IND VS SA: ଭାରତ-ଦକ୍ଷିଣ ଆଫ୍ରିକା ପଞ୍ଚମ ଟ୍ବେଣ୍ଟି-୨୦ ଆଜି: ସାମ୍‌ସନ୍‌ଙ୍କୁ ସୁଯୋଗ, ଶୃଙ୍ଖଳା ବିଜୟ ଲକ୍ଷ୍ୟ

Advertisment

ଘନ କୁହୁଡ଼ି ପାଇଁ ଲକ୍ଷ୍ନୌରେ ଖେଳାଯିବାକୁ ଥିବା ଚତୁର୍ଥ ମୁକାବିଲା ଅପ୍ରତ୍ୟାଶିତ ଭାବେ ବାତିଲ ହେବା ପରେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଲଢ଼େଇ ଗୁଜରାଟ ମୁହାଁ ‌ହୋଇଛି। ଏଠାକାର ଚର୍ଚ୍ଚିତ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ....

ଘନ କୁହୁଡ଼ି ପାଇଁ ଲକ୍ଷ୍ନୌରେ ଖେଳାଯିବାକୁ ଥିବା ଚତୁର୍ଥ ମୁକାବିଲା ଅପ୍ରତ୍ୟାଶିତ ଭାବେ ବାତିଲ ହେବା ପରେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଲଢ଼େଇ ଗୁଜରାଟ ମୁହାଁ ‌ହୋଇଛି। ଏଠାକାର ଚର୍ଚ୍ଚିତ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ....

IND VS SA

ଅହମଦାବାଦ: ଘନ କୁହୁଡ଼ି ପାଇଁ ଲକ୍ଷ୍ନୌରେ ଖେଳାଯିବାକୁ ଥିବା ଚତୁର୍ଥ ମୁକାବିଲା ଅପ୍ରତ୍ୟାଶିତ ଭାବେ ବାତିଲ ହେବା ପରେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଲଢ଼େଇ ଗୁଜରାଟ ମୁହାଁ ‌ହୋଇଛି। ଏଠାକାର ଚର୍ଚ୍ଚିତ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଶୁକ୍ରବାର ଦୁଇ ଦେଶ ମଧ୍ୟରେ ପଞ୍ଚମ ତଥା ଶେଷ ଟ୍ବେଣ୍ଟି-୨୦ ଖେଳାଯିବ। ଏହା ମଧ୍ୟ ଉଭୟ ଦଳ ମଧ୍ୟରେ ବିଗତ ଏକମାସରୁ ଅଧିକ ସମୟ ଧରି ଚାଲିଥିବା ପୂର୍ଣ୍ଣକାଳୀନ ଶୃଙ୍ଖଳା (‌ଟେଷ୍ଟ୍, ଦିନିକିଆ, ଟ୍ବେଣ୍ଟି-୨୦)ର ଶେଷ ମ୍ୟାଚ୍ ହେବ। ଏଣୁ ଦୁଇଟି ଯାକ ଦଳ ବିଜୟରେ ଏହାର ସୁଖଦ ପରିସମାପ୍ତି କରିବା ଲକ୍ଷ୍ୟରେ ରହିବେ। ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ଭାରତ ୨-୧ରେ ଆଗୁଆ ଥିବାରୁ ଅହମଦାବାଦରେ ଭାରତୀୟ କ୍ରିକେଟ୍ ଦଳ ପାଇଁ ଆଉ ଏକ ସୀମିତ ଓଭର ଶୃଙ୍ଖଳାରେ ବିଜୟ ମୁଣ୍ଡି ମାରିବାର ସୁଯୋଗ ରହିବ। ଦକ୍ଷିଣ ଆଫ୍ରିକା କିନ୍ତୁ ଏହି ମୁକାବିଲାକୁ ଜିତି ଶୃଙ୍ଖଳା ଅମୀମାଂସିତ ରଖିବା ଏବଂ ସମ୍ମାନର ସହ ଗସ୍ତ ଶେଷ କରିବାର ଯୁଗଳ ଆଶା ନେଇ ପଡ଼ିଆକୁ ଓହ୍ଲାଇବ। 

Congress: ସୋନିଆ, ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡିର କାର୍ଯ୍ୟଧାରା ସଂପୂର୍ଣ୍ଣ ଅବୈଧ: କଂଗ୍ରେସ

ଉପଅଧିନାୟକ ଶୁବମନ୍ ଗିଲ୍ ଆହତ ହୋଇଥିବାରୁ ଭାରତ ଏହି ମ୍ୟାଚ୍‌ରେ ସଞ୍ଜୁ ସାମ୍‌ସନ୍‌ଙ୍କୁ ସୁଯୋଗ ଦେଇପାରେ। ଚୂଡ଼ାନ୍ତ ଦଳରେ ରହିଲେ ସେ ପାଳି ଆରମ୍ଭ କରିବେ। ତାଙ୍କ ସହ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଦର୍ଶନ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ। ସୂର୍ଯ୍ୟ ଗତ ୨୧ ପାଳିରୁ ୧୧୯.୫ ଷ୍ଟ୍ରାଇକ୍ ରେଟ୍‌ରେ ମାତ୍ର ୨୩୯ ରନ୍ କରିଥିବାରୁ ଚାପ ତାଙ୍କ ଉପରେ ରହିଛି। ବ୍ୟକ୍ତିଗତ କାରଣ ପାଇଁ ତୃତୀୟ ମ୍ୟାଚ୍‌ରୁ ଓହରିବା ପରେ ଦ୍ରୁତ ବୋଲର ଯଶପ୍ରୀତ୍ ବୁମ୍‌ରା ଦଳକୁ ଫେରିଥିବାରୁ ଭାରତୀୟ ବୋଲିଂ ବାହିନୀରେ କିଛିଟା ଅଦଳ ବଦଳ ହୋଇପାରେ। ଅହମଦାବାଦରେ ଲକ୍ଷ୍ନୌ ଭଳି କୁହୁଡ଼ି ଓ କାକରର ବିଶେଷ ସମସ୍ୟା ଦେଖା ଯିବାର ଆଶଙ୍କା ନଥିବାରୁ ଶୁକ୍ରବାର ଏକ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। 

Sports: ହରିୟାଣା ଗଲା ଓଡ଼ିଶା ଆଥଲେଟିକ୍ସ ଦଳ: ୧୯ ବର୍ଷରୁ କମ୍‌ ବାଳକରେ ୨୦ ଓ ବାଳିକାରେ ୧୨ ଖେଳାଳି

ସମ୍ଭାବ୍ୟ ଭାରତ: ଅଭିଷେକ ଶର୍ମା, ଶୁବମନ ଗିଲ୍/ ସଞ୍ଜୁ ସାମ୍‌ସନ୍, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ଜିତେଶ ଶର୍ମା (ୱିକେଟ୍‌ରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ହର୍ଷିତ ରାଣା/ୱାସିଂଟନ୍ ସୁନ୍ଦର, ଅର୍ଶଦୀପ ସିଂହ, ଯଶପ୍ରୀତ୍ ବୁମ୍‌ରା, ବରୁଣ ଚକ୍ରବର୍ତ୍ତୀ। 

ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା: କ୍ବିଣ୍ଟନ୍ ଡି’କକ୍ (ୱିକେଟ୍‌ରକ୍ଷକ, ଓପନର୍), ରେଜା ହେଣ୍ଡ୍ରିକ୍ସ, ଐଦେନ ମାର୍କରାମ (ଅଧିନାୟକ), ଡିୱାଲ୍‌ଡ ବ୍ରେଭିସ୍, ଡେଭିଡ୍ ମିଲର, ଡୋନୋଭନ୍ ଫେରେରା, ମାର୍କୋ ୟାନସେନ୍, କର୍ବିନ ବସ୍, ଜର୍ଜ ଲିଣ୍ଡେ/କେଶବ ମହାରାଜ/ ଅନରିକ ନର୍ଖିୟା, ଲୁଙ୍ଗି ଏନ୍‌ଗିଡି, ଓଟ୍‌ନିଲ ବାର୍ଟମ୍ୟାନ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe