ହକି ବିଶ୍ୱ କପ୍‌: ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ

Advertisment

ଆଗାମୀ ନଭେମ୍ବର ୨୮ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜନ

ଆଗାମୀ ନଭେମ୍ବର ୨୮ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜନ

ହକି ବିଶ୍ୱ କପ୍‌: ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ

ନୂଆଦିଲ୍ଲୀ: ଭୁବନେଶ୍ୱରରେ ଆଗାମୀ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ହକି ବିଶ୍ୱ କପ୍‌ରେ ଭାରତ ତା’ର ପ୍ରଥମ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ସହିତ ଖେଳିବ। ଇଣ୍ଟରନ୍ୟାସନାଲ ହକି ଫେଡେରେସନ୍‌(ଏଫ୍‌ଆଇଏଚ୍‌) ପକ୍ଷରୁ ବୁଧବାର ପୁଲ ମ୍ୟାଚ୍‌ ଘୋଷଣା କରାଯାଇଛି। କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେଉଥିବା ଟୁର୍ଣ୍ଣାମେଣ୍ଟରେ ଭାରତ ତା’ର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ମୁକାବିଲା କରିବ।

publive-image

ଟୁର୍ଣ୍ଣାମେଣ୍ଟରେ ୧୬ଟି ଟିମ୍‌ ଅଂଶଗ୍ରହଣ କରୁଛନ୍ତି। ଏମାନଙ୍କୁ ୪ଟି ପୁଲରେ ବିଭକ୍ତ କରାଯାଇଛି। ‘ପୁଲ-ଏ’ରେ ଥିବା ୨୦୧୮ ରିଓ ଅଲମ୍ପିକ ଚମ୍ପିଅନ୍‌ ଆର୍ଜେଣ୍ଟିନା ଅନ୍ୟ ଦଳ ଯଥା ନ୍ୟୁଜିଲାଣ୍ଡ, ସ୍ପେନ୍‌ ଓ ଫ୍ରାନ୍ସକୁ ଭେଟିବ। ‘ପୁଲ-ବି’ରେ ଅଷ୍ଟ୍ରେଲିଆ ସହିତ ଇଂଲଣ୍ଡ, ଆୟାରଲାଣ୍ଡ ଓ ଚୀନକୁ ସ୍ଥାନ ମିଳିଛି।

ସେହିଭଳି ରିଓ ଅଲିମ୍ପିକରେ ରୌପ୍ୟ ପଦକ ହାସଲ କରିଥିବା ବେଲଜିଅମର ଭାରତ, କାନାଡା ଓ ଦକ୍ଷିଣ ଆଫ୍ରିକା ସହିତ ମୁକାବିଲା ହେବ। ୩ ଥର ବିଶ୍ୱ ବିଜେତା ନେଦରଲାଣ୍ଡ, ଜର୍ମାନୀ, ମାଲେସିଆ ଓ ପାକିସ୍ତାନକୁ ଟୁର୍ଣ୍ଣାମେଣ୍ଟର ‘ପୁଲ-ଡି’ରେ ସ୍ଥାନ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe