଟେଷ୍ଟ୍‌କୁ ୮ ୱିକେଟ୍‌ରେ ଜିତିବା ପରେ ଏହି ମହାବିଜୟରୁ ଭାରତକୁ ୩୦ ପଏଣ୍ଟ୍‌ ମିଳିଛି। ଏହା ସତ୍ତ୍ବେ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ମାନ୍ୟତାରେ ଦ୍ବିତୀୟ ସ୍ଥାନରେ ଅପରିବର୍ତିତ ରହିଛି ଭାରତ। ଅଷ୍ଟ୍ରେଲିଆ ଶୀର୍ଷ ସ୍ଥାନ ବଜାୟ ରଖିଥିଲେ ମଧ୍ୟ ମେଲ୍‌ବର୍ନ ପରାଜୟ ଏବଂ ମନ୍ଥର ବୋଲିଂ ପାଇଁ ଜରିମାନା ଯୋଗୁଁ ପଏଣ୍ଟ୍‌ର ପ୍ରତିଶତ (ପିଟିସି) ଭିତ୍ତିରେ ଭାରତଠୁ ସାମାନ୍ୟ ଆଗରେ ରହିଛି। ବୁଧବାର ଆଇସିସି ପକ୍ଷରୁ ପ୍ରକାଶିତ ତାଜା ମାନ୍ୟତା ତାଲିକାରେ ଭାରତ ସର୍ବାଧିକ ୩୯୦ ପଏଣ୍ଟ ଏବଂ ୭୨.୨ ପିଟିସି ସହ ଦ୍ବିତୀୟରେ ରହିଛି। ଅଷ୍ଟ୍ରେଲିଆ ୩୨୨ ପଏଣ୍ଟ୍‌ ପାଇଥିଲେ ମଧ୍ୟ ୭୬.୬ ପିଟିସି ବଳରେ ଶୀର୍ଷ ସ୍ଥାନରେ ସ୍ଥିର ରହିଛି। ସୂଚନାଯୋଗ୍ୟ, ଆସନ୍ତାବର୍ଷ ଆଇସିସି ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ର ଫାଇନାଲ୍‌ ମୁକାବିଲା ହେବ। ଏଥିରେ ବିଶ୍ବ ଚାମ୍ପିଅନ୍‌ସିପ୍‌ ମାନ୍ୟତାର ପ୍ରଥମ ଦୁଇ ସ୍ଥାନରେ ରହିଥିବା ଦଳ ମୁହାଁମୁହିଁ ହେବେ। ‌

ନ୍ୟୁଜିଲାଣ୍ଡ-ପାକିସ୍ତାନ ଶୃଙ୍ଖଳା ଫଳାଫଳ ଉପରେ ଭାରତର ନଜର
ଆଇସିସି ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ସ୍ଥାନ ଅଷ୍ଟ୍ରେଲିଆ ପ୍ରାୟତଃ ସୁରକ୍ଷିତ କରିଥିଲା ବେଳେ ଦ୍ବିତୀୟ ସ୍ଥାନ ପାଇଁ ଏବେ ବି ଭାରତ ଓ ନ୍ୟୁଜିଲାଣ୍ଡ୍‌ ମଧ୍ୟରେ ଟକ୍କର ରହିଛି। ଅବଶ୍ୟ ମେଲ୍‌ବର୍ନ ବିଜୟ ପରେ ଭାରତ ଏହି ଦୌଡ଼ରେ ରହିଥିଲେ ମଧ୍ୟ ସଂପ୍ରତି ଚାଲିଥିବା ନ୍ୟୁଜିଲାଣ୍ଡ୍‌-ପାକିସ୍ତାନ ଶୃଙ୍ଖଳାର ଫଳାଫଳକୁ ଅପେକ୍ଷା କରିବ। ନ୍ୟୁଜିଲାଣ୍ଡ୍‌ ପ୍ରଥମ ଟେଷ୍ଟ୍‌ରେ ପାକିସ୍ତାନକୁ ପରାସ୍ତ କରିବା ପରେ ଭାରତର ଚିନ୍ତା ବଢ଼ିଯାଇଛି। ନ୍ୟୁଜିଲାଣ୍ଡ ଯଦି ପାକିସ୍ତାନକୁ ୨-୦ରେ ଶୃଙ୍ଖଳା ପରାଜୟ ଦେବ ତାହାଲେ ତା’ର ପିଟିସି ୭୦ରେ ପହଞ୍ଚିଯିବ। ଏହା ପୂର୍ବରୁ ନ୍ୟୁଜିଲାଣ୍ଡ୍‌ ମଧ୍ୟ ୱେଷ୍ଟଇଣ୍ଡିଜ୍‌କୁ ୨-୦ରେ ଶୃଙ୍ଖଳା ପରାଜୟ ଦେଇସାରିଛି। ତେଣୁ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଶୃଙ୍ଖଳାକୁ ପାକିସ୍ତାନ ଜିତୁ ବୋଲି ଭାରତ ଚାହିଁଛି। ତଥାପି ପାକିସ୍ତାନ ଶୃଙ୍ଖଳା ନଜିତିପାରିଲେ ବି ଯଦି ଅତିକମ୍‌ରେ ଶୃଙ୍ଖଳା ଅମୀମାଂସିତ ରଖିପାରିବ ତାହାଲେ ଭାରତର ଫାଇନାଲ୍‌ ଖେଳିବା ନିଶ୍ଚିତ ହୋଇଯିବ। ଏହାପରେ ଭାରତ ତା’ର ଆଗାମୀ ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳାକୁ ହାତେଇବାକୁ ପ୍ରାଣପଣେ ଉଦ୍ୟମ କରିବ। ଯଦି ଇଂଲଣ୍ଡକୁ ୪-୦ରେ ହରାଇଦିଏ ତାହାଲେ ଭାରତକୁ ଫାଇନାଲ୍‌ ଖେଳିବାରୁ କେହି ବି ରୋକିପାରିବେନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe