ଅଷ୍ଟ୍ରେଲିଆ ଦେଲା ୩୭୫ ରନର ବଡ଼ ଲକ୍ଷ୍ୟ, ଏବେ ବିରାଟ୍ ବାହିନୀର ଦମଦାର ପ୍ରଦର୍ଶନକୁ ଅପେକ୍ଷା

ଫିଞ୍ଚ, ସ୍ମିଥଙ୍କ ଜବରଦସ୍ତ ଶତକ

ଅଷ୍ଟ୍ରେଲିଆ ଦେଲା ୩୭୫ ରନର ବଡ଼ ଲକ୍ଷ୍ୟ, ଏବେ ବିରାଟ୍ ବାହିନୀର ଦମଦାର ପ୍ରଦର୍ଶନକୁ ଅପେକ୍ଷା

ସିଡନୀ : ଭାରତ ବିପକ୍ଷ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ନିଜର ବ୍ୟାଟିଂ ଦକ୍ଷତା ପ୍ରଦର୍ଶନ କରିଛି ଅଷ୍ଟ୍ରେଲିଆ। ଦୁଇ ଛାମୁଆ ବ୍ୟାଟ୍ସମ୍ୟାନ୍ ଆରୋନ୍ ଫିଞ୍ଚ ଏବଂ ଷ୍ଟିଭେନ ସ୍ମିଥ୍ ଶତକ ହାସଲ କରି ଦଳକୁ ୩୭୪ ଭଳିଏକ ବଡ଼ ସ୍କୋରରେ ପହଞ୍ଚାଇବାରେ ସକ୍ଷମ କରିଥିଲେ। ଭାରତୀୟ ବୋଲରମାନେ ସେମାନଙ୍କ ଧମାକାଦାର ବ୍ୟାଟ୍ ଚାଳନାକୁ ରୋକିବାରେ ସମର୍ଥ ହୋଇ ନଥିଲେ। ତେବେ ଭାରତୀୟ ବ୍ୟାଟସମ୍ୟାନମାନେ ଏହାର କିଭଳି ଜବାବ ଦେବେ ତାହା ଦେଖିବାକୁ ଅପେକ୍ଷା କରିଛନ୍ତି କ୍ରିକେଟପ୍ରେମୀ। ବର୍ତ୍ତମାନ ଭାରତ ମୟଙ୍କ ଅଗ୍ରୱାଲ(୨୨)ଙ୍କ ୱିକେଟ ହରାଇଛି ଓ ବ୍ୟାଟିଂ ଦାୟିତ୍ବ ସମ୍ଭାଳିବାକୁ ପଡ଼ିଆକୁ ଓହ୍ଲାଇଛନ୍ତି। ଏହି ରିପୋର୍ଟ ଲେଖା ହେବା ବେଳକୁ ଶିଖର ଧାୱନ୍ ଓ କୋହଲି ବ୍ୟାଟିଂ ଜାରି ରଖିଛନ୍ତି।

ଏହାଫଳରେ ଭାରତ ଆଗରେ ୩୭୫ ରନର ବିଶାଳ ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି କଙ୍ଗାରୁ ଦଳ । ଫିଞ୍ଚ ଏବଂ ସ୍ମିଥଙ୍କ ଦମଦାର ଶତକ ବଳରେ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୬ଟି ୱିକେଟ୍ ହରାଇ ୩୭୪ ରନର ବିଶାଳ ସ୍କୋର କରିଛି ।

ଆଜି ଖେଳାଯାଇଥିବା ପ୍ରଥମ ଦିନିକିଆରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । ପ୍ରଥମରୁ ହିଁ ରୋମାଞ୍ଚକର ବ୍ୟାଟିଂ ଜାରି ରଖିଥିଲା ଦଳ । ଦୁଇ ଓପନର ଆରୋନ ଫିଞ୍ଚ ଏବଂ ଡେଭିଡ୍ ୱାର୍ନର ଦମଦାର ବ୍ୟାଟିଂ ଆରମ୍ଭ କରିଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ଆରୋନ ଫିଞ୍ଚ ୧୧୪ ରନ୍, ଷ୍ଟିଭେନ୍ ସ୍ମିଥ୍ ୧୦୫, ଡେଭିଡ୍ ୱାର୍ନର ୬୯, ଗ୍ଲେନ୍ ମ୍ୟାକ୍ସୱେଲ ୪୫ ରନ୍ କରିଛନ୍ତି । ସେହିପରି ଭାରତ ପକ୍ଷରୁ ମହମ୍ମଦ ଶାମି ଦମଦାର ବୋଲିଂ କରି ୩ଟି ୱିକେଟ୍ ନେଇଥିବା ବେଳେ, ଜସପ୍ରୀତ ବୁମରା, ନଭଦୀପ ସଇନି, ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe