୩ୟ ଟି-୨୦: ଟସ୍‌ ଜିଣି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତ୍ତି, ଭାରତ କରିବ ବ୍ୟାଟିଂ

୩ୟ ଟି-୨୦: ଟସ୍‌ ଜିଣି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତ୍ତି, ଭାରତ କରିବ ବ୍ୟାଟିଂ

କେପ୍‌ଟାଉନ୍‌: ଟିମ୍‌ ଇଣ୍ଡିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଶନିବାର ଟି-୨୦ ଶୃଙ୍ଖଳାର ୩ୟ ତଥା ଅନ୍ତିମ ମୁକାବିଲା ହେଉଛି। କେପ୍‌ଟାଉନ୍‌ର ନ୍ୟୁଲାଣ୍ଡ ଷ୍ଟାଡିୟମରେ ଏଥି ପାଇଁ ଟସ୍‌ ପଡ଼ି ସାରିଛି। ଟସ୍‌ ଜିଣି ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରୁଛି।

ଶୃଙ୍ଖଳା ବିଜୟ ପାଇଁ ଉଭୟ ଟିମ୍‌ ମଧ୍ୟରେ ପ୍ରବଳ ଟକ୍କର ହେବ। ଶୃଙ୍ଖଳା ଏପର୍ଯ୍ୟନ୍ତ ୧-୧ରେ ରହିଛି। ଆଜିର ମ୍ୟାଚ ପରେ କିଏ ହେବ ବିଜେତା ତାହାକୁ ନେଇ ଖେଳ ପ୍ରେମି ଓ ଷ୍ଟାଡିୟମରେ ଥିବା ଦର୍ଶକଙ୍କ ମଧ୍ୟରେ ବଢ଼ିଛି ଉତ୍କଣ୍ଠା। ବିରାଟ କୋହଲିଙ୍କ ନେତୃତ୍ୱରେ ଉପର କ୍ରମରେ ଖେଳୁଥିବା ଖେଳାଳିମାନେ ଭଲ ପ୍ରଦର୍ଶନ କରିଛନ୍ତି। ଶିଖର ଧାଓ୍ଵନ, ବିରାଟ କୋହଲିଙ୍କ ପ୍ରଦର୍ଶନ ପ୍ରଶଂସନୀୟ ଥିବା ବେଳେ ୨ୟ ମ୍ୟାଚରେ ମଧ୍ୟ କ୍ରମର ବ୍ୟାଟ୍ସମ୍ୟାନମାନେ ସ୍ମରଣୀୟ ଇନିଂସ ଖେଳିଥିଲେ। ସୁରେଶ ରୈନା ମଧ୍ୟ ଭଲ ଖେଳିଥିଲେ।

publive-image

ବିରାଟ କୋହଲିଙ୍କ ଉପରେ ସମସ୍ତଙ୍କର ନଜର ରହିବ। କାରଣ କୋହଲି ପ୍ରତି ମ୍ୟାଚ୍‌ରେ ଭଲ ଖେଳିଛନ୍ତି। ସେ ଟି-୨୦ ଇଣ୍ଟରନ୍ୟାସନାଲରେ ୨୦୦୦ ରନ୍‌ ପୂରା କରିବାକୁ ୨୦ରୁ କମ୍‌ ରନ୍‌ ଦରକାର କରୁଛନ୍ତି।

ବୋଲରଙ୍କ ଚିନ୍ତା ଯଦି କରିବା, ଭୁବନେଶ୍ୱର କୁମାର, ଶାର୍ଦ୍ଦୁଲ ଠାକୁର, ଜୟଦେବ ଉନାଦକଟ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଯୁଜବେନ୍ଦ୍ର ଚହଲ ଭଳି ଖେଳାଳି ଅଛନ୍ତି। ଏମାନେ ଆଫ୍ରିକାର ବ୍ୟାଟ୍ସମ୍ୟାନ୍‌ଙ୍କୁ ଯେକୌଣସି ପରିସ୍ଥିତିରେ ବିପର୍ଯ୍ୟୟ ଆଡ଼କୁ ଠେଲି ଦେଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe