ଜୁଲାଇ ୨୬ ନୁହେଁ ଏହି ତାରିଖରୁ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ସିରିଜ୍

ଜୁଲାଇ ୨୬ ନୁହେଁ ଏହି ତାରିଖରୁ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ସିରିଜ୍

ମୁମ୍ବାଇ : ଜିମ୍ବାୱେ ଗସ୍ତ ପରେ ଭାରତୀୟ ଦଳକୁ ଶ୍ରୀଲଙ୍କା ଗସ୍ତ କରିବାକୁ ପଡ଼ିବ। ଏହି ଗସ୍ତରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଜୁଲାଇ ଓ ଅଗଷ୍ଟରେ ଦିନିକିଆ ଓ ଟି-୨୦ ଶୃଙ୍ଖଳା ଖେଳାଯିବ। ଯେଉଁଥିପାଇଁ ବିସିସିଆଇ ନିକଟରେ କାର୍ଯ୍ୟସୂଚୀ ଘୋଷଣା କରିଛି। ଜୁଲାଇ ୨୬ତାରିଖରୁ ଏହି ଗସ୍ତ ଆରମ୍ଭ ହେବାର ଥିଲା। କିନ୍ତୁ ଏବେ ଏହି ଗସ୍ତର କାର୍ଯ୍ୟସୂଚୀ ବଦଳିଯାଇଛି। ଏବେ ଏହି ଗସ୍ତ ଜୁଲାଇ ୨୬ ପରିବର୍ତ୍ତେ ଜୁଲାଇ ୨୭ରୁ ଆରମ୍ଭ ହେବ। ଟି-୨୦ ଶୃଙ୍ଖଳାର ତିନିଟି ଯାକ ମ୍ୟାଚ୍ ପଲ୍ଲେକେଲ ଷ୍ଟାଡିୟମରେ ଏବଂ ୩ଟି ଦିନିକିଆ କଲମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ତେବେ ମ୍ୟାଚ ସମୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

ପୂର୍ବ କାର୍ଯ୍ୟସୂଚୀ ଅନୁସାରେ ଏହି ୩ଟି ଟି-୨୦ ଜୁଲାଇ ୨୬, ୨୭ ଓ ୨୯ ତାରିଖରେ ହେବାର ଥିଲା । ଏବେ ଏହି ମ୍ୟାଚ୍ ୨୭ ଜୁଲାଇ, ୨୮ ଜୁଲାଇ ଓ ୩୦ ଜୁଲାଇରେ ଖେଳାଯିବ। ସେହିପରି ଦିନିକିଆ ଶୃଙ୍ଖଳାର ମ୍ୟାଚ୍ ଏବେ ଅଗଷ୍ଟ ୨, ଅଗଷ୍ଟ ୪ ଓ ଅଗଷ୍ଟ ୭ରେ ଖେଳାଯିବ। ଟିମ୍ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତ ମୁଖ୍ୟ ପ୍ରଶିକ୍ଷକ ଭାବେ ଗୌତମ ଗମ୍ଭୀରଙ୍କ ପ୍ରଥମ ଦାୟିତ୍ୱ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe