ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦, ଟସ୍ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି

Advertisment
ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦, ଟସ୍ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି

ଲକ୍ଷ୍ନୌ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-୨୦ ଗୁରୁବାର ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକନା ଷ୍ଟାଡିୟମରେ ଖେଳାଯାଉଛି । ଏହି ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ନିକଟରେ ସମାପ୍ତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତୀୟ ଦଳ ୩-୦ରେ ବିଜୟୀ ହୋଇ ଉତ୍ସାହିତ ରହିଛି ।

ଏହି ମ୍ୟାଚ୍ ପାଇଁ ୧୧ ଜଣିଆ ଭାରତୀୟ ଦଳ ହେଲେ ରୋହିତ୍ ଶର୍ମା (ଅଧିନାୟକ), ଈଶାନ୍ କିଶନ୍, ଶ୍ରେୟସ୍ ଆୟାର୍, ସଞ୍ଜୁ ସାମସନ୍, ଦୀପକ୍ ହୁଦା, ରବୀନ୍ଦ୍ର ଜାଡେଜା, ଭେଙ୍କଟେଶ ଆୟାର୍, ହର୍ଷଲ୍ ପଟେଲ୍, ହର୍ଷଲ୍ ପଟେଲ୍, ଭୁବନେଶ୍ଵର କୁମାର, ଜସପ୍ରୀତ୍ ବୁମରା, ଯୁଜୁଭେନ୍ଦ୍ର ଚହଲ୍  । ସେହିପରି ୧୧ ଜଣିଆ ଶ୍ରୀଲଙ୍କା ଦଳ- ପାଥୁମ୍ ନିଶାଙ୍କା, କାମିଲା ମିଶାରା, ଚରିଥ୍ ଆଶାଲାଙ୍କା, ଦିନେଶ୍ ଚାନ୍ଦିମାଲ୍, ଜନିଥ୍ ଲିୟାନାଗେ, ଦଶୁନ୍ ଶନାକା, ଚାମିଲା କରୁଣାରତ୍ନେ, ଜଫ୍ରି ବନ୍ଦରସଏ, ପ୍ରବୀନ୍ ଜୟବିକ୍ରମ, ଦୁଷ୍ମନ୍ତ ଚମୀରା ଓ ଲାହିରୁ କୁମାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe