ମହିଳା କ୍ରିକେଟରେ ‘ସୁପ୍ତସିଂହ’ ହେଉଛି ଭାରତ: ଅଷ୍ଟ୍ରେଲିୟ କୋଚ୍‌

ମହିଳା କ୍ରିକେଟରେ ‘ସୁପ୍ତସିଂହ’ ହେଉଛି ଭାରତ: ଅଷ୍ଟ୍ରେଲିୟ କୋଚ୍‌

Zee News

ମେଲବର୍ଣ୍ଣ: ଅଷ୍ଟ୍ରେଲିୟ କୋଚ ମ୍ୟାଥ୍ୟୁଜ୍‌ ମୋଟ୍‌ଙ୍କ ଅନୁସାରେ ମହିଳା କ୍ରିକେଟ୍‌ରେ ଭାରତ ହେଉଛି ‘ସୁପ୍ତସିଂହ। ଭାରତ ପାଖରେ ପ୍ରତିଭା ଖେଳାଳିଙ୍କ ସଂଖ୍ୟା କମ୍‌ ନାହିଁ। ଭାରତର ବିଶ୍ୱକପ୍‌ ୨୦୧୭ରେ ଉପ-ବିଜେତା ରହିବା ପରେ ଦେଶରେ ମହିଳା କ୍ରିକେଟକୁ ନେଇ ଚର୍ଚ୍ଚା ହେଉଛି। ଭାରତ ନଭେମ୍ବରରେ ୱେଷ୍ଟଇଣ୍ଡିଜ୍‌ରେ ଟି-୨୦ ବିଶ୍ୱକପର ସେମିଫାଇନାଲରେ ପହଂଚିଥିଲା।

ମୋଟ କହିଛନ୍ତି, ଭାରତ ମହିଳା କ୍ରିକେଟରେ ସୁପ୍ତସିଂହ। ଭାରତୀୟ କ୍ରିକେଟ ଟିମ୍‌ରେ ୩ ରୁ ୪ ଜଣ ବିଶ୍ୱସ୍ତରୀୟ ଖେଳାଳି ଅଛନ୍ତି। ସେ କହିଛନ୍ତି, ବୋଲିଂ ଲାଇନ୍‌ରେ ମଧ୍ୟ ଭଲ ଖେଳାଳି ଅଛନ୍ତି। ଭାରତର ବୋଲିଂରେ ମଧ୍ୟ ବହୁ ପ୍ରତିଭାଶାଳୀ ହୋଇଥିବା ବେଳେ ଫିଲ୍ଡିଂରେ ମଧ୍ୟ ସଂଶୋଧନ ଆସିଛି।

ଡିସେମ୍ବରରେ ଅଷ୍ଟ୍ରେଲିଆ ଗସ୍ତ
ଭାରତୀୟ ମହିଳା ଟିମ୍‌-ଏ ଆଗାମୀ ଡିସେମ୍ବରରେ ଦିନିକିଆ ଶୃଙ୍ଖଳା ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବ। କ୍ରିକେଟ ଅଷ୍ଟ୍ରେଲିଆ ଶୁକ୍ରବାର ଏହି ଘୋଷଣା କରିଛି। ଏହି ଶୃଙ୍ଖଳା କ୍ରିକେଟ ଅଷ୍ଟ୍ରେଲିଆ ଏବଂ ବିସିସିଆଇ ମଧ୍ୟରେ ବାର୍ଷିକ ‘ଏ’ ଶୃଙ୍ଖଳା କରାଇବାର ପ୍ରମୁଖ ଅଂଶବିଶେଷ। ଉଭୟ ଦେଶ ମଧ୍ୟରେ ଶେଷ ଥର ପାଇଁ ଗତ ବର୍ଷ ଅକ୍ଟୋବରରେ ଖେଳାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe