Advertisment

କଟକ ଟି-୨୦: ଚହଲଙ୍କୁ ୪ଟି ଓ୍ଵିକେଟ, ଶ୍ରୀଲଙ୍କା ବିପକ୍ଷରେ ଭାରତ ୯୩ ରନ୍‌ରେ ବିଜୟୀ

Advertisment

ବାରବାଟୀରେ ବ୍ୟାଟିଂରେ ଏମ୍‌ଏସ୍‌ ଧୋନି-ରାହୁଲଙ୍କ ଧମାଲ

ବାରବାଟୀରେ ବ୍ୟାଟିଂରେ ଏମ୍‌ଏସ୍‌ ଧୋନି-ରାହୁଲଙ୍କ ଧମାଲ

କଟକ ଟି-୨୦: ଚହଲଙ୍କୁ ୪ଟି ଓ୍ଵିକେଟ, ଶ୍ରୀଲଙ୍କା ବିପକ୍ଷରେ ଭାରତ ୯୩ ରନ୍‌ରେ ବିଜୟୀ

କଟକ: ଐତିହାସିକ ବାରବାଟି ଷ୍ଟାଡିୟମରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ନିଜର ବଳିଷ୍ଠତାକୁ ପୁଣି ଥରେ ପ୍ରମାଣିତ କରିବା ସହିତ ଶ୍ରୀଲଙ୍କାକୁ ୯୩ ରନ୍‌ରେ ପରାସ୍ତ କରିଛି। ଶ୍ରୀଲଙ୍କା ୧୬ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୮୭ ରନ୍‌ ସଂଗ୍ରହ କରିବା ସହିତ ମ୍ୟାଚ ହାରିଛି। ଭାରତ ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ୧୮୦ ରନ୍‌ ସଂଗ୍ରହ କରିଥିଲା। ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି, ଓପନର ଲୋକେଶ ରାହୁଲ ଓ ମନୀଷ ପାଣ୍ଡେଙ୍କ ବ୍ୟାଟିଂ ପ୍ରଦର୍ଶନ ପ୍ରଶଂସନୀୟ ଥିଲା। ସେହିପରି ଭାରତୀୟ ଯୁବ ବୋଲର ୟୁଜବେନ୍ଦ୍ର ଚହଲଙ୍କ ଯାଦୁକାରୀ ବୋଲିଂ(୪ଟି ଓ୍ଵିକେଟ)ରେ ଶ୍ରୀଲଙ୍କା ଲକ୍ଷ୍ୟ ପୂରା କରିବାକୁ ବିଫଳ ହୋଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୩ଟି କୁଳଦୀପ ଯାଦବଙ୍କୁ ୨ଟି ଜୟଦେବଙ୍କୁ ଗୋଟିଏ ଓ୍ଵିକେଟ ମିଳିଥିଲା। ୩ଟି ମ୍ୟାଚ ବିଶିଷ୍ଟ ମ୍ୟାଚରେ ଶ୍ରୀଲଙ୍କା ଦ୍ୱିତୀୟ ପାଳିରେ ୧୮୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବାରବାଟୀକୁ ଓହ୍ଲାଇ ୧୦.୨ ଓଭରରେ ଦଳ ୫୮ ରନ୍‌ ସଂଗ୍ରହ କରି ୫ଟି ମୂଲ୍ୟବାନ ଓ୍ଵିକେଟ ହରାଇ ସାରିଥିଲା।

୧.୪ ଓଭରରେ ନିରୋସାନ ଡିକେଓ୍ଵଲା ୮ଟି ବଲ ଖେଳି ୧୩ ସଂଗ୍ରହ କରିବା ପରେ ଜଜଦେବ ଉଦନକଟଙ୍କ ବଲ ଲୋକେଶ ରାହୁଲଙ୍କୁ କ୍ୟାଚ ଦେଇ ଭାରତର ପ୍ରଥମ ଶିକାର ହୋଇଥିଲେ। ୪.୫ଓଭରରେ ଉପୁଲ ଥରଙ୍ଗା ୧୬ଟି ବଲ ଖେଳି ୟୁଜବେନ୍ଦ୍ର ଚହଲଙ୍କ ବଲ ଓ୍ଵିକେଟ କିପର ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ ଦେଇଥିଲେ। ଧୋନିଙ୍କ ଦ୍ୱାରା ୨ୟ ଶିକାର ହୋଇଥିଲେ ଗୁଣାରତ୍ନେ। ଆଞ୍ଜେଲା ମ୍ୟାଥୁସ ୭ଟି ବଲ ଖେଳି ମାତ୍ର ଗୋଟିଏ ରନ୍‌ ସଂଗ୍ରହ କରି ୟୁଜବେନ୍ଦ୍ର ଚହଲଙ୍କ ବଲ ଧୋନିଙ୍କୁ କ୍ୟାଚ ଦେଇଥିଲେ।

ଶ୍ରୀଲଙ୍କାର ୧୫ ରନ୍‌ରେ ଭାରତର ପ୍ରଥମ ଶିକାର ଓପନର ନିରୋସାନ ଡିକେଓ୍ଵଲା(୧୩) ହୋଇଥିଲେ। ସେହିପରି ୩୯ ରନ୍‌ରେ ୨ୟ ଶିକାର ଉପୁଲ ଥରଙ୍ଗା(୨୩) ଓ ୪୬ ରନ୍‌ରେ ଆଞ୍ଜୋଲୋ ମ୍ୟାଥୁସ(୧୩) ୩ୟ ଓ୍ଵିକେଟରେ ପାଭଲିୟନ ଫେରିଥିଲେ। ୫୫ ରନ୍‌ରେ ଭାରତର ୪ର୍ଥ ଶିକାର ହୋଇଥିଲେ ଏସଲା ଗୁଣାରତ୍ନେ(୪)। ସେ ଏକ ଓ୍ଵାଇଡ ବଳରେ ଧୋନିଙ୍କ ଦ୍ୱାରା ଷ୍ଟମ୍ପିଂ ହୋଇ ପାଭଲିୟନ ଫେରିଥିଲେ। ୟୁଜବେନ୍ଦ୍ରଙ୍କ ବଲକୁ ଗୁଣାରତ୍ନେ ଖେଳିବାକୁ ଉଦ୍ୟମ କରି ମଧ୍ୟ ବିଫଳ ହୋଇଥିଲେ। ୫ମ ଓ୍ଵିକେଟ ୫୮ ରନ୍‌ରେ ଦାନୁଷ୍କା ସନକା(୧) ଆଉଟ ହୋଇଥିବା ବେଳେ ୬ମ ଓ୍ଵିକେଟ ୬୨ ରନ୍‌ରେ ଥିରସା ପେରାରା(୩), ୭ମ ଓ୍‌ିକେଟ ୭୦ ରନ୍‌ରେ କୁଶାଲ ପେରାରା(୧୯), ୮ମ ଓ୍ଵିକେଟ ୭୬ ରନ୍‌ରେ ଅକିଲା ଧନଞ୍ଜୟ(୭) ଓ ୯ମ ଓ୍ଵିକେଟ ୮୫ ରନ୍‌ରେ ଦୁଷ୍ମନ୍ତ ଚମିିରା ପାଭଲିୟନ ଫେରିଥିଲେ।

ପୂର୍ବରୁ ଭାରତ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଶ୍ରୀଲଙ୍କାକୁ ୧୮୧ ରନ୍‌ ବିଜୟ ଲକ୍ଷ୍ୟ ଦେଇଥିଲା। ଭାରତ ନିର୍ଦ୍ଧାରିତ ଓଭରରେ ୩ଟି ଓ୍ଵିକେଟ ହରାଇ ଏହି ରନ୍‌ ସଂଗ୍ରହ କରିବା ପରେ ଶ୍ରୀଲଙ୍କାକୁ ଏହି ଲକ୍ଷ୍ୟ ମିଳିଥିଲା। ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି(ଅପରାଜିତ ୩୯)ଙ୍କ ହ୍ୟାଲିକପ୍ଟର ସର୍ଟ ପୁଣି ଥରେ ଦର୍ଶକ ଉତ୍ସାହିତ ହୋଇ ଦେଖିଥିଲେ। ସେହିଭଳି ମନୀଷ ପାଣ୍ଡେ(ଅପରାଜିତ ୩୨) ଶ୍ରୀଲଙ୍କା ବୋଲରଙ୍କୁ ନିର୍ଧୂମ ପ୍ରହାର କରି ଧୋନିଙ୍କ ସହିତ ହାତ ମିଳାଇଥିଲେ। ଧୋନି ଶେଷ ବଲକୁ ଛକା ମାରିଥିଲେ। ଶେଷ ୫ଟି ଓଭରରେ ଶ୍ରୀଲଙ୍କାର ବୋଲରମାନେ ଭାରତର ଓ୍ଵିକେଟ ନେବାକୁ ବିପୁଳ ଉଦ୍ୟମ କରିଥିଲେ ମଧ୍ୟ ଆଶା ପୂରା ହୋଇ ପାରି ନଥିଲା।

publive-image

ଭାରତ ପ୍ରଥମ ଓ୍ଵକେଟ ୩୮ ରନ୍‌ (୫ଓଭର)ରେ ରୋହିତ ଶର୍ମାଙ୍କୁ ହରାଇଥିବା ବେଳେ ୧୦୧ରନ୍‌ରେ ଶ୍ରୀଲଙ୍କାର ୨ୟ ଶିକାର(୧୨.୪ଓଭର) ହୋଇଥିଲା। ସେହିଭଳି ୧୧୨ ରନ୍‌ରେ ଭାରତର ୩ୟ ଓ୍ଵିକେଟ (୧୪.୩ଓଭର)ର ପତ୍ତନ ଘଟିଥିଲା।

ପାଳି ଆରମ୍ଭରୁ ଭାରତ ଭଲ ଖେଳିଥିଲା। ୪୮ଟି ବଲ ଖେଳି ୬୧ ରନ୍‌ ସଂଗ୍ରହ କରିଥିବା ଲୋକେଶ ରାହୁଲ ଥିରସା ପେରାରାଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଶ୍ରେୟସ ଆୟାର(୨୪) ୨୦ଟି ବଲ ଖେଳି ପାଭଲିୟନ ଫେରିଥିଲେ। ସେ ନୂଆନ ପ୍ରଦୀପଙ୍କ ବଲ ନିରୋସନ ଡିକଓ୍ଵାଲାଙ୍କୁ କ୍ୟାଚ ଦେଇଥିଲେ। ଶ୍ରୀଲଙ୍କାର ପ୍ରଥମ ଶିକାର ହୋଇଥିଲେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା(୧୭)। ସେ ୧୩ଟି ବଲ ଖେଳି ଆଞ୍ଜେଲୋ ମ୍ୟାଥୁସଙ୍କ ବଲ ଦୁଷ୍ମନ୍ତ ଚମିରାଙ୍କୁ କ୍ୟାଚ ଦେଇଥିଲେ। ଭାରତ ୬ ଓଭରରେ ୪୨ ରନ୍‌ ସଂଗ୍ରହ କରିଥିବା ବେଳେ ଲେକେଶ ରାହୁଲ ଓ ଶ୍ରେୟସ ଆୟାର ବ୍ୟାଟିଂ ଜାରି ରଖିଛନ୍ତି।

୩ଟି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଟସ୍‌ ଜିଣି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe