ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟେ‌ଷ୍ଟ୍‌, ଯବାନଙ୍କ ପାଇଁ ୫୦୦୦ ମାଗଣା ଟିକେଟ

ଜୁଲାଇ ୨୦୨୨ରେ ଖେଳାଯିବ ଭାରତ-ଇଂଲଣ୍ଡ ସିରିଜର ୫ମ ଟେଷ୍ଟ ମ୍ୟାଚ

BIRMINGHAM, ENGLAND - AUGUST 01: Virat Kohli celebrates after taking the wicket of England's Joe Root during day one of the Specsavers 1st Test match between England and India at Edgbaston on August 1, 2018 in Birmingham, England. (Photo by Nathan Stirk/Getty Images)

ରାଞ୍ଚି: ଶନିବାରଠୁ ଆରମ୍ଭ ହେବାକୁ ଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟେ‌ଷ୍ଟ୍‌ ପାଇଁ ଆୟୋଜକ ଝାଡ଼ଖଣ୍ଡ ରାଜ୍ୟ କ୍ରିକେଟ୍‌ ସଂଘ (ଜେଏସ୍‌ସିଏ) ଯବାନମାନଙ୍କୁ ୫୦୦୦ ମାଗଣା ଟିକେଟ ବାଣ୍ଟିବାକୁ ନିଷ୍ପତ୍ତି ନେଇଛି। ଏହି ମାଗଣା ଟିକେଟ ସିଆର୍‌ପିଏଫ୍‌ ଯବାନ, ସେନା ଏବଂ ଏନ୍‌ସିସି କ୍ୟାଡେଟ୍‌ମାନଙ୍କୁ ବଣ୍ଟାଯିବ ବୋଲି ସଂଘର ସଂପାଦକ ସଞ୍ଜୟ ସହାୟ କହିଛନ୍ତି। ଏହା ଆମ ଯବାନମାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଛନ୍ତି। ଏହା ବ୍ୟତୀତ ଆମେ ମଧ୍ୟ ବିଭିନ୍ନ ଜିଲ୍ଲାର ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମାଗଣା ଟିକେଟ ବାଣ୍ଟିବୁ ବୋଲି ସଞ୍ଜୟ କହିଛନ୍ତି।

ମଙ୍ଗଳବାର ଉଭୟ ଦଳ ରାଞ୍ଚିରେ ପହଞ୍ଚିବା ପରେ ସେମାନଙ୍କୁ ବିପୁଳ ସ୍ବାଗତ କରାଯାଇଥିଲା। ତେବେ ଦକ୍ଷିଣ ଆଫ୍ରିକା ଦଳର ବସ୍‌ ହୋଟେଲରେ ପହଞ୍ଚିବା ବେଳେ ଫାଟକରେ ପିଟି ହୋଇଯିବା ଭଳି ଛୋଟିଆ ଦୁର୍ଘଟଣା ଘଟିଥିଲା। କିନ୍ତୁ କୌଣସି କ୍ଷତି ଘଟିନଥିଲା। ଜେଏସ୍‌ସିଏ ଷ୍ଟାଡିୟମ୍‌ଠାରୁ ୧୩ କିଲୋମିଟର ଦୂରରେ ଦକ୍ଷିଣ ଆଫ୍ରିକା ଦଳ ରହୁଥିଲା ବେଳେ ଘରୋଇ ଭାରତୀୟ ଦଳ ୯ କିଲୋମିଟର ଦୂରରେ ରହୁଛି। ଦୁଇଟିଯାକ ହୋଟେଲରେ ରୁମ୍‌ଗୁଡ଼ିକ ପ୍ରାୟ ବର୍ଷକୁ ତଳୁ ବୁକ୍‌ କରାଯାଇଥିଲା ବୋଲି ସଞ୍ଜୟ କହିଛନ୍ତି। ଅବଶ୍ୟ ଏହି ରୁମ୍‌ ବୁକ୍‌ ଆମ ଦ୍ବାରା ନୁହେଁ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଦ୍ବାରା ହୋଇଥିଲା ବେ‌ାଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe