ଭାରତ-ଦ. ଆଫ୍ରିକା ପ୍ରଥମ ଦିନିକିଆ: ଟସ୍‌ ଜିଣି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ନିଷ୍ପତ୍ତି

Advertisment
ଆଫ୍‌ଗାନିସ୍ତାନ ଟେଷ୍ଟ ପାଇଁ ଦଳ ଘୋଷଣା ୮ରେ

ଡରବାନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ପ୍ରଥମ ଦିନିକିଆ ମୁକାବିଲା ଡରବାନରେ ହେଉଛି। କିଙ୍ଗସ୍‌ମିଡ଼ ଷ୍ଟାଡିୟମରେ ଆଉ ଅଳ୍ପ ସମୟ ପରେ ୬ଟି ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏଥି ପାଇଁ ଟସ୍‌ ପଡ଼ି ସାରିଛି। ଟସ୍‌ ଜିଣି ଦକ୍ଷିଣ ଆଫ୍ରିକା ବ୍ୟାଟିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତ ବୋଲିଂ କରିବ।

ଭାରତ ଏଠାରେ ଗତ ୨୬ ବର୍ଷରେ ୭ଟି ଦିନିକିଆ ମ୍ୟାଚ୍‌ ଖେଳିଛି। ଏଥିରୁ ୬ଟି ମ୍ୟାଚ୍‌ରେ ହାରିଥିବା ବେଳେ ଗୋଟିଏ ମ୍ୟାଚ୍‌ ବାତିଲ ହୋଇ ଯାଇଥିଲା। ଏହି ଧାରାକୁ ଅତିକ୍ରମ କରିବା ପାଇଁ ବିରାଟ କୋହଲିଙ୍କ ପାଖରେ ସୁଯୋଗ ରହିଛି। ଯଦି ଭାରତ ମ୍ୟାଚ୍‌ ଜତିଯାଏ, ଏକା ଥରକେ ୨ଟି ସଫଳତା ହାସଲ କରିପାରିବ। ପ୍ରଥମ କଥା ହେଲା ଯେ, ଏଠାରେ ଜିତିଥିବା ପ୍ରଥମ ଭାରତୀୟ ଟିମ୍‌ ହୋଇପାରିବ। ସେହିଭଳି ଭାରତ ଦିନିକିଆ ର‍୍ୟାଙ୍କିଙ୍ଗର ଶୀର୍ଷ ସ୍ଥାନରେ ପହଞ୍ଚିବ। ଆଇସିସି ଦିନିକିଆ ର‍୍ୟାଙ୍କିଙ୍ଗରେ ଦକ୍ଷିଣ ଆଫ୍ରିକା (୧୨୦) ସହିତ ପ୍ରଥମ ସ୍ଥାନରେ ଥିବାବେଳେ ଭାରତ(୧୧୯) ସହିତ ୨ୟ ସ୍ଥାନରେ ରହିଛି। ସେହିଭଳି ଭାରତ ଯଦି ଶୃଙ୍ଖଳାରେ ବିଜୟୀ ହୁଏ, ତେବେ କ୍ରମାଗତ ଭାବରେ ୯ମ ଥର ଶୃଙ୍ଗଳା ବିଜୟୀ ହୋଇପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe