୫ମ ଦିନିକିଆ: ରୋହିତଙ୍କ ଶତକ, ଦକ୍ଷିଣ ଆଫ୍ରିକାକୁ ୨୭୫ ରନ୍‌ ଟାର୍ଗେଟ ଦେଲା ଭାରତ

Advertisment

ଲୁଙ୍ଗି ଏନ୍‌ଗିଡ଼ିଙ୍କୁ ୪ ଓ୍ଵିକେଟ୍‌

ଲୁଙ୍ଗି ଏନ୍‌ଗିଡ଼ିଙ୍କୁ ୪ ଓ୍ଵିକେଟ୍‌

୫ମ ଦିନିକିଆ: ରୋହିତଙ୍କ ଶତକ, ଦକ୍ଷିଣ ଆଫ୍ରିକାକୁ ୨୭୫ ରନ୍‌ ଟାର୍ଗେଟ ଦେଲା ଭାରତ

ପୋର୍ଟ ଏଲିଜାବେଥ: ଓପନର ରୋହିତ ଶର୍ମା(୧୧୫)ଙ୍କ ଶତକ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ଟି ଓ୍ଵିକେଟ ହରାଇ ୨୭୪ ରନ୍‌ ସଂଗ୍ରହ କରିଛି। ଲୁଙ୍ଗି ଏନ୍‌ଗିଡ଼ିଙ୍କ ଆକ୍ରମଣାତ୍ମକ ବୋଲିଂ(୪ଟି ଓ୍ଵିକେଟ୍‌) ବଳରେ ପୋର୍ଟ ଏଲିଜାବେଥର ସେଣ୍ଟ ଜର୍ଜ ପାର୍କ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ ୨୭୫ ରନ୍‌ ବିଜୟ ଲକ୍ଷ୍ୟ ମିଳିଛି। ଭୁବନେଶ୍ୱର କୁମାର ଅପରାଜିତ ୧୯ ରନ୍‌ ସଂଗ୍ରହ କରିଛନ୍ତି।

୬ଟି ଦିନିକିଆ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ୫ମ ମୁକାବିଲାରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ଭାରତ ୬ଷ୍ଠ ଓ୍ଵିକେଟରେ ଶ୍ରେୟସ ଆୟାର ୩୦ ରନ୍‌ ସଂଗ୍ରହ କରି ଲୁଙ୍ଗି ଏନ୍‌ଗିଡ଼ିଙ୍କ ବଲ କ୍ଲାସେନଙ୍କୁ କ୍ୟାଚ୍‌ ଦେଇଥିଲେ। ସେହିଭଳି ୨୬୫ ରନ୍‌ରେ ମହେନ୍ଦ୍ର ସିଂହ ଧୋନି ଲୁଙ୍ଗି ଏନ୍‌ଗିଡ଼ିଙ୍କ ବଲ ମର୍କେଲଙ୍କୁ କ୍ୟାଚ ଦେଇଥିଲେ।

publive-image

ଭାରତର ପ୍ରଥମ ଶିକାର ହୋଇଥିଲେ ଶିଖର ଧାଓ୍ଵନ(୩୪)। ସେ କାଗିସୋ ରାବାଡ଼ାଙ୍କ ବଲ ଫେଲୁକଓ୍ଵାଓଙ୍କୁ କ୍ୟାଚ୍‌ ଦେଇ ପାଭ୍‌ଲିଅନ୍‌ ଫେରିଥିଲେ। ସେତେବେଳକୁ ଦଳର ସ୍କୋର ୭.୨ ଓଭରରେ ୪୮ ରନ୍‌ ହୋଇଥିଲା। ଦକ୍ଷିଣ ଆଫ୍ରିକାର ୨ୟ ଶିକାର ହୋଇଥିଲେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି(୩୬)। ରୋହିତ ଶର୍ମାଙ୍କ ସହିତ ୧୦୫ ରନ୍‌ ଭାଗିଦାରି ହେବା ପରେ ଭାରତର ସ୍କୋର ୧୫୩ ରନ୍‌ ଥିବା ବେଳେ ଜେପି ଡୁମିନିଙ୍କ ଦ୍ୱାରା ରନ୍‌ ଆଉଟ ହୋଇଥିଲେ କୋହଲି। ସେହିପରି ୧୭୬ ରନ୍‌ରେ ଭାରତର ୩ୟ ଓ୍ଵିକେଟରେ ଆଜିଙ୍କ୍ୟ ରାହାଣେ(୮) ମର୍ଣ୍ଣ ମର୍କେଲ ଓ କ୍ଲାସେନଙ୍କ ଦ୍ୱାରା ରନ୍‌ ଆଉଟ ହୋଇଥିଲେ।

୨୩୬ ରନ୍‌ରେ ଭାରତ ୪ର୍ଥ ଓ ୫ମ ବିପର୍ଯ୍ୟୟ ହୋଇଥିଲା। ରୋହିତ ଶର୍ମା ଲୁଙ୍ଗି ଏନ୍‌ଗିଡ଼ିଙ୍କ ବଲ କ୍ଲାସେନଙ୍କୁ କ୍ୟାଚ୍‌ ଦେବା ପରେ ରୋହିତଙ୍କ ଭଳି ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ପରବର୍ତ୍ତୀ ବଲକୁ ଖେଳି ପାଭଲିଅନ୍‌ ଫେରି ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe