ଦ୍ବିତୀୟ ଟି-୨୦ରେ ଭାରତ ସାମ୍ନାରେ ୧୯୫ ରନର ବିଜୟ ଲକ୍ଷ୍ୟ ରଖିଲା ଅଷ୍ଟ୍ରେଲିଆ

Advertisment
ଭାରତ ଟ୍ବେଣ୍ଟି-୨୦ରେ ୨, ଦିନିକିଆରେ ୩

BCCI tweeter

ସିଡନି : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଭାରତ ସାମ୍ନାରେ ୧୯୫ ରନର ବିଜୟ ଲକ୍ଷ୍ୟ ରଖିଛି। ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ୍ ହରାଇ ଅଷ୍ଟ୍ରେଲିଆ ୧୯୪ ରନ୍ କରିଛି।  ଅଷ୍ଟ୍ରେଲିଆ ପକ୍ଷରୁ ଅଧିନାୟକ ମାଥ୍ୟୁ‌ ୱେଡ୍ ସର୍ବାଧିକ ୫୮ (୩୨) ରନ୍ କରିଥିବା ବେଳେ ଷ୍ଟିଭେନ୍‌ ସ୍ମିଥ୍‌ ୪୬ (୩୮) କରି ଦଳର ବ୍ୟାଟିଂ ମୂଳଦୂଆ ପକାଇଥିଲେ। ଅନ୍ୟ ପକ୍ଷରେ ଭାରତ ପକ୍ଷରୁ ଟି.ନଟରାଜନ୍ ୨ଟି ଉଇକେଟ୍ ନେଇଥିବା ବେଳେ ସାର୍ଦ୍ଦୁଳ ଠାକୁର ଓ ଯୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ଉଇକେଟ୍ ହାସଲ କରିଥିଲେ। କେଏଲ୍‌ ରାହୁଲ୍‌ (ଓ୍ଵିକେଟ୍‌ ରକ୍ଷକ) ମାଥ୍ୟୁ‌ ୱେଡଙ୍କୁ ରନ ଆଉଟ୍ କରିଥିଲେ। ଆଜି ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍‌ ଜିଣି ପ୍ରଥମେ ଫିଲଡିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ।

ଆଜିର ଏହି ମ୍ୟାଚ୍‌ରେ ଭାରତ ପକ୍ଷରୁ ତିନିଟି ପରିବର୍ତ୍ତନ କରାଯାଇଛି। ଆହତ ଜାଡ଼େଜାଙ୍କ ସ୍ଥାନରେ ଚହଲ, ଶାମିଙ୍କ ସ୍ଥାନରେ ଠାକୁର ଏବଂ ପାଣ୍ଡେଙ୍କ ସ୍ଥାନରେ ଆୟାର୍‌ଙ୍କୁ ସାମିଲ କରାଯାଇଛି। ଆଜି କେଏଲ୍‌ ରାହୁଲ୍‌ (ଓ୍ଵିକେଟ୍‌ ରକ୍ଷକ), ଶିଖର ଧାଓ୍ଵନ, ବିରାଟ କୋହଲି (ଅଧିନାୟକ), ଶ୍ରେୟସ୍‌ ଆୟାର୍‌, ସଞ୍ଜୁ ସାମ୍‌ସନ୍‌, ହାର୍ଦ୍ଦିକ ପାଣ୍ଡ୍ୟା, ଓ୍ଵାସିଂଟନ୍‌ ସୁନ୍ଦର, ସାର୍ଦ୍ଦୁଳ ଠାକୁର, ଦୀପକ ଚହର, ଟି ନଟରାଜନ୍ ଏବଂ ଯୁଜବେନ୍ଦ୍ର ଚହଲ ଖେଳୁଛନ୍ତି।

ସେହିଭଳି ଅଷ୍ଟ୍ରେଲୀୟ ଦଳରେ ଡି’ଆର୍କି ସର୍ଟ, ମାର୍କସ୍‌ ଷ୍ଟୋଇନିସ୍‌, ଷ୍ଟିଭେନ୍‌ ସ୍ମିଥ୍‌, ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ୍‌, ମୋଜେସ ହେନ୍‌ରିକ୍ୱେଜ୍‌, ମାଥ୍ୟୁ‌ ୱେଡ୍ (ଉଇକେଟ୍‌ ରକ୍ଷକ), ଡାନିଏଲ୍‌ ସାମ୍ସ୍‌, ସିନ୍‌ ଏବୋଟ୍‌, ମିଚେଲ୍‌ ସ୍ୱେପ୍ସନ୍‌, ଆଦାମ ଜାମ୍ପା ଏବଂ ଆଣ୍ଡ୍ରିଉ ଟାଇ ଅଛନ୍ତି । ଅଷ୍ଟ୍ରେଲୀୟ ଖେଳାଳିଙ୍କ ମଧ୍ୟରୁ ଫିଞ୍ଚ୍‌, ହେଜେଲ୍‌ଉଡ୍‌ ଏବଂ ଷ୍ଟାର୍କଙ୍କୁ ବାଦ ଦିଆଯାଇ ସାମ୍ସ, ଷ୍ଟୋଇନିସ୍‌ ଏବଂ ଟାଇଙ୍କୁ ସାମିଲ କରାଯାଇଛି। ଫିଞ୍ଚ୍‌ ବାଦ ପଡ଼ିଥିବାରୁ ଆଜି ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ନେଉଛନ୍ତି ମାଥ୍ୟୁ‌ ୱେଡ୍ ‌ ।

ଟସ୍‌ ଜିଣିବା ପରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି କହିଛନ୍ତି, ଆମେ ପ୍ରଥମେ ବୋଲିଂ‌ କରିବୁ। ଗତଥର ଖେଳିବା ବେଳେ ଦ୍ୱିତୀୟ ଅର୍ଦ୍ଧକରେ ପିଚ୍‌ ବାସ୍ତବିକ ଭଲ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe