କଟକ ଟି-୨୦: ଟସ୍‌ ଜିଣିଲା ଶ୍ରୀଲଙ୍କା, ଭାରତ କରିବ ବ୍ୟାଟିଂ

Advertisment
କଟକ ଟି-୨୦: ଟସ୍‌ ଜିଣିଲା ଶ୍ରୀଲଙ୍କା, ଭାରତ କରିବ ବ୍ୟାଟିଂ

କଟକ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଉ କିଛି ସମୟ ପରେ ଖେଳାଯିବ ପ୍ରଥମ ଟି-୨୦ ମ୍ୟାଚ୍‌। ୩ଟି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଟସ୍‌ ଜିଣି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଭାରତ ବ୍ୟାଟିଂ କରିବ। ବାରବାଟୀ ଷ୍ଟାଡିୟମରେ ଉଭୟ ଭାରତୀୟ ଓ ଶ୍ରୀଲଙ୍କା ମ୍ୟାଚ ନୂଆ ହୋଇ ନଥିଲେ ମଧ୍ୟ କିଛି ଖେଳାଳି ଏଠାରେ ପ୍ରଥମ ଥର ପାଇଁ ଖେଳିବେ।

ପୂର୍ବରୁ ଟିମ୍‌ ଇଣ୍ଡିଆର ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଟେଷ୍ଟ ଶୃଙ୍ଖଳାରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ସେହିଭଳି କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ମଧ୍ୟ ଭାରତ ୨-୧ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଭାରତ ଟି-୨୦ ଶୃଙ୍ଖଳାରେ ବିଜୟୀ ହୋଇ ନିଜର ର‍୍ୟାଙ୍କିରେ ସୁଧାର ଆଣିବାକୁ ଉଦ୍ୟମ କରିବ।

publive-image

ଶୀତକୁ ଖାତିର ନକରି ଖେଳପ୍ରେମୀମାନେ ବାରବାଟୀ ଷ୍ଟାଡିୟମରେ ପହଞ୍ଚିଛନ୍ତି। ଅପରାହ୍ନ ୪ଟାରେ ଭିତରକୁ ଛଡ଼ାଯାଇଥିଲେ ମଧ୍ୟ, ଖେଳପ୍ରେମୀମାନେ ମଧ୍ୟାହ୍ନ ୧୨ ପରେ ଷ୍ଟାଡିୟମର ଗ୍ୟାଟ୍‌ ନିକଟକୁ ପହଞ୍ଚି ଯାଇଥିଲେ। ଟିମ୍‌ ଇଣ୍ଡିଆର ପ୍ରଶଂସକମାନେ ବହୁ ପୂର୍ବରୁ ଷ୍ଟାଡିୟମ ପହଞ୍ଚି ଟୋପି ଓ ଅନ୍ୟାନ୍ୟ ସାମଗ୍ରୀ କିଣି ଥିଲେ। ଅପରପକ୍ଷେ ଷ୍ଟାଡିୟମ ଭିତରକୁ ପାଣି ବୋଲତ ଓ ଅନ୍ୟାନ୍ୟ ସାମଗ୍ରୀ ନେବା ଉପରେ ବାରଣ କରାଯାଇଛି। ସେହିପରି ପୁଲିସ ପକ୍ଷରୁ ଷ୍ଟାଡିୟମ ଭିତରକୁ କଡ଼ ସୁରକ୍ଷା ସହିତ ଯାଞ୍ଚ କରିବା ପରେ ଦର୍ଶକଙ୍କୁ ପ୍ରବେଶ କରିବାକୁ ଦିଆଯାଇଥିଲା କିନ୍ତୁ ଯେଉଁମାନେ ଅନ୍‌ଲାଇନ୍‌ରେ ଟିକେଟ୍‌ କିଣିଥିଲେ, ସେମାନଙ୍କୁ ବହୁ ସମୟ ଧରି ଭିତରକୁ ପ୍ରବେଶ ଦିଆଯାଇ ନଥିଲା। ପରେ ପୁଲିସ ଓ ଓସିଏ ଆଲୋଚନା ପରେ ସମସ୍ୟାର ସମାଧାନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe