ସେଞ୍ଚୁରିଅନ୍‌ ଟେଷ୍ଟ: ଭାରତ ୩/୩୨

Advertisment

ଦକ୍ଷିଣ ଆଫ୍ରିକା ୨୫୮ରେ ଅଲ୍‌ ଆଉଟ୍‌ ପରେ ଭାରତକୁ ମିଳିଲା ୨୮୭ ରନ୍‌ ଟାର୍ଗେଟ

ଦକ୍ଷିଣ ଆଫ୍ରିକା ୨୫୮ରେ ଅଲ୍‌ ଆଉଟ୍‌ ପରେ ଭାରତକୁ ମିଳିଲା ୨୮୭ ରନ୍‌ ଟାର୍ଗେଟ

ସେଞ୍ଚୁରିଅନ୍‌ ଟେଷ୍ଟ: ଭାରତ ୩/୩୨

ସେଞ୍ଚୁରିଅନ୍‌: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ୨ୟ ମୁକାବିଲାରେ ମଙ୍ଗଳବାର ୪ର୍ଥ ଦିନରେ ଭାରତ ୨ୟ ପାଳିରେ ୩ଟି ଓ୍ଵିକେଟ ହରାଇ ୩୨ ରନ୍‌ ସଂଗ୍ରହ କରିଛି। ଓପନର ମୁରଲି ବଜୟ(୯) କାଗିସୋ ରାବଡାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଦକ୍ଷିଣ ଆଫ୍ରିକାର ୨ୟ ଶିକାର ହୋଇଥିଲେ ଲୋକେଶ ରାହୁଲ(୪)। ସେ ଲୁଙ୍ଗି ନେଗଡ଼ିଙ୍କ ବଲ କେଶବ ମହାରାଜଙ୍କୁ କ୍ୟାଚ ଦେଇଥିଲେ। ଭାରତ ୧୧ ରନ୍‌ରେ ପ୍ରଥମ ଓ୍ଵିକେଟ, ୧୬ ରନ୍‌ରେ ୨ୟ ଓ୍ଵିକେଟ ହରାଇଥିବା ବେଳେ ୨୬ ରନ୍‌ରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି(୫)ଙ୍କ ହରାଇଥିଲା। କୋହଲି, ଲୁଙ୍ଗିଙ୍କ ଦ୍ୱାରା ଏଲ୍‌ବିଡବ୍ଲୁ ହୋଇ ପାଭଲିୟନ ଫେରିଥିଲେ।

ସେଞ୍ଚୁରିଅନ୍‌ର ସୁପରସ୍ପୋଟ୍‌ର୍ସ ପାର୍କ ଷ୍ଟାଡିୟମରେ ଟସ୍‌ ଜିଣ ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ୩୩୫ ରନ୍‌ ସଂଗ୍ରହ କରିଥିବା ବେଳେ ଜବାବରେ ଭାରତ ୩୦୭ ରନ୍‌ରେ ଅଲ୍‌ ଆଉଟ୍‌ ହୋଇଥିଲା। ପ୍ରଥମ ପାଳି ଆଧାରରେ ଦକ୍ଷିଣ ଆଫ୍ରିକା ୨୮ରନ୍‌ରେ ଆଗୁଆ ଥିବା ବେଳେ ୨ୟ ପାଳିରେ ସମସ୍ତ ଓ୍ଵିକେଟ ହରାଇ ୨୫୮ ରନ୍‌ ସଂଗ୍ରହ କରିଛି। ଫଳରେ ଭାରତକୁ ବିଜୟ ପାଇଁ ୨୮୭ ରନ୍‌ ଟାର୍ଗେଟ ମିଳିଛି।

ଦ୍ୱିତୀୟ ପାଳିରେ ଆଇଡେମ୍‌ ମାରକମ(୧) ଭାରତର ପ୍ରଥମ ଶିକାର ୧ ରନ୍‌ରେ ହୋଇଥିଲେ। ସେ ଯଶପ୍ରିତ ବୁମରାଙ୍କ ଦ୍ୱାରା ଏଲ୍‌ବିଡବ୍ଲୁ ହୋଇଥିଲେ। ୩ ରନ୍‌ରେ ଦକ୍ଷିଣ ଆଫ୍ରିକା ହାସିମ ଆମଲା(୧)କୁ ହରାଇଥିଲା। ଆମଲା ମଧ୍ୟ ବୁମରାଙ୍କ ଦ୍ୱାରା ଏଲ୍‌ବିଡବ୍ଲୁ ହୋଇଥିଲେ । ସେହିଭଳି ୧୪୪ ରନ୍‌ରେ ଏ ବି ଡିଭିଲର୍ସ(୮୦) ପାଭଲିୟନ ଫେରିଥିଲେ। ମହମ୍ମଦ ସାମିଙ୍କ ବଲ ପାର୍ଥିବ ପଟେଲଙ୍କୁ କ୍ୟାଚ୍‌ ଦେଇ ଡିଭିଲୟର୍ସ ଆଉଟ୍‌ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe