ଅନ୍‌ଲାଇନ୍‌ ବନ୍ଧୁକଚାଳନାରେ ଭାରତୀୟଙ୍କ ଚମକ

ଅନ୍‌ଲାଇନ୍‌ ବନ୍ଧୁକଚାଳନାରେ ଭାରତୀୟଙ୍କ ଚମକ

Mumbai Mirror

ନୂଆଦିଲ୍ଲୀ: ସାଂପ୍ରତିକ କରୋନା ଭୂତାଣୁ ମହାମାରୀ ଯୋଗୁଁ ସାରାବିଶ୍ବରେ ଜାରି ଲକ୍‌ଡାଉନ୍‌ କ୍ରୀଡ଼ା ଦୁନିଆକୁ ସଂପୂର୍ଣ୍ଣ ପ୍ରଭାବିତ କରିଥିଲା ବେଳେ ପ୍ରଥମ ଥର ଲାଗି ଆନ୍ତର୍ଜାତିକ ଅନ୍‌ଲାଇନ୍‌ ବନ୍ଧୁକଚାଳନା ପ୍ରତିଯୋଗିତା ଆରମ୍ଭ ହୋଇଛି। ଏଥିରେ ବୁଧବାର ଭାରତୀୟଙ୍କ ଚମକ ଦେଖିବାକୁ ମିଳିଛି। ବିଶେଷକରି ଅଭିଜ୍ଞ ଅମନ୍‌ପ୍ରୀତ୍‌ ସିଂହ, ମନୁ ଭାକର ଓ ମେଘନା ସାଜ୍ଜନରଙ୍କ ସହ ଅନ୍ୟ ଭାରତୀୟ ଚମକ ଛାଡ଼ିଛନ୍ତି। ୭ ରାଷ୍ଟ୍ରରୁ ମୋଟ ୫୦ ବନ୍ଧୁକଚାଳକ ଏଥିରେ ଅଂଶ ଗ୍ରହଣ କରିଛନ୍ତି। ଲକ୍‌ଡାଉନ୍‌ ସମୟରେ ଆଥ୍‌ଲେଟ୍‌ମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ଭାରତର ପୂର୍ବତନ ବନ୍ଧୁକଚାଳକ ସିମନ ସରିଫ୍‌ ଏଭଳି ଅନ୍‌ଲାଇନ୍‌ ପ୍ରତିଯୋଗିତାର ପରିକଳ୍ପନା କରିଛନ୍ତି। ଇଣ୍ଟରନେଟ୍‌ରେ ଏହାର ସିଧା ପ୍ରସାରଣ ମଧ୍ୟ ଦେଖିବାକୁ ମିଳୁଛି।

୧୦ ମିଟର ଏୟାର ରାଇଫଲ ଇଭେଣ୍ଟ‌ରେ ସାଜ୍ଜନର (୬୩୦.୫) ଦ୍ବିତୀୟ ସ୍ଥାନ ପାଇଥିଲା ବେଳେ ଅଷ୍ଟ୍ରେଲିଆର ମାର୍ଟିନ୍‌ ଷ୍ଟ୍ରେମ୍‌ଫ୍ଲି (୬୩୨.୫) ପ୍ରଥମ ଏବଂ ଫ୍ରାନ୍‌ସର ଏଟିନେ ଗର୍ମଣ୍ଡ୍‌ (୬୨୯.୪) ତୃତୀୟ ସ୍ଥାନ ପାଇଛନ୍ତି। ତେବେ ବିଶ୍ବ ମାନ୍ୟତାର ଶୀର୍ଷରେ ଥିବା ଭାରତୀୟ ତାରକା ଦିବ୍ୟାଂଶ ସିଂହ ପନ୍‌ୱାର (୬୨୭.୮) ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ରହିଛନ୍ତି। ସେହିପରି ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଅମନପ୍ରୀତ୍‌ (୫୭୬) ପ୍ରଥମ ସ୍ଥାନ ଅକ୍ତିଆର କରିଥିଲା ବେଳେ ଆଶିଷ ଦାବସ (୫୭୫) ଦ୍ବିତୀୟ ଏବଂ ମନୁ ଭାକର (୫୭୨) ତୃତୀୟ ସ୍ଥାନ ହାସଲ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe