କେପ୍‌ଟାଉନ୍‌ ଟେଷ୍ଟ: ବର୍ଷା ଯୋଗୁଁ ୩ୟ ଦିନର ଖେଳ ଆରମ୍ଭ ହେବାରେ ବିଳମ୍ବ

କେପ୍‌ଟାଉନ୍‌ ଟେଷ୍ଟ: ବର୍ଷା ଯୋଗୁଁ ୩ୟ ଦିନର ଖେଳ ଆରମ୍ଭ ହେବାରେ ବିଳମ୍ବ

କେପ୍‌ଟାଉନ୍‌: ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାର ସ୍ଥିତି ଭଲ ରହିଛି। ହାର୍ଦ୍ଦିକ ପାଣ୍ଡ୍ୟା(୯୩) ଓ ଭୁବନେଶ୍ୱର କୁମାର(୨୪)ଙ୍କ ୮ମ ଓ୍ଵିକେଟରେ ୯୯ ରନ୍‌ ଯୋଗଦାନ ବଳରେ ଭାରତ ୨ୟ ଦିନରେ ୨୦୯ ସ୍କୋର କରିବାକୁ ସଫଳ ହୋଇଥିଲା। ମ୍ୟାଚ୍‌ର ୨ୟ ଦିନରେ ଚା’ ବିରତି ବେଳକୁ ୭୩.୪ ଓଭରରେ ୨୦୯ ରନରେ ଶେଷ ହେଇଛି।

ଦକ୍ଷିଣ ଆଫ୍ରିକା ୨ୟ ପାଳିରେ ୨ଓ୍ଵିକେଟ ହରାଇ ୬୫ ରନ୍‌ ସଂଗ୍ରହ କରିଥିଲା। ୩ୟ ଦିନରୁ ଆଶା କରାଯାଉଛି ଯେ, ଭାରତୀୟ ବୋଲରମାନେ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନଙ୍କୁ କେତେ ଶୀଘ୍ର ପାଭଲିୟନ ପଠାଇ ପାରୁଛନ୍ତି। ଅନ୍ୟପକ୍ଷରେ କେପ୍‌ଟାଉନ୍‌ରେ ବର୍ଷା ଯୋଗୁଁ ଖେଳ ଆରମ୍ଭ ହେବାରେ ବିଳମ୍ବ ହେଉଛି।

publive-image

୨ୟ ପାଳିରେ ଭାରତୀୟ ଟିମ୍‌ର ଭୁବନେଶ୍ୱର କୁମାର ବୋଲିଂ ଆରମ୍ଭ କରିଥିଲେ। ତାଙ୍କର ଓଭର ମେଡେନ୍‌ ଥିଲା। ଯଶପ୍ରିତ ବୁମରାଙ୍କ ହୋଇଥିବା ବୋଲିଂରେ ଏଲଗର୍‌ଙ୍କୁ ଜୀବନଦାନ ମିଳି ଯାଇଥିଲା। ମିଡ଼ ଅନ୍‌ରେ ମହମ୍ମଦ ସାମି କ୍ୟାଚ୍‌ ଛାଡ଼ି ଦେଇଥିଲେ। ଏଲ୍‌ଗର ସେହି ସମୟରେ କୌଣସି ରନ୍‌ ସଂଗ୍ରହ କରି ନଥିଲେ। ପାଳିର ୩ୟ ଓଭରରେ ମାର୍କରାମ ୨ଟି ଚୌକା ମାରିଥିଲେ।

ଦକ୍ଷିଣ ଆଫ୍ରିକାର ପ୍ରଥମ ଓ୍ଵିକେଟ ୫୨ ରନ୍‌ରେ ଏଡେନ୍‌ ମାର୍କରାମ(୩୪ ରନ୍‌, ୪୩ ବଲ୍‌, ୬ଟି ଛକା) ପଡ଼ିଥିଲା। ହାଦ୍ଦିର୍କ ପାଣ୍ଡାଙ୍କ ବଲ ଭୁବନେଶ୍ୱର କୁମାର କ୍ୟାଚ କରିଥିଲେ। ଭାରତର ୨ୟ ଶିକାର ହୋଇଥିଲେ ଡିନ୍‌ ଏଲଗର୍‌(୨୫ ରନ୍‌, ୫୪ ବଲ, ୪ଟି ଚୌକା)। ହାର୍ଦ୍ଦିକଙ୍କ ବଲ କ୍ୟାଚ୍‌ କରିଥିଲେ ଋଦ୍ଧମାନ ଶାହା। ସେତେବେଳକୁ ସ୍କୋର ୫୯ ରନ୍‌ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe