୪ର୍ଥ ଦିନିକିଆରେ ଧାଓ୍ଵନଙ୍କ ଧମାଲ, ଦକ୍ଷିଣ ଆଫ୍ରିକାକୁ ୨୯୦ ରନ୍‌ ଟାର୍ଗେଟ ଦେଲା ଭାରତ

Advertisment
୪ର୍ଥ ଦିନିକିଆରେ ଧାଓ୍ଵନଙ୍କ ଧମାଲ, ଦକ୍ଷିଣ ଆଫ୍ରିକାକୁ ୨୯୦ ରନ୍‌ ଟାର୍ଗେଟ ଦେଲା ଭାରତ

ଜୋହାନେସବର୍ଗ: ଶିଖର ଧାଓ୍ଵନଙ୍କ ଶତକ(୧୦୯) ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ(୭୫) ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ ହରାଇ ୨୮୯ ରନ୍‌ ସଂଗ୍ରହ କରିଛି। ଫଳରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୨୯୦ ରନ୍‌ ଟାର୍ଗେଟ ମିଳିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ୩ଟି ଦିନିକିଆରେ ଅଦ୍ଭୁତପୂର୍ଣ୍ଣ ବିଜୟ ହାସଲ କରିବା ପରେ ଟିମ୍‌ ଇଣ୍ଡିଆର ଅଧିନାୟକ କୋହଲିଙ୍କ ବିରାଟ ବାହିନୀ ୬ଟି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ନିଜର ନାମରେ କରିବାକୁ ଲକ୍ଷ୍ୟ ରଖିଛି। ଜୋହାନେସବର୍ଗରେ ୪ର୍ଥ ଦିନିକିଆରେ ଭାରତ ୨୦୬ ରନ୍‌ରେ ଶିଖର ଧାଓ୍ଵନଙ୍କୁ ହରାଇଥିଲା। ଧାଓ୍ଵନ୍‌ ମର୍ଣ୍ଣ ମର୍କେଲଙ୍କ ବଲ ଡାଭିଡ଼ ମିଲରଙ୍କ କ୍ୟାଚ୍‌ ଦେଇଥିଲେ। ୨୧୦ ରନ୍‌ରେ ୪ର୍ଥ ଓ୍ଵିକେଟରେ ଆଜିଙ୍କ୍ୟ ରାହାଣେ(୮) ପାଭଲିଅନ ଫେରିଥିଲେ। ସେ ଲୁଙ୍ଗି ଏନ୍‌ଗିଡ଼ିଙ୍କ ବଲ କ୍ରିସ୍‌ ମୋରିସଙ୍କୁ କ୍ୟାଚ୍‌ ଦେଇ ଆଉଟ୍‌ ହୋଇଥିଲେ। ପ୍ରଥମ ଇନିଂସର ମଝିରେ ବଜ୍ରପାତ ହେବାରୁ ଖେଳକୁ କିଛି ସମୟ ବନ୍ଦ ରଖାଯାଇଥିଲା।

publive-image

ଭାରତ ୨୪୭ ରନ୍‌ରେ ୫ମ ଓ୍ଵିକେଟ୍‌ରେ ଶ୍ରେୟସ ଆୟାର(୧୮) ଓ ୨୬୨ ରନ୍‌ରେ ୬ଷ୍ଠ ଓ୍ଵିକେଟ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା(୯)ଙ୍କୁ ହରାଇଥିଲା। ଆୟାର ୧୮ ରନ୍‌ ସଂଗ୍ରହ କରିବା ପରେ ଲୁଙ୍ଗିଙ୍କ ବଲ୍‌ ମୋରିସଙ୍କୁ ଦେଇଥିବା ବେଳେ ରାବାଡ଼ାଙ୍କ ବଲ ମାର୍କମଙ୍କୁ କ୍ୟାଚ ଦେଇଥିଲେ ପାଣ୍ଡ୍ୟା। ୭ମ ଓ୍ଵିକେଟରେ ଭାରତ ଭୁବନେଶ୍ୱର କୁମାର(୫)ଙ୍କୁ ହରାଇଥିଲା। ମହେନ୍ଦ୍ର ସିଂହ ଧୋନି ୪୩ଟି ବଲ ଖେଳି ୪୨ ରନ୍‌ ସଂଗ୍ରହ କରିଥିଲେ।

ଜୋହାନେସବର୍ଗର ଓ୍ଵାଣ୍ଡର୍ସ ଷ୍ଟାଡିୟମରେ ଶନିବାର ଦକ୍ଷିଣ ଆଫ୍ରିକାର ପ୍ରଥମ ଶିକାର ହୋଇଥିଲେ ରୋହିତ ଶର୍ମା(୫)। ସେ ରାବାଡ଼ାଙ୍କ ଦ୍ୱାରା ବଲରେ କ୍ୟାଚ୍‌ ହୋଇଥିଲେ। ସେତେବେଳକୁ ଦଳର ସ୍କୋର ୩.୬ଓଭରରେ ମାତ୍ର ୨୦ ରନ୍‌ ଥିଲା। ଭାତର ୨ୟ ଓ୍ଵିକେଟ ଭାବରେ ବିରାଟ କୋହଲିଙ୍କୁ ହରାଇଥିଲା। ଦଳୀୟ ସ୍କୋର ୩୧.୧ଓଭରେ ୧୭୮ରନ୍‌ ଥିବା ବେଳେ ବିରାଟ କୋହଲି(୭୫) କ୍ରିସ ମୋରିସଙ୍କ ବଲ ଡାଭିଡ ମିଲରଙ୍କୁ କ୍ୟାଚ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe