Sanjeevni Today
ନୂଆଦିଲ୍ଲୀ: ଆସନ୍ତା ମାସରେ ହେବାକୁଥିବା ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ଓ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ଭାରତୀୟ ଦଳ ସୋମବାର ଘୋଷିତ ହୋଇଛି। ଫିଟ୍ ହେବା ପରେ ଭାରତୀୟ ଦଳକୁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶିଖର ଧାଵନ ଓ ଦ୍ରୁତ ବୋଲର ଯଶ୍ପ୍ରୀତ ବୁମରା ଫେରିଛନ୍ତି। ଅନ୍ୟପଟେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କୁ ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ରେ ବିଶ୍ରାମ ମଳିଥିଲା ବେଳେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଦଳରେ ନିଜ ସ୍ଥାନ ବଜାୟ ରଖିଛନ୍ତି। ତେବେ ଦ୍ରୁତ ବୋଲର ମହମ୍ମଦ ସାମି ଉଭୟ ଶୃଙ୍ଖଳାରେ ବିଶ୍ରାମ ଦିଆଯାଇଛି। ସଂଜୁ ସାମସନ ଓ ୱାସିଂଟନ ସୁନ୍ଦର କେବଳ ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ସ୍ଥାନ ପାଇଥିବା ବେଳେ କେଦାର ଯାଦବ କେବଳ ଦିନିକିଆ ଦଳରେ ରହିଛନ୍ତି।
ଶ୍ରୀଲଙ୍କା ବିପକ୍ଷ ଟ୍ବେଣ୍ଟି-୨୦ ଲାଗି ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାଵନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ଋଷବ ପନ୍ତ, ରବୀନ୍ଦ୍ର ଜାଦେଜା, ଶିଭମ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ନଭଦୀପ ସଇନି, ଶାର୍ଦୁଲ ଠାକୁର, ମନୀଷ ପାଣ୍ଡେ, ଵାସିଂଟନ ସୁନ୍ଦର, ସଂଜୁ ସାମସନ।
ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାଵନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ଋଷବ ପନ୍ତ, କେଦାର ଯାଦବ, ରବୀନ୍ଦ୍ର ଜାଦେଜା, ଶିଭମ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ନଭଦୀପ ସଇନି, ଶାର୍ଦୁଲ ଠାକୁର, ମନୀଷ ପାଣ୍ଡେ।
Follow Us