Image Courtesy of India Tdoay
ନୂଆଦିଲ୍ଲୀ: ଏଥରର ପାରାଲିମ୍ପିକ୍ କ୍ରୀଡ଼ାରେ ଭାରତ ରେକର୍ଡସଂଖ୍ୟକ ୧୯ଟି ପଦକ ହାସଲ କରିବା ଅବିସ୍ମରଣୀୟ ଘଟଣା ହୋଇ ରହିବ। ଜାପାନର ରାଜଧାନୀରେ ଅନୁଷ୍ଠିତ ଏହି ‘ପାରା ଗେମ୍’ରେ ୫ଟି ସ୍ବର୍ଣ୍ଣ, ୮ଟି ରୌପ୍ୟ ଏବଂ ୬ଟି କାଂସ୍ୟ ପଦକ ହାସଲ କରି ଭାରତ ଶ୍ରେଷ୍ଠ ୨୫ଟି ରାଷ୍ଟ୍ର ମଧ୍ୟରେ ରହିଛି।
ଏହା ହେଉଛି ବିଶ୍ବସ୍ତରୀୟ ବିବିଧ-କ୍ରୀଡ଼ା ପ୍ରତିଯୋଗିତାରେ ଭାରତର ସର୍ବୋତ୍ତମ କ୍ରୀଡ଼ା ନୈପୂଣ୍ୟ ପ୍ରଦର୍ଶନ। ୨୦୧୮ ‘ସମର୍ ୟୁଥ୍ ଅଲିମ୍ପିକ୍ସ୍’ରେ ଭାରତ ୧୩ଟି ପଦକ ପାଇଥିବା ବେଳେ ଚଳିତ ‘ପାରାଲିମ୍ପିକ୍ସ୍’ରେ ୧୯ଟି ପଦକ ହାସଲ କରିଛି। ଟୋକିଓ ଅଲିମ୍ପିକ୍ସ୍ରେ ୭ଟି ପଦକ ଜିଣିବା ପରେ ‘ପାରାଲିମ୍ପିକ୍ କ୍ରୀଡ଼ା’ରେ ଆମ ଦେଶର ସମର୍ଥ କ୍ରୀଡ଼ାବିତ୍ମାନେ ଇତିହାସରେ ସ୍ଥାନ ପାଇବା ଭଳି ଦକ୍ଷତା ପ୍ରଦର୍ଶନ କରିଛନ୍ତି।
ଉଲ୍ଲେଖଯୋଗ୍ୟ କି, ୧୯୬୮ରେ ପ୍ରଥମ କରି ଆରମ୍ଭ ହୋଇଥିବା ପାରାଲିମ୍ପିକ୍ସ୍ରେ ୨୦୧୬ ପର୍ଯ୍ୟନ୍ତ ଭାରତ ୧୨ଟି ପଦକ ପାଇଥିଲା। ଚଳିତ ପାରାଲିମ୍ପିକ୍ସ୍ର ଟେବୁଲ୍ ଟେନିସ୍ରେ ଭାରତ ପାଇଁ ଭାବିନାବେନ୍ ପଟେଲ୍ ପ୍ରଥମେ ପଦକ ଜିଣିଥିଲେ।
ସେହିଭଳି, ‘ୱିମିନ୍ସ୍ ୧୦ ମିଟର୍ ଏୟାର୍ ରଇଫଲ୍ ଷ୍ଟାଣ୍ଡିଙ୍ଗ୍ ଏସ୍ଏଚ୍୧’ରେ ଅବନି ଲେଖଡ଼ା ସ୍ବର୍ଣ୍ଣ, ‘ମେନ୍ସ୍ ସିଙ୍ଗଲ୍ସ୍ ଏସ୍ଏଲ୍୩ ବ୍ୟାଡ୍ମିଣ୍ଟନ୍’ରେ ପ୍ରମୋଦ ଭଗତ ସ୍ବର୍ଣ୍ଣ, ‘ମେନ୍ସ୍ ସିଙ୍ଗଲ୍ସ୍ ଏସ୍ଏଚ୍୬ ବ୍ୟାଡ୍ମିଣ୍ଟନ୍’ରେ କୃଷ୍ଣ ନାଗର ସ୍ବର୍ଣ୍ଣ, ‘ମେନ୍ସ୍ ଜାଭ୍ଲିନ୍ ଥ୍ରୋ’ ଏଫ୍୬୪’ରେ ସୁମିତ ଆଣ୍ଟିଲ୍ ସ୍ବର୍ଣ୍ଣ ଏବଂ ‘ମିକ୍ସଡ୍ ୫୦ ମିଟର୍ ପିସ୍ତଲ୍ ଏସ୍ଏଚ୍୧’ରେ ମନୀଷ ନରୱାଲ୍ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।
Image Courtesy of NDTVଏହାଛଡ଼ା, ‘ୱିମିନ୍ସ୍ ସିଙ୍ଗଲ୍ସ୍ କ୍ଲାସ୍ ୪ ଟେବୁଲ୍ ଟେନିସ୍’ରେ ଭାବିନାବନେ୍ ପଟେଲ୍ ରୌପ୍ୟ, ‘ମିକ୍ସ୍ଡ୍ ୫୦ମିଟର୍ ପିସ୍ତଲ୍ ଏସ୍ଏଚ୍୧’ରେ ସିଂହରାଜ ରୌପ୍ୟ, ‘ମେନ୍ସ୍ ଡିସ୍କସ୍ ଏଫ୍୫୬’ରେ ଯୋଗେଶ କଥୁରିୟା ରୌପ୍ୟ, ‘ମେନ୍ସ ହାଇଜମ୍ପ୍ ଟି୪୭’ରେ ନିଷାଦ କୁମାର ରୌପ୍ୟ, ‘ମେନ୍ସ୍ ହାଇଜମ୍ପ୍ ଟି୬୩’ରେ ମାରିଆପ୍ପାନ୍ ତାଙ୍ଗାବେଲୁ ରୌପ୍ୟ, ‘ମେନ୍ସ୍ ହାଇଜମ୍ପ୍ ଟି୬୪’ରେ ପ୍ରବୀଣ କୁମାର ରୌପ୍ୟ, ‘ମେନ୍ସ୍ ଜାଭ୍ଲିନ୍ ଏଫ୍୪୬’ରେ ଦେବରାଜ ଝଝାରିଆ ରୌପ୍ୟ ଏବଂ ‘ମେନ୍ସ୍ ସିଙ୍ଗଲ୍ସ୍ ବ୍ୟାଡ୍ମିଣ୍ଟନ୍ ଏସ୍ଏଲ୍୪’ରେ ସୁହାସ ଯତିରାଜ ରୌପ୍ୟ ପଦକ ପାଇଛନ୍ତି।
ସ୍ବର୍ଣ୍ଣ ଓ ରୌପ୍ୟ ପଦକ ପରେ ‘ୱିମିନ୍ସ୍ ୫୦ ମିଟର୍ ୩ ପୋଜିସନ୍ସ୍ ଏସ୍ଏଚ୍୧’ରେ ଅବନି ଲେଖଡ଼ା କାଂସ୍ୟ, ‘ମେନ୍ସ୍ ଇଣ୍ଡିଭିଜୁଆଲ୍ ରିକର୍ଭ ଆର୍ଚେରି’ରେ ହରବିନ୍ଦର ସିଂହ କାଂସ୍ୟ, ‘ମେନ୍ସ ହାଇଜମ୍ପ୍ ଟି୬୩’ରେ ଶରଦ କୁମାର କାଂସ୍ୟ, ‘ମେନ୍ସ୍ ଜାଭ୍ଲିନ୍ ଥ୍ରୋ ଏଫ୍୪୬’ରେ ସୁନ୍ଦର ସିଂହ ଗୁଜର କାଂସ୍ୟ, ‘ମେନ୍ସ୍ ସିଙ୍ଗଲ୍ସ୍ ବ୍ୟାଡ୍ମିଣ୍ଟନ୍ ଏସ୍ଏଲ୍୩’ରେ ମନୋଜ ସର୍କାର କାଂସ୍ୟ ଏବଂ ‘ମେନ୍ସ୍ ୧୦ ମିଟର୍ ଏୟାର୍ ପିସ୍ତଲ୍ ଏସ୍ଏଚ୍୧’ରେ ସିଂହରାଜ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି।
କ୍ରୀଡ଼ା ଅନୁସାରେ, ଭାରତ ‘ଆଥ୍ଲେଟିକ୍ସ୍’ରେ ୮ଟି, ‘ସୁଟିଙ୍ଗ୍’ରେ ୫ଟି, ‘ବ୍ୟାଡ୍ମିଣ୍ଟନ୍’ରେ ୪ଟି, ‘ଆର୍ଚେରି’ରେ ୧ଟି ଏବଂ ‘ଟେବୁଲ୍ ଟେନିସ୍’ରେ ୧ ଟି ପଦକ ହାସଲ କରିଛି।
Follow Us