ଅଗଷ୍ଟରେ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦!

Advertisment
ଅଗଷ୍ଟରେ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦!

The Indian Express

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କ ପାଇଁ ଖୁସି ଖବର। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅଗଷ୍ଟ ମାସ ଶେଷ ଭାଗ ଆଡକୁ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଖେଳାଯିବ। କିନ୍ତୁ ଏହି ସୂଚୀ ଉଭୟ ଦେଶର ସରକାରଙ୍କ ଅନୁମତି ଉପରେ ନିର୍ଭର କରିବ। ଏହି ଶୃଙ୍ଖଳା ଆଇସିସିର ଫ୍ୟୁଚର୍‌ ଟୁର୍‌ସ କାର୍ଯ୍ୟକ୍ରମ (ଏଫଟିପି) ଅନ୍ତର୍ଗତ ହୋଇନଥିଲେ ମଧ୍ୟ ଉଭୟ ବିସିସିଆଇ ଏବଂ କ୍ରିକେଟ୍ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ) ମଧ୍ୟରେ ଗୁରୁବାର ସହମତି ପ୍ରକାଶ ପାଇଛି। ବିସିସିଆଇ ସଭାପତି ‌ସୌରଭ ଗାଙ୍ଗୁଲି ଏବଂ ସିଏସ୍‌ଏ ନିର୍ଦେଶକ ଗ୍ରେମ୍‌ ସ୍ମିଥ୍‌ଙ୍କ ମଧ୍ୟରେ ଆଲୋଚନା ପରେ ଏହି ସୂଚୀ ପ୍ରସ୍ତୁତ ହୋଇଛି। କିନ୍ତୁ ଅଗଷ୍ଟ ମାସରେ ଏହି ଶୃଙ୍ଖଳାକୁ ସରକାରୀ ଅନୁମୋଦନ ମିଳିବା ସମ୍ଭାବନା କ୍ଷୀଣ ଲାଗୁଛି। ଉଭୟ ଦେଶ ଏବେ ବି ଲକ୍‌ଡାଉନ୍ ଭିତରେ ରହିଛନ୍ତି ଏବଂ କୋଭିଡ୍‌-୧୯ ରୋଗୀଙ୍କ ସଂଖ୍ୟା ବି ଉର୍ଧ୍ବ ମୁଖା ରହିଛି। ସଂକ୍ରମଣ ହାରକୁ ଦେଖିଲେ ସେପ୍ଟେମ୍ବର ମାସ ବେଳକୁ ଏହା ଶୀର୍ଷରେ ପହଞ୍ଚିବା ଆଶଙ୍କା ରଖି ଦକ୍ଷିଣ ଆଫ୍ରିକା ପ୍ରସ୍ତୁତି ଚଳାଇଥିବାରୁ ଏହି ମ୍ୟାଚ୍‌ କରାଇବା ସ୍ଥିତି ନଥିବ ବୋଲି ଆଶଙ୍କା ରହିଛି। କିନ୍ତୁ ଆର୍ଥିକ ସଙ୍କଟ ଭିତରେ ଥିବା ସିଏସ୍‌ଏ ପାଇଁ ଏହି ଶୃଙ୍ଖଳା କରାଇବା ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। କୋଭିଡ୍‌-୧୯ ମହାମାରୀ ଦ୍ବାରା ସିଏସ୍‌ଏ ପ୍ରଭାବିତ ହୋଇନଥିଲେ ମଧ୍ୟ ଭବିଷ୍ୟତ ଦୃଷ୍ଟିରୁ ବଡ଼ କ୍ଷତି ସହିବା ବିପଦ ରହିଛି। ଅଗଷ୍ଟ ମାସରେ ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ସମ୍ଭବ ନ ହେଲେ ୨୦୨୧ ମସିହା ଫେବ୍ରୁଆରିରେ ଶେଷ ହେଉଥିବା ଦକ୍ଷିଣ ଆଫ୍ରିକାର ପୁରୁଣା ଅର୍ଥିକ ବର୍ଷ ଭିତରେ ଏହାକୁ କରାଇବା ଲାଗି ମଧ୍ୟ ସିଏସ୍‌ଏ ମନ ଭିତରେ ରଖିଛି।

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଶୃଙ୍ଖଳା ସମ୍ପର୍କରେ ମତ ରଖି କ୍ରିକେଟ୍‌ ସାଉଥ୍ ଆଫ୍ରିକାର ଅନ୍ତରୀଣ ନିର୍ଦେଶକ ଜ୍ୟାକ୍‌ ଫଲ୍‌ କହିଛନ୍ତି ସରକାରୀ ଅନୁମୋଦନ ଏବଂ ଦର୍ଶକବିହୀନ ଖେଳାଯିବା ପାଇଁ ଯୋଜନା ଚାଲିଛି। ଆବଶ୍ୟକସ୍ଥଳେ ତାରିଖ ବଦଳିବ। ଖେଳାଳିଙ୍କ ପାଇଁ ଶୃଙ୍ଖଳା ପୂର୍ବରୁ ଓ ପରେ ୧୪ ଦିନ ଲେଖାଏଁ ସଙ୍ଗରୋଧ ରହିବାର ବିଧି ମଧ୍ୟ ରହିବ। ସେହିଭଳି ଦକ୍ଷିଣ ଆଫ୍ରିକା ଦଳ ଜୁଲାଇରେ ୱେଷ୍ଟଇଣ୍ଡିଜ୍ ଗସ୍ତ କରିବାର ଥିଲେ ମଧ୍ୟ ଏହା ବିଳମ୍ବିତ ହେବ ବୋଲି ଫଲ୍‌ ସୂଚନା ଦେଇଛନ୍ତି। ୱେଷ୍ଟଇଣ୍ଡିଜ୍‌ର ଇଂଲଣ୍ଡ ଗସ୍ତ ଉପରେ ମଧ୍ୟ ଏହା ନିର୍ଭର କରିବ। ଏପରିକି ନିର‌ପେକ୍ଷ ସ୍ଥାନରେ ମ୍ୟାଚ୍‌ ଖେଳାଯିବା ସମ୍ଭାବନା ରହିଛି। ଆଜି ପର୍ଯ୍ୟନ୍ତ କିଛି ବି ସ୍ପଷ୍ଟ ଚିତ୍ର ନାର୍ହି ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe