ବେଙ୍ଗାଲୁରୁ: ଭାରତ ଗସ୍ତରେ ଥିବା ଦକ୍ଷିଣ ଆଫ୍ରିକା-ଏ ଦଳ ପ୍ରଥମ ଯୁବ ଟେଷ୍ଟ୍ରେ ପରାଜୟ ଦ୍ୱାରରେ ପହଞ୍ଚିଛି। ଅନ୍ୟପକ୍ଷରେ ଭାରତ ବିଜୟଠୁ ୬ ଓ୍ଵକେଟ୍ ଦୂରରେ ରହିଛି। ଦକ୍ଷିଣ ଆଫ୍ରିକାର ପ୍ରଥମ ପାଳିର ସ୍କୋର୍ ୨୪୬ ଜବାବରେ ଭାରତ ୮ ଓ୍ଵିକେଟ୍ ବିନିମୟରେ ୫୮୪ ରନ୍ କରି ପାଳି ଘୋଷଣା କରିଥିଲା। ୩୩୮ ରନ୍ ପଛୁଆ ଥିବା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ପାଳି ଆରମ୍ଭ କରି ପ୍ରଥମ ୩ ଓ୍ଵିକେଟ୍ ମାତ୍ର ୬ ରନ୍ରେ ହରାଇ ସଙ୍କଟରେ ପଡ଼ିଥିଲା। ମହମ୍ମଦ ସିରାଜ ବ୍ୟକ୍ତିଗତ ଭାବେ ୪ ଓ୍ଵିକେଟ୍ ଦଖଲ କରିଥିଲେ। ସୋମବାର ସୁଦ୍ଧା ଦକ୍ଷିଣ ଆଫ୍ରିକା (୯୯/୪) ୨୩୭ ରନ୍ ପଛରେ ରହିଛି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us