ଡୁପ୍ଲେସିସ୍‌ଙ୍କ ଶତକ, ଭାରତକୁ ୨୭୦ ରନ୍‌ ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା

Advertisment

ଭାରତ-ଦ. ଆଫ୍ରିକା ପ୍ରଥମ ଦିନିକିଆ

ଭାରତ-ଦ. ଆଫ୍ରିକା ପ୍ରଥମ ଦିନିକିଆ

ଡୁପ୍ଲେସିସ୍‌ଙ୍କ ଶତକ, ଭାରତକୁ ୨୭୦ ରନ୍‌ ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା

ଡରବାନ: ଦକ୍ଷିଣ ଆଫ୍ରିକା ବ୍ୟାଟ୍‌ସମ୍ୟାନ୍‌ ଫାଫ୍‌ ଡୁପ୍ଲେସିସ୍‌ଙ୍କ ବିସ୍ଫୋରକ ଶତକ(୧୨୦) ବଳରେ ଭାରତକୁ ୨୭୦ ରନ୍‌ ଟାର୍ଗେଟ ଦେଇଛି। ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ଓଭରରେ ୮ଓ୍ଵିକେଟ ହରାଇ ୨୬୯ ରନ୍‌ ସଂଗ୍ରହ କରିଛି। ଭୁବନେଶ୍ୱର କୁମାରଙ୍କ ବଲ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାଚ୍‌ ଦେଇ ଡୁ ପ୍ଲେସିସ୍‌ ଆଉଟ୍‌ ହୋଇ ଫେରିଥିଲେ। କାଗିସୋ ରାବଡା(୧) ଭାରତର ଅଷ୍ଟମ ଶିକାର ହୋଇଥିଲେ। ସେ ମହେନ୍ଦ୍ର ସିଂହ ଧୋନିଙ୍କ ଦ୍ୱାରା ରନ୍‌ ଆଉଟ୍‌ ହୋଇଥିଲେ। ୨୦୮ ରନ୍‌ରେ କ୍ରିସ୍‌ ମୋରିସ୍‌(୩୭) ପାଭଲିଅନ୍‌ ଫେରିଥିଲେ। ସେ କୁଳଦୀପ ଯାଦବଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ।

publive-image

ଡରବାନର କିଙ୍ଗସ୍‌ମିଡ଼ ଷ୍ଟାଡିୟମରେ ଗୁରୁବାର ଭାରତ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ ମୁକାବିଲାରେ ୩୦ ରନ୍‌ରେ ପ୍ରଥମ ଓ୍ଵିକେଟ ହରାଇଛି। ହାସିମ ଆମଲା(୧୬) ଯଶପ୍ରିତ ବୁମରାଙ୍କ ଦ୍ୱାରା ଏଲବିଡବ୍ଲୁ ହୋଇ ପାଭଲିଅନ ଫେରିଥିଲେ। ୬ଟି ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୮୩ ରନ୍‌ରେ କ୍ୱିଣ୍ଟନ୍‌ ଡି କକ୍‌(୩୪)ଙ୍କୁ ହରାଇଥିଲା। ଯୁଜବେନ୍ଦ୍ର ଚହଲଙ୍କ ଦ୍ୱାରା ଡି କକ୍‌ ଏଲବିଡବ୍ଲୁ ହୋଇଥିଲେ। ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୧୦୩ ରନ୍‌ରେ ୩ୟ ଓ୍ଵିକେଟରେ ଏଡେନ ମାର୍କମ(୯)ଙ୍କୁ ହରାଇଥିଲା। ଯୁଜବେନ୍ଦ୍ର ଚହଲଙ୍କ ବଲ ହାର୍ଦ୍ଦିକ ପାଣ୍ଡ୍ୟା କ୍ୟାଚ୍‌ ନେଇଥିଲେ।

ସେହିଭଳି ଜେପି ଡୁମିନି(୭୧) କୁଲଦୀପ ଯାଦବଙ୍କ ଦ୍ୱାରା ବୋଲ୍ଡ ହୋଇ ପାଭଲିଅନ ଫେରିଥିଲେ। ସେତେବେଳକୁ ଦଳର ସ୍କୋର ୧୨୨ ରନ୍‌ ଥିଲା। ଭାରତର ୫ମ ଶିକାର ହୋଇଥିଲେ ଡାଭିଡ଼ ମିଲର(୧୨)। ସେ ୧୩୪ ରନ୍‌ରେ କୁଳଦୀପ ଯାଦବଙ୍କ ବଲ ଖେଳି ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ କ୍ୟାଚ୍‌ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe