ବାରବାଟୀ ଟି-୨୦ : ଡ଼ିସେମ୍ବର ୧୪ରୁ ଟିକେଟ୍‌ ବିକ୍ରି

Advertisment
ବାରବାଟୀ ଟି-୨୦ : ଡ଼ିସେମ୍ବର ୧୪ରୁ ଟିକେଟ୍‌ ବିକ୍ରି

DNA

କଟକ : ଡ଼ିସେମ୍ବର ୨୦ ତାରିଖରେ କଟକ ବାରବାଟୀ ଷ୍ଟାଡ଼ିୟମ୍‌ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ମ୍ୟାଚ୍‌ ଲାଗି ଡ଼ିସେମ୍ବର ୧୪ ତାରିଖରୁ ଟିକେଟ୍‌ ବିକ୍ରି ଆରମ୍ଭ ହେବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) ଡ଼ିସେମ୍ବର ୧୪ରୁ ୧୭ ମଧ୍ୟରେ ୨୨,୦୪୧ଟି ଟିକେଟ୍‌ ବିକ୍ରି କରିବ।

ଉଲ୍ଲେଖଯୋଗ୍ୟ କି, ଶ୍ରୀଲଙ୍କା କ୍ରିକେଟ୍‌ ଦଳ ଏକ ୭ ସପ୍ତାହ ଗସ୍ତରେ ଭାରତ ଆସୁଛି। ଏହି ସିରିଜ୍‌ରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ୩ଟି ଟେଷ୍ଟ୍‍, ୩ଟି ଏକ ଦିବସୀୟ ଏବଂ ୩ଟି ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe