ଭାରତ-ଅଷ୍ଟ୍ରେଲିଆ ୨ୟ ଦିନିକିଆ: ଟସ୍‌ ଜିଣି ଭାରତକୁ ବ୍ୟାଟିଙ୍ଗ୍‌ କରିବାକୁ ଆମନ୍ତ୍ରଣ କରିଛି ଅଷ୍ଟ୍ରେଲିଆ

Advertisment
ଭାରତ-ଅଷ୍ଟ୍ରେଲିଆ ୨ୟ ଦିନିକିଆ: ଟସ୍‌ ଜିଣି ଭାରତକୁ ବ୍ୟାଟିଙ୍ଗ୍‌ କରିବାକୁ ଆମନ୍ତ୍ରଣ କରିଛି ଅଷ୍ଟ୍ରେଲିଆ

Image Courtesy of NDTV

ବିଶାଖାପାଟଣା: ଆଜି ବିଶାଖାପାଟଣାର ‘ୱାଇଏସ୍‌ ରାଜା ରେଡ୍ଡୀ ଷ୍ଟାଡିୟମ୍‌’ରେ ଆୟୋଜିତ ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଆନ୍ତର୍ଜାତିକ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିଣିବା ପରେ ପ୍ରଥମେ ବ୍ୟାଟିଙ୍ଗ୍‌ କରିବା ଲାଗି ଭାରତୀୟ ଟିମ୍‌କୁ ଆମନ୍ତ୍ରଣ କରିଛି।

ସଦ୍ୟତମ ସୂଚନା ଅନୁସାରେ, ୪.୫ ଓଭର୍‌ ଖେଳି ୩ ୱିକେଟ୍‌ ବିନିମୟରେ ଭାରତ ୩୨ ରନ୍‌ ସଂଗ୍ରହ କରିଛି। ମିସେଲ୍‌ ଷ୍ଟାର୍କଙ୍କ ବଲ୍‌ରେ ଶୁବମନ୍‌ ଗିଲ୍‌ ମାର୍ଣ୍ଣସ୍‌ ଲେବୁସେନ୍‌ଙ୍କଦ୍ବାରା କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ତାଙ୍କ ସ୍ଥାନରେ ଆସିଥିବା ବିରାଟ କୋହଲି ୧୫ ରନ୍‌ କରି ଖେଳୁଥିବା ବେଳେ ରୋହିତ ଶର୍ମା ଆଉଟ୍‌ ହୋଇଯାଇଛନ୍ତି। ଏବଂ ତାଙ୍କ ସ୍ଥାନରେ ଆସିଥିବା ସୂର୍ଯ୍ୟକୁମାର ଯାଦବ ମଧ୍ୟ ମିସେଲ୍‌ ଷ୍ଟାର୍କଙ୍କ ବଲ୍‌ରେ ଏଲ୍‌ବିଡବ୍ଲୁ ଆଉଟ୍‌ ହୋଇଯାଇଛନ୍ତି।

ଓପେନର୍‌ ଯୋଡ଼ି ଭାବେ ଆସିଥିଲେ ରୋହିତ ଶର୍ମା ଓ ଶୁବମନ୍‌ ଗିଲ୍‌। ଶୁବମନ୍‌ କୌଣସି ରନ୍‌ ନ କରି ଆଉଟ୍‌ ହୋଇଯାଇଛନ୍ତି।

ଆଜି ଭାରତୀୟ ଟିମ୍‌ରେ ଖେଳୁଛନ୍ତି: ରୋହିତ ଶର୍ମା (ଅଧିନାୟକ), ଶୁବମନ୍‌ ଗିଲ୍‌, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେ.ଏଲ୍‌. ରାହୁଲ୍‌ (ୱିକେଟ୍‌ରକ୍ଷକ), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ୍‌, କୁଳଦୀପ ଯାଦବ, ମହମ୍ମଦ ସିରାଜ ଓ ମହମ୍ମଦ ଶାମି।

ସେହିପରି, ଅଷ୍ଟ୍ରେଲୀୟ ଟିମ୍‌ରେ ଖେଳୁଛନ୍ତି: ଟ୍ରେଭିସ୍‌ ହେଡ୍‌, ମିସେଲ୍‌ ମାର୍ସ, ଷ୍ଟଭେନ୍‌ ସ୍ମିଥ୍‌ (ଅଧିନାୟକ), ମାର୍ଣ୍ଣସ୍‌ ଲେବୁସେନ୍‌, ଆଲେକ୍ସ୍‌ କେରି (ୱିକେଟ୍‌ରକ୍ଷକ), କ୍ୟାମେରନ୍‌ ଗ୍ରିନ୍‌, ମାର୍କସ୍‌ ଷ୍ଟଇନ୍‌ସ୍‌, ସିନ୍‌ ଏବୋଟ୍‌, ନାଥନ୍‌ ଏଲିସ୍‌, ମିସେଲ୍‌ ଷ୍ଟାର୍କ ଓ ଆଦାମ ଜାମ୍ପା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe