ind vs sa: ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦: ଦିନକରେ ସରିଗଲା ୧୦ ହଜାର ଟିକଟ, ପହଞ୍ଚିଲେ ଦକ୍ଷିଣ ଆଫ୍ରିକାର ୫ ଖେଳାଳି

Advertisment

ଆସନ୍ତା ୯ ତାରିଖରେ ବାରବାଟୀରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ କ୍ରିକେଟ୍‌ ମ୍ୟାଚ୍‌ର କାଉଣ୍ଟର ଟିକଟ ବିକ୍ରି ଗୋଟିଏ ଦିନରେ ‌ଶେଷ ହୋଇଛି। ଶୁକ୍ରବାର ନିର୍ଦ୍ଧାରିତ ସମୟ ସକାଳ ୯ଟାରୁ ଘଣ୍ଟାଏ ବିଳମ୍ବରେ କାଉଣ୍ଟର ଖୋଲା ଯାଇଥିଲା।

ଆସନ୍ତା ୯ ତାରିଖରେ ବାରବାଟୀରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ କ୍ରିକେଟ୍‌ ମ୍ୟାଚ୍‌ର କାଉଣ୍ଟର ଟିକଟ ବିକ୍ରି ଗୋଟିଏ ଦିନରେ ‌ଶେଷ ହୋଇଛି। ଶୁକ୍ରବାର ନିର୍ଦ୍ଧାରିତ ସମୟ ସକାଳ ୯ଟାରୁ ଘଣ୍ଟାଏ ବିଳମ୍ବରେ କାଉଣ୍ଟର ଖୋଲା ଯାଇଥିଲା।

dgdadgzvcvc

କଟକ: ଆସନ୍ତା ୯ ତାରିଖରେ ବାରବାଟୀରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ କ୍ରିକେଟ୍‌ ମ୍ୟାଚ୍‌ର କାଉଣ୍ଟର ଟିକଟ ବିକ୍ରି ଗୋଟିଏ ଦିନରେ ‌ଶେଷ ହୋଇଛି। ଶୁକ୍ରବାର ନିର୍ଦ୍ଧାରିତ ସମୟ ସକାଳ ୯ଟାରୁ ଘଣ୍ଟାଏ ବିଳମ୍ବରେ କାଉଣ୍ଟର ଖୋଲା ଯାଇଥିଲା। ଗତକାଲି ରାତି ୧୧ଟାରୁ ଲୋକେ ଧାଡ଼ି ବାନ୍ଧି ଟିକଟ ପାଇଁ ଅପେକ୍ଷା କରି ରହିଥିଲେ। ଓସିଏ ପକ୍ଷରୁ ୫ଟି କାଉଣ୍ଟରର ବ୍ୟବସ୍ଥା କରାଯାଇଥିଲା। ସଚିନ ତେନ୍ଦୁଲକର ହଲ୍‌ ପାଖରେ ଥିବା ବଡ଼ କଣ୍ଟେନର୍‌ରେ ୩ଟି କାଉଣ୍ଟର ଖୋଲା ଯାଇଥିବା ବେଳେ ଏଠାରେ ଗ୍ୟାଲେରି ଓ ସ୍ପେସାଲ୍‌ ଏନ୍‌କ୍ଲୋଜର୍‌ ଟିକଟ ବିକ୍ରି ହୋଇଥିଲା। ୨ଟି ପୁରୁଷ ଓ ଗୋଟିଏ କାଉଣ୍ଟର୍‌ ମହିଳାଙ୍କ ଲାଗି ଉଦ୍ଦି‌ଷ୍ଟ ଥିଲା। ସେହିପରି ହର୍ସଗେଟ୍‌ ପାଖରେ ଥିବା ଛୋଟ କଣ୍ଟେନର୍‌ରେ ୨ଟି କାଉଣ୍ଟର ଖୋଲା ଯାଇଥିଲା। ଏଠାରେ ଦାମୀ ଟିକଟ ବିକ୍ରି କରାଯାଇଥିଲା। ଏଥିରୁ ଗୋଟିଏ କାଉଣ୍ଟର ପୁରୁଷ ଓ ଗୋଟିଏ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାଉଣ୍ଟର ଖୋଲା ରହିବ ବୋଲି ପୂର୍ବରୁ ଘୋଷଣା ହୋଇଥିଲେ ହେଁ ଭିଡ଼କୁ ଦୃଷ୍ଟିରେ ରଖି ସନ୍ଧ୍ୟା ପ୍ରାୟ ୭ଟା ଯାଏଁ କାଉଣ୍ଟର ଖୋଲା ରହିଥିଲା। ଏହି ସମୟ ଭିତରେ ୧୦ ହଜାର ଟିକଟ ବିକ୍ରି ଶେଷ ହୋଇଯାଇଥିଲା। ଯେଉଁମାନେ ଅନ୍‌ଲାଇନ୍‌ରେ ଟିକଟ ବୁକ୍ କରିଥିଲେ ସେମାନଙ୍କୁ ଆସନ୍ତା ୮ ଓ ୯ ତାରିଖରେ ଟିକଟର ହାର୍ଡକପି କେମ୍ବ୍ରିଜ ସ୍କୁଲ୍‌ ପରିସରରେ ପ୍ରଦାନ କରାଯିବ। ଏଥିପାଇଁ କେମ୍ବ୍ରିଜ ସ୍କୁଲ୍‌ରେ ଏକ ସ୍ୱତନ୍ତ୍ର କାଉଣ୍ଟର ଖୋଲିବ। 

Literature: ‘ସ୍ତମ୍ଭସାହିତ୍ୟ’ ଆଲୋଚନାରେ ଭାଗ ନେଲେ ବିଶିଷ୍ଟ ସ୍ତମ୍ଭକାର

ଅନ୍ୟପଟେ ଏଥର ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ) ଓ ପୁଲିସ ପକ୍ଷରୁ ସର୍ପେଣ୍ଟାଇନ୍‌ (ଜିଗ୍‌ଜାଗ୍‌) ଶୈଳୀରେ ବ୍ୟାରିକେଡ୍‌ ବନ୍ଧା ଯାଇଥିଲା। ଏହାଛଡ଼ା ପ୍ରଥମ ଥର ପାଇଁ ବକ୍ସ ଅଫିସ୍‌ ସମ୍ମୁଖରେ ବାଉନ୍ସର ନିୟୋଜିତ ହୋଇଥିଲେ। ପ୍ରତ୍ୟେକ କାଉଣ୍ଟର୍‌ ଆଗରେ ୪ରୁ ୬ଜଣ ବାଉନ୍ସର ନିୟୋଜିତ ହୋଇଥିବା ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳେ କାଉଣ୍ଟର ଖୋଲିବା ପୂର୍ବରୁ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଥିଲା। ସେହିପରି ଟିକଟ ପାଇଁ ଆସିଥିବା କେତେକ ଦିବ୍ୟାଙ୍ଗଙ୍କୁ ହଟହଟା ହେବାକୁ ପଡ଼ିଥିଲା। ଲମ୍ବାଧାଡ଼ିରେ ଛିଡ଼ା ହୋଇ ସେମା‌ନେ ଟିକଟ କିଣିପାରି ନଥିଲେ। କମିସନରେଟ୍‌ ପୁଲିସ ଓ ଓସିଏ ପକ୍ଷରୁ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ଟିକଟ ବିତରଣ କରାଯାଇଥିଲା।

Robbery: ମାରଣାସ୍ତ୍ର ଦେଖାଇ ବ୍ୟବସାୟୀଙ୍କ ଘରୁ ମୁଖା ପିନ୍ଧା ଦୃର୍ବୁତ୍ତ ଲୁଟିଲେ ୪ ଲକ୍ଷ ଟଙ୍କା

ଭୁବନେଶ୍ବର: ବାରବାଟୀ ଟ୍ବେଣ୍ଟି-୨୦ ଲାଗି ପ୍ରଥମ ଦଫାରେ ୫ଜଣ ଦକ୍ଷିଣ ଆଫ୍ରିକା ଖେଳାଳି ଶୁକ୍ରବାର ଭୁବନେଶ୍ବରରେ ପହଞ୍ଚିଛନ୍ତି। ଏମାନଙ୍କ ଭିତରେ ତାରକା ଖେଳାଳି ଡେଭିଡ୍ ମିଲର, ଜର୍ଜ ଫେଡ୍‌ରିକ୍‌ ଲିଣ୍ଡେ, କ୍ବେନାମ୍‌ ସ୍ବେଗୋଫାସ୍ତୋ, ଡେନାଭନ୍‌ ଫେରେରା ଓ ରେଜା ହେଣ୍ଡ୍ରିକ୍ସ ଥିବାର ସୂଚନା ମିଳିଛି। ରାତି ୯ଟା ପାଖାପାଖି ଏହି ଖେଳାଳିମାନେ ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବାହାରିବା ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ସେମାନଙ୍କୁ ଦଳୀୟ ହୋଟେଲକୁ ନିଆଯାଇଥିଲା। ଏହି ଖେଳାଳିମାନେ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ଶୃଙ୍ଖଳାରେ ସାମିଲ ନଥିବାରୁ ଆଗୁଆ ଓଡ଼ିଶା ଆସିଯାଇଥିବା ଜଣାପଡ଼ିଛି। ଶନିବାର ବିଶାଖାପାଟଣାରେ ଦିନିକିଆ ଶୃଙ୍ଖଳାର ‌ଶେଷ ମ୍ୟାଚ୍‌ ଖେଳି ଅବଶିଷ୍ଟ ଦକ୍ଷିଣ ଆଫ୍ରିକୀୟ ଖେଳାଳି ରବିବାର ଭୁବନେଶ୍ବର ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ସେପଟେ ଏହି ପ୍ରତୀକ୍ଷିତ ମୂକାବିଲା ଲାଗି ଉଭୟ କଟକ ଓ ଭୁବନେଶ୍ବରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମ୍ୟାଚ୍‌ ଦିନ ଭୁବନେଶ୍ବର ପାଇଁ କମିସନରେଟ୍ ପୁଲିସ ୨୨ ପ୍ଳାଟୁନ୍ ଏବଂ କଟକରେ ୫୭ ପ୍ଲାଟୁନ୍ ପୁଲିସ ବଳ ମୁତୟନ କରିବାର ଯୋଜନା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe