ପୁଣେ ଟି-୨୦: ଟସ୍‌ ଜିଣି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି, ଭାରତର ବ୍ୟାଟିଂ ଜାରି

Advertisment
ପୁଣେ ଟି-୨୦: ଶ୍ରୀଲଙ୍କାକୁ ୨୦୨ ରନ୍‌ ବିଜୟ ଲକ୍ଷ୍ୟ ଦେଲା ଭାରତ, ରାହୁଲ-ଧାଓ୍ଵନଙ୍କ ଅର୍ଦ୍ଧଶତକ

Photo: Hindustan Times

ପୁଣେ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟି-୨୦ ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ ପୁଣେରେ ଖେଳାଯାଉଛି। ନିର୍ଣ୍ଣାୟକ ଲଢ଼େଇ ପାଇଁ ପଡ଼ିଥିବା  ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।  ଶ୍ରୀଲଙ୍କା ଅଧିନାୟକ ଲସିଥ ମାଲିଙ୍ଗା ଭାରତର ଅଧିନାୟକ ବିରାଟ କୋହଲିଙ୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି। ପୁଣେରେ ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସ୍‌ନ ଷ୍ଟାଡିୟମରେ ଭାରତୀୟ ଦଳ ବ୍ୟାଟିଂ ଲାଗି ପଡ଼ିଆକୁ ଓହ୍ଲାଇଛି।

ଗୁଆହାଟୀରେ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌କୁ ବର୍ଷା ଧୋଇନେଲା ପରେ ଇନ୍ଦୋରରେ ଦ୍ଵିତୀୟ ଟି-୨୦କୁ ଜିତି ଭାରତ ୧-୦ରେ ଆଗୁଆ ରହିଛି। ପୁଣେରେ ବିଜୟୀ ହେଲେ କୋହଲି ବାହିନୀ ଚଳିତ ବର୍ଷର ପ୍ରଥମ ଶୃଙ୍ଖଳା ବିଜୟ ହାସଲ କରିବ। ଅନ୍ୟପକ୍ଷରେ ପ୍ରତିପକ୍ଷ ଶ୍ରୀଲଙ୍କା ଏହି ମ୍ୟାଚ୍‌ ଜିତିଲେ ଶୃଙ୍ଖଳା ବଞ୍ଚାଇବାକୁ ସକ୍ଷମ ହେବ।

ବୁମ୍‌ରାଙ୍କ ପାଇଁ ଚହଲଙ୍କୁ ଟପିବା ସୁଯୋଗ

ସୁସ୍ଥ ହୋଇ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ଦ୍ରୁତ ବୋଲର ଯଶ୍‌ପ୍ରୀତ ବୁମ୍‌ରା ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଅନ୍ତିମ ଟିି-୨୦ ମ୍ୟାଚ୍‌ରେ ସ୍ପିନର୍‌ ୟୁଜବେନ୍ଦ୍ର ଚହଲଙ୍କ ସର୍ବାଧିକ ୱିକେଟ୍‌ ସଂଖ୍ୟାକୁ ଟପିବାର ସୁଯୋଗ ରହିଛି। ଉଭୟ ବୁମ୍‌ରା ଓ ଚହଲ୍‌ ଅନ୍ତର୍ଜାତୀୟ ଟିି-୨୦ରେ ଏ ପର୍ଯ୍ୟନ୍ତ  ୫୨ ଲେଖାଏଁ ୱିକେଟ୍‌ ଅକ୍ତିଆର କରି ସର୍ବାଧିକ  ଉଇକେଟ ସଂଗ୍ରହ ତାଲିକାରେ ଭାରତୀୟ ଭାବେ ଶୀର୍ଷରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe