ଦକ୍ଷିଣ ଆଫ୍ରିକାଠୁ ପ୍ରତିଶୋଧ ଲକ୍ଷ୍ୟରେ ଭାରତ

Advertisment
ଦକ୍ଷିଣ ଆଫ୍ରିକାଠୁ ପ୍ରତିଶୋଧ ଲକ୍ଷ୍ୟରେ ଭାରତ

କଟକ : ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ବାରବାଟୀକୁ ଆସିଥିଲା ବେଳେ ଭାରତକୁ ଶୋଚନୀୟ ଭାବେ ପରାସ୍ତ କରିଥିଲା। ୨୦୧୫ରେ ବାରବାଟୀରେ ପ୍ରଥମ ଥର ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳାଯାଇଥିଲା ବେଳେ ତାହା ବିବାଦଭରା ରହିଥିଲା। ପ୍ରଥମେ ବ୍ୟାଟି˚ କରି ମହେନ୍ଦ୍ର ସି˚ହ ଧୋନିଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ମାତ୍ର ୯୨ ରନ୍‌ରେ ସମସ୍ତ ଵିକେଟ ହରାଇଥିଲା। ରୋହିତ ଶର୍ମା ଓ ସୁରେଶ ରାଇନା ୨୨ ରନ୍‌ ଲେଖାଏଁ କରିଥିଲା ବେଳେ ଅନ୍ୟମାନେ ନିରାଶ କରିଥିଲେ। ଫଳରେ ଦର୍ଶକମାନେ ଉତ୍‌କ୍ଷିପ୍ତ ହୋଇ ପଡ଼ିଆ ଭିତରକୁ ପାଣି ବୋତଲ ଫୋପାଡ଼ିଥିଲେ। ୩ ଓ ୪ ନମ୍ବର ଗ୍ୟାଲେରିରୁ ପାଣି ବୋତଲ ଫିଙ୍ଗା ଯାଇଥିବାରୁ ପୁଲିସ୍‌ ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ନାକେଦମ୍‌ ହୋଇଥିଲା। ଯେଉଁଥିପାଇଁ ମ୍ୟାଚ ଦୁଇ ଦୁଇଥର ସ୍ଥଗିତ କରିବାକୁ ପଡ଼ିଥିଲା।

ଶେଷରେ ତତ୍କାଳୀନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ହସ୍ତକ୍ଷେପ ଯୋଗୁଁ ମ୍ୟାଚ୍‌ ଆରମ୍ଭ ହୋଇଥିଲା। କିନ୍ତୁ ଦର୍ଶକମାନେ ଶାନ୍ତ ହୋଇନଥିଲେ। ଯେଉଁଥିପାଇଁ ସ˚ପୂର୍ଣ୍ଣ ଷ୍ଟାଡିୟମକୁ ଖାଲି କରାଯାଇ ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ଦକ୍ଷିଣ ଆଫ୍ରିକା ୪ ଵିକେଟ୍‌ ହରାଇ ଜିତିନେଇଥିଲା। ତେଣୁ ବାରବାଟୀରେ ଭାରତୀୟ ଦଳ ଯେଉଁଭଳି ଭାବେ ଶୋଚନୀୟ ପରାସ୍ତ ହୋଇଥିଲା, ତାହାର ପ୍ରତିଶୋଧ ନେବା ପାଇଁ ଏବେ ସୁଯୋଗ ରହିଛି। ଭାରତୀୟ ଖେଳାଳିମାନେ ମଧ୍ୟ ସଦ୍ୟ ସମାପ୍ତ ଆଇପିଏଲ୍‌ରେ ଦମ୍‌ଦାର ପ୍ରଦର୍ଶନ କରି ଲୟରେ ଅଛନ୍ତି। ଯଦିଓ ରୋହିତ ଶର୍ମା, ବିରାଟ କୋହଲି ଦଳରେ ନାହାନ୍ତି, ତଥାପି କେଏଲ୍‌ ରାହୁଲଙ୍କ ନେତୃତ୍ବରେ ଦଳ ଦକ୍ଷିଣ ଆଫ୍ରିକାକୁ ହରାଇ ମଧୁର ପ୍ରତିଶୋଧ ନେବ ବୋଲି କ୍ରୀଡ଼ାପ୍ରେମୀ ଆଶା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe