ଲଣ୍ଡନ୍: ଆଠ ବର୍ଷ ପରେ ବିଶ୍ୱକପ୍ ଖେଳିଥିବା ଭାରତୀୟ ମହିଳା ହକି ଦଳ ସୁଟ୍ଆଉଟ୍ରେ ହାରି କ୍ୱାର୍ଟରଫାଇନାଲ୍ରୁ ବିଦାୟ ନେଇଛି। ଭାରତକୁ ସୁଟ୍ଆଉଟ୍ରେ ୩-୧ରେ ହରାଇ ଆୟର୍ଲାଣ୍ଡ୍ ନିଜ ଚମତ୍କାର ଅଭିଯାନକୁ ଆଗକ୍ୁ ବଢ଼ାଇ ସେମିଫାଇନାଲ୍ରେ ପହଞ୍ଚିଯାଇଛି। ନିମୟିତ ସମୟରେ ମ୍ୟାଚ୍ ଗୋଲଶୂନ୍ୟ ରହିବା ପରେ ସୁଟ୍ଆଉଟ୍ରେ ଭାରତୀୟ ଖେଳାଳି ସମ୍ପୂର୍ଣ୍ଣ ନିରାଶ କରିଥିଲେ। ଲିଗ୍ ପର୍ଯ୍ୟାୟରେ ଆୟର୍ଲାଣ୍ଡ ନିକଟରୁ ହାରିଥିବାରୁ ଭାରତ ମଧ୍ୟ ପ୍ରତିଶୋଧ ନେବାରେ ବିଫଳ ହୋଇଥିଲା। ଏହି ବିଦାୟ ସହିତ ଭାରତୀୟ ଦଳରେ ସାମିଲ ଥିବା ୪ ଓଡ଼ିଆ ଖେଳାଳି ଦୀପ୍ ଗ୍ରେସ୍ ଏକ୍କା, ଲିଳିମା ମିଞ୍ଜ, ନମିତା ଟୋପ୍ପୋ ଏବଂ ସୁନୀତା ଲାକ୍ରାଙ୍କ ସ୍ୱପ୍ନ ଅଧୁରା ରହିଯାଇଛି। ଶନିବାର ଆୟର୍ଲାଣ୍ଡ୍ ସେମିଫାଇନାଲ୍ରେ ସ୍ପେନ୍କୁ ଭେଟିବ। ବୁଧବାର ପ୍ରଥମ କ୍ୱାର୍ଟରଫାଇନାଲ୍ରେ ସ୍ପେନ୍ ୧-୦ ଗୋଲ୍ରେ ଜର୍ମାନିକୁ ପରାସ୍ତ କରିଥିବାବେଳେ ଅଷ୍ଟ୍ରେଲିଆ ସୁଟ୍ଆଉଟ୍ରେ ୪-୩ରେ ଆର୍ଜେଣ୍ଟିନାକୁ ପରାସ୍ତ କରିଥିଲା। ଅଷ୍ଟ୍ରେଲିଆ ଦ୍ୱିତୀୟ ସେମିଫାଇନାଲ୍ରେ ଗୁରୁବାର ବିଳମ୍ବିତ ରାତିରେ ଖେଳାଯିବାକୁ ଥିବା ଇଂଲଣ୍ଡ-ନେଦରଲାଣ୍ଡ୍ ବିଜେତାକୁ ଭେଟିବ।
ଭାରତ ସୁଟ୍ ଆଉଟ୍
Advertisment
Follow Us